ଗ୍ରାମ୍ୟ ଉନ୍ନୟନ ବିଭାଗର କଡା ଆଭିମୁଖ୍ୟ , ଦାୟିତ୍ୱହୀନତା ଓ କର୍ତ୍ତବ୍ୟରେ ଅବହେଳାହେତୁ ଦୁଇ ଯନ୍ତ୍ରୀ ନିଲମ୍ବିତ

କଟକ ଜିଲ୍ଲାର ସାଲେପୁର ଉପଖଣ୍ଡ ଅଧୀନସ୍ଥ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ଉପବିଭାଗ ଦ୍ୱାରା ତ୍ରିବେଣୀଶ୍ୱର ମଉଦା ରାସ୍ତାର ଶୁକାନC ଉପରେ ସେତୁ ନିର୍ମାଣ
ସମୟରେ ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥ#ବା ଅଭିଯୋଗର ତଦନ୍ତ କରାଯାଇ ଦାୟିତ୍ୱରେ ଥ#ବା ଦୁଇ ଜଣ ଯନ୍ତ୍ରୀଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛିା ଗତ ଅପ୍ରେଲ ୧
ତାରିଖରେ ଉପରୋକ୍ତ ସେତୁର ସ୍ଲାବ୍ ଢଳେଇ କାର୍ଯ୍ୟ ଚାଲିଥ#ବା ସମୟରେ ସେତୁର ପ୍ରଥମ ସ୍ପାନ୍ଟି ଭୁଷୁଡି ପଡିଥ#ଲାା ପ୍ରକାଶ ଥାଉ କି ଢଳେଇ ପଡିବା ପୂର୍ବରୁ ଏହାର ସେଣ୍ଟି୍ରଂ କାର୍ଯ୍ୟ
ତଦାରଖ କରି ଠିକ୍ ଅଛି ବୋଲି ଯନ୍ତ୍ରୀ ଦ୍ୱୟ ଦର୍ଶାଇ ଥ#ଲେ ମଧ୍ୟ ଢଳେଇ ପଡିବା ମାତ୍ରକେ ସେଣ୍ଟି୍ରଂ ସହ ସ୍ଲାବ୍ଟି ଭୁଷୁଡି ପଡିଥ#ଲାା ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ତୁରନ୍ତ ଏହା
ବିଭାଗୀୟ ତଦନ୍ତ କରାଯାଇ ଦାୟିତ୍ୱହୀନତା ଓ ଅବହେଳା ପ୍ରଦର୍ଶନ ନିମନ୍ତେ ସହନିର୍ବାହୀ ଯନ୍ତ୍ରୀ ଶ୍ରୀ ମଧୁସୂଦନ ସ୍ୱାଇଁ ଓ ସହକାରୀ ଯନ୍ତ୍ରୀ ଶ୍ରୀ ଦେବାଶିଷ ମହାନ୍ତିଙ୍କୁ ଗ୍ରାମ୍ୟ ଉନ୍ନୟନ
ବିଭାଗ ନିଲମ୍ବନ କରିଛିା କର୍ତ୍ତବ୍ୟରେ ଅବହେଳା, କାର୍ଯ୍ୟରେ ଖ#ଲାପ ଓ ପ୍ରକଳ୍ପର ଗୁଣବତ୍ତା ସହିତ ସାଲିସ୍ କରୁଥ#ବା ଯନ୍ତ୍ରୀମାନଙ୍କ ବିରୁଦ୍ଧରେ ଏହିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସତର୍କ କରିଦିଆଯାଇଛିା

Share in top social networks!