ଦାବି ପୂରଣ ନ ହେଲେ ପୁଣି ଲଣ୍ଡା ହେବେ ମହିଳା ଗାଁସାଥୀ

sathiiiସରକାରଙ୍କ ପୂର୍ବ ପ୍ରତିଶ୍ରୁତିକୁ ଆଧାର କରି ସ୍ଥାୟୀ ନିଯୁକ୍ତି ଦାବି ନେଇ ଗତକାଲି ଦିନ ତମାମ ଗାଁସାଥୀ କର୍ମକର୍ତ୍ତାମାନେ ବିଧାନସଭା ବ୍ୟାରିକେଡ଼ ଆଗରେ ଧାରଣାରେ ବସିଥିଲେ । ଅପରାହ୍ନ ୪ଟା ସୁଦ୍ଧା ଗାଁସାଥୀ ସଂଘ ସହିତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମିଳିତ ଆଲୋଚନା ସମ୍ଭବ ନ ହେବାରୁ
୪ଟା ୨୦ ମିନିଟ୍ ସମୟରେ ସଂଘର ୩ଜଣ କର୍ମକର୍ତ୍ତା ମୁଣ୍ଡନ ହୋଇ ସରକାରଙ୍କ ଏ ପ୍ରକାର ଅବି·ରର ପ୍ରତିବାଦ ଜଣାଇଥିଲେ । ଶେଷରେ ସନ୍ଧ୍ୟା ପ୍ରାୟ ୮ଘଟିକା ସମୟରେ କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡ଼ନାୟକଙ୍କ ସହିତ ସଂଘ କର୍ମକର୍ତ୍ତାମାନଙ୍କର ଆଲୋଚନା ହେଲା ।

ଆଲୋଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ୧୦ ତାରିଖ ସୋମବାର ଦିନ ମନ୍ତ୍ରୀ ଡଃ. ଅରୁଣ ସାହୁ, ପଞ୍ଚାୟତିରାଜ ସଚିବ ତଥା ବିଭାଗୀୟ ଅଧିକାରୀମାନଙ୍କ
ସହିତ ସଂଘ କର୍ମକର୍ତ୍ତା ଓ ସଭ୍ୟସମାଜ ସଦସ୍ୟମାନଙ୍କର ଏକ ମିଳିତ ବୈଠକ କରାଯାଇ ଗାଁସାଥୀ ସଂଘର ଦାବି ଉପରେ ସମାଧାନ କରାଯିବ । ଏହା ପରେ ରାସ୍ତା ଉପରୁ ହଟିଯାଇ ଗାଁସାଥୀମାନେ ଧାରଣାସ୍ଥଳରେ ନ୍ୟାୟ ଅପେକ୍ଷାରେ ବସି ରହିଛନ୍ତି ।

ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ୯ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକ ସଂଗଠକ ତଥା ଓଡ଼ିଶାର ସମସ୍ତ ସକ୍ରିୟ ଗାଁସାଥୀମାନେ ବିଧାନସଭା ଧାରଣାସ୍ଥଳକୁ ଆସିବା ପାଇଁ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବିଶ୍ୱାଳ ଆହ୍ୱାନ ଜଣାଇଛନ୍ତି । ସେଦିନ ସଂଗଠନର ଆଗାମୀ ବିଧାନସଭା
ଆନେ୍ଦାଳନ ପାଇଁ ଯୋଜନା ହେବା ସହିତ ୧୦ ତାରିଖର ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ ମଧ୍ୟ ହେବ । ଆଜି ୫୦ରୁ ଉଦ୍ଧ୍ୱର୍ ଗାଁସାଥୀ ସେହି ଧାରଣାସ୍ଥଳରେ ୪ଘଣ୍ଟା ଧରି ଆଲୋଚନା କରି ଅନେକ ସାଂଗଠନିକ ନିଷ୍ପତ୍ତି ନେଇଥିଲେ । ସର୍ବଶେଷ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ସୋମବାର ଦିନ ସରକାର ଯଦି ଗାଁସାଥୀଙ୍କ ଯୁକ୍ତିଯୁକ୍ତ ଦାବିପୂରଣ ନ କରନ୍ତି, ତେବେ ୩ଜଣ ମହିଳା ଗାଁସାଥୀ ଯଥା-ଦୁଇ କୁଳବଧୂ ଲଳିତା ଦାସ, ସିମୁଳିଆ ବ୍ଲକର ନିରୁପମା ଭଉଣୀ ଓ ଭିନ୍ନକ୍ଷମ କନ୍ୟାରନô ସରସ୍ୱତୀ ପରିଡ଼ା ବାଧ୍ୟହୋଇ ଏହି ଅବି·ର ପ୍ରତିବାଦରେ ଲଣ୍ଡା ହେବେ ବୋଲି ପ୍ରତିଜ୍ଞା ନେଇଛନ୍ତି । ଏଣୁ ସରକାରଙ୍କ ହାତରେ ବି·ର ଛାଡ଼ିଦେବା ସହିତ ନିଜ ଗଣତାନ୍ତ୍ରିକ ଆନେ୍ଦାଳନଧାରାରେ ଗାଁସାଥୀ ସଂଘ ବସି ରହିଲା ବୋଲି ରାଜ୍ୟ ସଂଗଠନ ତରଫରୁ ପ୍ରକାଶ କରାଯାଇଛି

Share in top social networks!