ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆବଶ୍ୟକ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡିକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପରାମର୍ଶ

ଗ୍ରାମୀଣ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀର ସଶକ୍ତିକରଣ ଉପରେ ସରକାର ବିଶେଷ ଭାବରେ ଗୁରୁତ୍ୱ ଆରୋପ
କରୁଛନ୍ତିା ଏଥ#ନିମନ୍ତେ ବ୍ୟାଙ୍କ ଋଣ ସହାୟତା ଏକାନ୍ତ ଆବଶ୍ୟକା ଓଡ଼ିଶାରେ ପ୍ରାୟ ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ଷମ ଅଛନ୍ତିା କିନ୍ତୁ ବ୍ୟାଙ୍କର ସହଯୋଗ ଆଶାଜନକ ନୁହୋଁ ୪୨ ହଜାର
ଗୋଷ୍ଠୀଙ୍କୁ ମାତ୍ର ୫୦୦କୋଟି ଟଙ୍କା ଦିଆଯାଇଥ#ବା ସୂଚନା ମିଳୁଛିା ଗ୍ରାମାଞ୍ଚଳରେ ଅର୍ଥନୈତିକ ଅନ୍ତର୍ଭୁକ୍ତିକୁ ସୁଦୃଢ କରିବା ନିମନ୍ତେ ବ୍ୟାଙ୍କଗୁଡିକ ଆଗେଇ ଆସିବାକୁ ପଞ୍ଚାୟତିରାଜ ଓ ଆଇନ
ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆହ୍ୱାନ ଦେଇଛନ୍ତିା

ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ସଂଯୋଗୀକରଣ ସଂପର୍କିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ
ବ୍ୟାଙ୍କଗୁଡିକ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରି ତା’ର ପରିପୂରଣ ନିମନ୍ତେ ସୁଚିନ୍ତିତ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟପନ୍ଥା ପ୍ରଣୟନ ହେବା ଦରକାରା ଋଣ ଆଦାୟ ପଦ୍ଧତିର ପୁନର୍ବିନ୍ୟାସ ସହ ଋଣ ପରବର୍ତ୍ତୀ ସ୍ଥିତିର ସମୀକ୍ଷା ହେବା ଆବଶ୍ୟକା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମାର୍ଗଦର୍ଶିକା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହେବା ଉଚିତା ଅନେକ ବ୍ୟାଙ୍କର ଅଗ୍ରଗତି ସଂତୋଷଜନକ
ହେଉଥ#ବାରୁ ମନ୍ତ୍ରୀ ଡ. ସାହୁ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥ#ଲୋ

ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଆର୍ ବାଲକ୍ରିଷ୍ଣନ୍ ଜୀବିକା କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ଗ୍ରାମ୍ୟ ଅର୍ଥନୀତିର ସୁଦୃଢୀକରଣ ନିମନ୍ତେ ଋଣ ସଂଯୋଗୀକରଣ ବ୍ୟବସ୍ଥାର କ୍ରିୟାଶୀଳତା ଉପରେ ଗୁରୁତ୍ୱ ଆରୋପ କରିବା ସହ ବ୍ୟାଙ୍କଗୁଡିକ ଏ ଦିଗରେ ସକ୍ରିୟ ଭୂମିକା ନେବାକୁ ପରାମର୍ଶ ଦେଇଥ#ଲୋ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡି.କେ. ସିଂହ
ସାଂପ୍ରତିକ ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ଅନେକ ବ୍ୟାଙ୍କର ଉଦାସୀନତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥ#ଲୋ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାକୁ ଆହୁରି ଗ୍ରାହକାଭିମୁଖୀ କରିବାକୁ
କହିଥ#ଲୋ କେତେକ ଶାଖାରେ ହିତାଧ#କାରୀଙ୍କ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫରରେ ଅହେତୁକ ବିଳମ୍ବର ନିରାକରଣ ପାଇଁ ଶ୍ରୀ ସିଂ ବ୍ୟାଙ୍କ୍ଗୁଡିକୁ କହିଥ#ଲୋ

ଚଳିତ ଆଥ#ର୍କ ବର୍ଷର ପ୍ରଥମ ତିନିମାସରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍, ଆଇଡିବିଆଇ ବ୍ୟାଙ୍କ, ବିଜୟା ବ୍ୟାଙ୍କ୍, ଇଣ୍ଡିଆନ୍ ବ୍ୟାଙ୍କ, ଆଲ୍ହାବାଦ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଗ୍ରଗତି
୫୦ ପ୍ରତିଶତରୁ ଊ–ର୍ ଥ#ବା ଜଣାପଡିଛିା କେତେକ ବ୍ୟାଙ୍କର ଅଗ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ ଥ#ବା କର୍ମଶାଳାରୁ ସୂଚନା ମିଳିଛିା ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବଜ୍ୟୋତି ନାଥ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥ#ଲୋ ସ୍ୱତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ନିତିନ ଭାନୁଦାସ ଜଓ୍ୱାଲେ, କେନ୍ଦ୍ର ମିଶନ ନିର୍ଦ୍ଦେଶକ ସୁବ୍ରତ ରାୟଙ୍କ ସମେତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାବାର୍ଡ ସହିତ ପ୍ରାୟ ୨୦ରୁ ଊ–ର୍ ବ୍ୟାଙ୍କର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥ#ଲୋ

Share in top social networks!