ଗୋପାଳପୁର ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

handloomହସ୍ତତନ୍ତ କ୍ଷେତ୍ର ଏବଂ ବୁଣାକାରମାନେ ହେଉଛନ୍ତି ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଅଭିଚ୍ଛେଦ୍ୟ ଅଙ୍ଗା ସେମାନଙ୍କର ସାମଗ୍ରିକ ବିକାଶ ଏବଂ ଅନ୍ତର୍ଜାତୀୟ ବସ୍ତ୍ର ବଜାରରେ ନିଜର
ସ୍ୱତନ୍ତ୍ର ପରିଚୟ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ୟାପକ ପ୍ରଚାର ପ୍ରସାର ଉପରେ ସର୍ବାଧ#କ ଗୁରୁତ୍ୱ ପ୍ରଦାନ କରାଯାଇଛିା ଏଥ#ପାଇଁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଫ୍ୟାସନ୍ ଡିଜାଇନରମାନଙ୍କୁ
ଓଡ଼ିଶାର ବିଭିନ୍ନ କ୍ଲଷ୍ଟର ସହିତ ଅନୁବନ୍ଧିତ କରାଯାଇଛିା ସରକାରଙ୍କ ସମସ୍ତ ଯୋଜନାର ସୁଫଳ ନେବା ସହିତ ହସ୍ତତନ୍ତ ପରିଧାନକୁ ଏକ ବିପ୍ଳବରେ ପରିଣତ କରିବା ଉପରେ ଜାତୀୟ
ହସ୍ତତନ୍ତ ଦିବସ ପାଳନ ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବୁଣାକାରମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତିା

ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ଟସର ବହୁଳ ଗୋପାଳପୁରଠାରେ ଏହି ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଥ#ଲାା ଉତ୍ସବରେ ସମ୍ମାନିତ
ଅତିଥ# ଭାବେ ଯୋଗଦେଇ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ କହିଥ#ଲେ ଯେ ଯାଜପୁର ଏକ ଟସର ଉତ୍ପାଦନକାରୀ ଜିଲ୍ଲାା ଏ ଜିଲ୍ଲାରେ ବହୁଳ ସଂଖ୍ୟାରେ ବୁଣାକାର ବାସ କରନ୍ତିା
ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାସ୍ତରରେ ଯେଉଁ ଯୋଜନା ପ୍ରଣୟନ କରାଯାଉଛି ତାହାର ଉପଯୋଗ କରିବା ନିମନ୍ତେ ବୁଣାକାରମାନେ ସଚେତନ ହେବା ଆବଶ୍ୟକା
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଏହି ସମାରୋହରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସମବାୟ ସମିତିର ଦାୟିତ୍ୱ ସଂପର୍କରେ ଉପସ୍ଥିତ
ବୁଣାକାରମାନଙ୍କୁ ଅବଗତ କରାଇଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ବୟନିକା ସଭାପତି ଶ୍ରୀ ଶେଷ ମେହେର, ଯାଜପୁର ଜିଲ୍ଲାପାଳ ଶ୍ରୀ ସତ୍ୟକୁମାର ମଲ୍ଲିକ, ବୟନ ନିର୍ଦ୍ଦେଶକ ଶ୍ରୀ
ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିଭାଗୀୟ ଯୁଗ୍ମ ସଚିବ ଶ୍ରୀ ରାଜା ପରିଜା, ବୁଣାକାର ସେବାକେନ୍ଦ୍ରର ଉପନିର୍ଦ୍ଦେଶକ ଏସ୍.କେ ପାତ୍ର ଏବଂ ବୟନ ଉପନିର୍ଦ୍ଦେଶକ ଶ୍ରୀ ଗଦାଧର ଦାସ ପ୍ରମୁଖ
ଉପସ୍ଥିତ ଥ#ଲୋ ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶନୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ

ପ୍ରାରମ୍ଭରେ ହିଙ୍ଗୁଳା ଟସର ସମବାୟ ସମିତି ପରିସରରେ ୨୧ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ଟସର ପ୍ରିଣ୍ଟିଂୟୁନିଟ୍ ଉଦ୍ଘାଟିତ ହୋଇଥ#ଲାା ବିଭିନ୍ନ ରାଜ୍ୟ ଏବଂ
ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥ#ଲାା ଦୁଇଜଣ ବୁଣାକାର ପରିବାରକୁ ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯାଇଥ#ଲାା ଏହି ଅବସରରେ
ବୁଣାକାରମାନଙ୍କୁ ସୌରଲ=ନ ଏବଂ ଜି.ଆଇ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥ#ଲାା ଏହି ରାଜ୍ୟସ୍ତରୀୟ ସମାରୋହରେ ନାବାର୍ଡର ବରିଷ୍ଠ ଅଧ#କାରୀ, ବିଭିନ୍ନ
ପ୍ରାଥମିକ ବୁଣାକାର ସମବାୟ ସମିତିର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ଥ#ଲୋ

Share in top social networks!