ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଚିଲିକା ହେବ ଆନ୍ତର୍ଜାତୀକ ପର୍ଯ୍ୟଟନସ୍ଥଳୀ, ଖର୍ଚ୍ଚ ହେବ ପ୍ରାୟ ୪୫୦ କୋଟି ଟଙ୍କା

ସଦାସର୍ବଦା ଓଡିଶାକୁ ଗୁରୁତ୍ୱ ଦେଉଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସରକାରଙ୍କ ଇଣ୍ଟିଗ୍ରେଟେଡ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ୍ ପ୍ଲାନ୍ (ଆଇସିଜେଡ୍ଏମ୍ପି) ଅଧିନରେ ରାଜ୍ୟ ଉପକୁଳବର୍ତ୍ତୀ ପର୍ଯ୍ୟଟନ ସ୍ଥାନମାନଙ୍କର ବିକାଶ କରାଯିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ସହ ସେ ଅଞ୍ଚଳର ପରିବେଶ ସୁରକ୍ଷା ଏବଂ ନୂତନ ରୋଜଗାର ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଛି । ଓଡିଶାର ପର୍ଯ୍ୟଟନ ବିକାଶର ସମ୍ଭାବନାକୁ ଆକଳନ କରି କେନ୍ଦ୍ର ସରକାର ଓଡିଶାକୁ ଅଗ୍ରାଧିକାର ଦେଇଛନ୍ତି । ଏହି କ୍ରମରେ ଚିଲିକା ଏବଂ ଏହାର ପାଶ୍ୱର୍ବର୍ତ୍ତି ପର୍ଯ୍ୟଟନ ଅଂଚଳର ବିକାଶ କରାଯିବ ।
ଏହି ବିକାଶ କାର୍ଯ୍ୟ ପାଇଁ ଖର୍ଚ୍ଚ ହେବ ପ୍ରାୟ ୪୫୦ କୋଟି ଟଙ୍କା । ଏହା ଦ୍ୱାରା ଚିଲିକା ସମେତ ସାତପଡା, ବରକୁଳ, ରମ୍ଭା, ଖଲିକୋଟ, ମଙ୍ଗଳେଯାଡି ଇତ୍ୟାଦି ସ୍ଥାନ ମାନଙ୍କର ବିକାଶ ହେବା ସଙ୍ଗେ ସଙ୍ଗେ ସେଠାକାର ସ୍ଥାନୀୟ ବାସିନ୍ଦାମାନେ ରୋଜଗାରକ୍ଷମ ହୋଇପାରିବେ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକା ଏବଂ ଏହାର ପାଶ୍ୱର୍ବର୍ତ୍ତି ଅଂଚଳରେ ଆଇକନିକ୍ ଟାୱାର, ରାତ୍ରଯାପନ ଆଇଲାଣ୍ଡ, ବୋଟିଂ ଓ ସର୍ଫିଂର ମଜା, ଡେ କ୍ରୁଇସ୍, ୱାଟର୍ ସ୍ପୋର୍ଟସ୍, ଲକ୍ଜୋରି ରିଷୋର୍ଟସ୍, କନ୍ଭେନସନ୍ ସେଣ୍ଟର୍, ଟ୍ୟୁରିଜିମ୍ ନୋଡ୍, ହୋଟେଲ ହବ୍ ମାନ ନିର୍ମାଣ କରାଯିବା ସହିତ ପର୍ଯ୍ୟଟକମାନେ ଆର୍ନ୍ତଜାତୀକ ମାନର ସେବା ଓ ସୁବିଧା ପାଇବେ ସ୍ଥାନୀୟ ଅଂଚଳର ପାରମ୍ପାରିକ ପୋଷାକ, ଖାଦ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀର ମଜା ନେଇchilkalakeeeପାରିବେ । ଏହି ଯୋଜନା ଦ୍ୱାରା ପୁରୀ ସମେତ ଖୋର୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କର ବିକାଶ ହୋଇପାରିବ ।
ଭବିଷ୍ୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ଏହିପରି ବିଭିନ୍ନ ବିକାଶ କାର୍ଯ୍ୟ ଓଡିଶାରେ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିବା ସହ ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ଚିଲିକା ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଜିତୁ ମିତ୍ର, କୃଷ୍ନ ଜଗଦେ୍ଧବ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଦଳର ମୁଖପାତ୍ର ଶ୍ରୀ ସମୀର ମହାନ୍ତି ବିବୃତି ଦେଇଛନ୍ତି ।

Share in top social networks!