ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନ ଶୁଭାରମ୍ଭ

idcffଆଜି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ଅକ୍ଟୋବର ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଂଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଏହି ଅଭିଯାନର ଶୁଭାରମ୍ଭ କରି ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଭଳି ରୋଗକୁ ମୂଳପôାଟନ କରିବା ପାଇଁ ଜନସଚେତନତା ଜରୁରୀ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସବୁ ରୋଗକୁ ନିୟନ୍ତ୍ରଣ କରିବା ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରାଯଇଛି । ଗତ ୪ ବର୍ଷ ଧରି ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମ କରାଯିବା ଫଳରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଆକ୍ରାନ୍ତ ଓ ମୃତ୍ୟୁହାର ହ୍ରାସ ପାଇପାରିଛି । ଏହି ସବୁ ରୋଗରେ ଆକ୍ରାନ୍ତ ହୋଇ ଜଣେ ଯେପରି ମୃତ୍ୟୁ ବରଣ ନକରନ୍ତି ସେ ଦିଗରେ ବିଭାଗ ତରଫରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତମାନ ଏହି ସଚେତନତା ଅଭିଯାନ ଅବସରରେ ଗଣମାଧ୍ୟମରେ ଏହି ତିନିଗୋଟି ରୋଗ ସଂପର୍କରେ ସଚେତନତା ବାର୍ତାର ବ୍ୟାପକ ପ୍ରଚାର ପ୍ରସାର , ରାଜ୍ୟ ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ , ସୂଚନା ପୁସ୍ତିକା ବଂଟନ , ମେଡିକାଲ ଅଫିସରମାନଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମାନଙ୍କ ମଧ୍ୟରେ ସଚେତନତା , ସମସ୍ତ ୩୧୪ ଟି ଯାକ ବ୍ଲକର ପ୍ରତ୍ୟେକ ଗାଁ ମାନଙ୍କରେ ବର୍ଷା ଦିନିଆ ସ୍ୱାସ୍ଥ୍ୟ ସଚେତନତା ବାର୍ତାର ପ୍ରଚାର , ଗାଁ କଲ୍ୟାଣ ସମିତି ସ୍ତରରେ ସମୂହ ସଫେଇ ତଥା ସ୍ୱାସ୍ଥ୍ୟକାନ୍ଥମାନଙ୍କରେ ବାର୍ତା ପ୍ରଦାନଭଳି କାର୍ଯ୍ୟକ୍ରମ ମଧ୍ୟ ସମାହିତ ହେବ । ଗଣମାଧ୍ୟମ ଏହି ସବୁ ବାର୍ତାକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ଦିଗରେ ସହେଯାଗ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଜଣାଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ରାଜ୍ୟରେ ଜନସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ନିମନ୍ତେ ବିଭାଗ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଜନସାଧାରଣ ସଚେତନ ହୋଇ ପାରିଲେ ଆମେ ସଫଳତାର ସହ ସମସ୍ୟାଗୁଡିକୁ ସମାଧାନ କରି ପାରିବା ବୋଲି କହିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର ବର୍ତମାନ ଆରମ୍ଭ କରାଯାଉଥିବା ଏହି ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଅବସରରେ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅଭିଯାନ ଅବସରରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କ କ୍ଷେତ୍ରରେ ଡାଇରିଆ ଜନିତ ମୃତ୍ୟୁହାର ମୋଟ ଶିଶୁ ମୃତ୍ୟୁର ପ୍ରାୟ ୨୦ ପ୍ରତିଶତ ବୋଲି ପ୍ରକାଶ କରି ତାକୁ ମୁକାବିଲା କରିବା ନିମନ୍ତେ ମଧ୍ୟ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶିକା ଡାଃ ନିର୍ମଳା କୁମାରୀ ଦେଇ କହିଛନ୍ତି । ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଚିତରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ସମ୍ବନ୍ଧୀୟ ବିଭିନ୍ନ ଲିଫ୍ଲେଟ୍ , ଫୋଷ୍ଟର ଆଦି ପ୍ରଚାର ସାମଗ୍ରୀର ଉନ୍ମୋଚନ କରିଥିଲେ । ପ୍ରକାଶ ଥାଉକି ଆଜି ଠାରୁ ଆସନ୍ତା ଅକ୍ଟୋବର ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଚେତନତା ତଥା ବ୍ୟବହାରିକ ଅଭିଯାନ ମଲ୍ଟିମେଡିଆ ପ୍ରଚାର ଅଭିଯାନର ଏକ ଅଂଶ । ଏଥିରେ ହାତ ଧୋଇବା , ପାଇଖାନାର ବ୍ୟବହାର , ଖାଦ୍ୟ ରନ୍ଧାଯିବା ପରେ ଘୋଡାଇ ରଖିବା , ପରିବେଶ ପରିସ୍କାର ଓ ପରିଚ୍ଛନ୍ନ ରଖିବା , ବିଶୁଦ୍ଧ ପାନୀୟ ଜଳ ପିଇବା ଓ ମଶାରୀ ବ୍ୟବହାର ଇତ୍ୟାଦି ଉପରେ ସଚେତନ କରାଯିବା ସହିତ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ପ୍ରତିରୋଧ ଏବଂ ପ୍ରତିକାର ନିମନ୍ତେ ବ୍ୟବହାରିକ ପରିବର୍ତନ ଉପରେ ଗୁରୁତ୍ୱ ଆରୋପ କରାଯିବ ।

Share in top social networks!