ଓଡିଶାରେ ବିଜେପିକୁ ସୁଦୃଢ କରିବା ପାଇଁ ରାଷ୍ଟ୍ରୀୟ ସଭାପତି ଅମୀତ୍ ଶାହାଙ୍କର ଦିଲ୍ଲୀଠାରେ ବୈଠକ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ନୂଆଦିଲ୍ଲୀଠାରେ ଓଡିଶା ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହଙ୍କ ଉପସ୍ଥିିିତିରେ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ଉପ ସଭାପତି ପ୍ର୍ତାପ ଷଢଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ମନମୋହନ ସାମଲ, ଓ ମୋହନ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସଂଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟ କୋଷାଧ୍ୟକ୍ଷ ବିନୋଦ ଦାସ, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହିିତ ଏକ ବୈଠକରେ ମିଳିତ ହୋଇ ଓଡିଶାରେ ବିଜେପି ସଂଗଠନକୁ ସୁଦୃଢ କରିବା ସହିତ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟାଳୟଠାରୁ ଆରମ୍ଭ କରି ବୁଥ୍ ସ୍ତର ପର୍ଯ୍ୟନ୍ତ ଦଳକୁ କିପରି ସୁଦୃଢ କରାଯାଇପାରିବ ସେ ବିଷୟରେ ବିଭିନ୍ନ ପରାମର୍ଶ ଦେଇଥିଲେ ।
ଚଳିତ ମାସ ୯ ଓ ୧୦ ତାରିଖରେ କଟକ ବାରବାଟି ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେବାକୁ ଯାଉଥିବା ଦୁଇ ଦିନିଆ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ କର୍ମଶାଳା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କର୍ମାଶାଳାରେ କେନ୍ଦ୍ରମ୍ନ୍ତ୍ରୀ ଥାୱର ଚନ୍ଦ୍ର ଗେହେଲଟ୍, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ରାମଲାଲଜୀ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ମୁଲଲୀଧର ରାଓ, ପ୍ରଭାରୀ ଶ୍ରୀ ଅରୁଣ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!
Powered By Indic IME