ଓପୋଲଫେଡ୍ର ଅନ୍-ଲାଇନ୍ ବିକି୍ରବଟା ବ୍ୟବସ୍ଥାର ଶୁଭାରମ୍ଭ

chickenଓପୋଲଫେଡ୍ର ଅନ୍-ଲାଇନ୍ ବିକି୍ରବଟା ବ୍ୟବସ୍ଥାର ଶୁଭାରମ୍ଭ ଆଜି ସଚିବାଳୟସ୍ଥ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ
ମହାରଥୀଙ୍କ ଦ୍ୱାରା ସମାହିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ
ଓପୋଲଫେଡ୍ର ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପଣ୍ଡା ଉପସ୍ଥିତ ଥ#ଲେ ।

ମନ୍ତ୍ରୀ ଶ୍ରୀ ମହାରଥୀ ଏହି ଅବସରରେ କହିଲେ ଯେ, ଆମ ରାଜ୍ୟରେ ପ୍ରଥମ ପଦକ୍ଷେପସ୍ୱରୂପ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆଥ#ର୍କ
ତ୍ସହାୟତାରେ ଓପୋଲଫେଡ୍ ଚିକେନ୍ ନାମରେ ଏକ ଅତ୍ୟାଧୁନିକ କୁକୁଡ଼ାମାଂସ ପ୍ରକି୍ରୟାକରଣ ତଥା ବିକ୍ରୟ କେନ୍ଦ୍ର ଚଳିତ ବର୍ଷ ମେ ୨୪ ତାରିଖରେ ଶହୀଦନଗର, ଭୁବନେଶ୍ୱରଠାରେ
ଖୋଲାଯାଇଛି । ଏହିପରି ଆଉ ଦୁଇଟି ଓପୋଲଫେଡ୍ ଚିକେନ୍ ଫ୍ରେଶ୍ ବିକ୍ରୟ କେନ୍ଦ୍ର ଆଇ.ଆର୍.ସି. ଭିଲେଜ୍ ଓ ଓ.ୟୁ.ଏ.ଟି. କ୍ୟାମ୍ପସ୍ରେ ଓପୋଲଫେଡ୍ ଦ୍ୱାରା ନିର୍ମାଣ
କରାଯାଉଛି, ଯାହାକି ଏକମାସ ମଧ୍ୟରେ ସମ୍ପୂର୍ଣ ହେବ ।

ଏହି ବିକ୍ରୟ କେନ୍ଦ୍ରଗୁଡ଼ିକରୁ ଅନ୍-ଲାଇନ୍ ଦେୟ ମାଧ୍ୟମରେ ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖାଉଟୀମାନେ ଅନୁ୍ୟନ ପାଞ୍ଚଶହ ଟଙ୍କାର କୁକୁଡ଼ା ମାଂସ ଓ ଅଣ୍ଡା କିଣିବା ପାଇଁ ବରାଦ କଲେ ସେମାନଙ୍କ ଘରେ ଏକ ଘଣ୍ଟା ଭିତରେ ଏହା ପହଞ୍ଚାଇ ଦିଆଯିବ । ଅନ୍-ଲାଇନ୍ ବୁକିଂ ପାଇଁ ଉପଭୋକ୍ତା ବା ଖାଉଟୀମାନଙ୍କୁ www.chickenଜreଟh.in ରେ କ୍ଲିକ୍ କରିବାକୁ ପଡ଼ିବ । ସେହିପରି ସବୁଠାରୁ ବହୁଳ ଭାବରେ ଆଦୃତ ସୋସିଆଲ ମିଡିଆ ଫେସ୍ବୁକ୍ରେ ଓପୋଲଫେଡ୍ ଫେସ୍ବୁକ୍ ବିଜିନେସ୍ ପେଜ୍ର ଆଜି ଶୁଭାରମ୍ଭ କରାଗଲା ।

www.ଜଚ୍ଚceଚ୍ଛଞ୍ଚଞ୍ଚk.cଞ୍ଚm/ଞ୍ଚଞ୍ଛଞ୍ଚଝଜeଛ ରେ କ୍ଲିକ୍ କରି ଦେଲେ ଓପୋଲଫେଡ୍ ଫେସ୍ବୁକ୍ ବିଜିନେସ୍ ପେଜ୍ ପରିଲକ୍ଷିତ ହେବ । ଏଥ#ରେ ପ୍ରତ୍ୟେକ ଦିନ ଅଣ୍ଡା ଓ କୁକୁଡ଼ା ମାଂସ ଉପରେ
ଆଧାରିତ ବୈଷୟିକ ତଥ୍ୟ ସୁଦୃଶ୍ୟ ଫଟୋ ସହ ଉପଲବ୍ଧ ହେଉଅଛି- ଯାହା ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟିତ ହେଲା । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ, ଓଡ଼ିଶା ରାଜ୍ୟ କୁMୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ(ଓପୋଲଫେଡ୍) ଏକ ରାଜ୍ୟସ୍ତରୀୟ ଶୀର୍ଷ ସମବାୟ ସଂସ୍ଥା । ଏହା ୧୯୭୬ ମସିହା
ମାର୍ଚ୍ଚ ୨୯ରେ ସ୍ଥାପିତ ହୋଇଥ#ଲା । ପ୍ରାଥମିକ କୁMୁଟ ସମବାୟ ସମିତି ଗଠନ କରିବା, କୁକୁଡ଼ା ଚାଷୀମାନଙ୍କୁ କୁକୁଡ଼ା ପାଳନ ଉପରେ ପ୍ରଶିକ୍ଷଣ ଦେବା, କୁକୁଡ଼ା ଚାଷ ମାଧ୍ୟମରେ ସେମାନଙ୍କ ଜୀବନଜୀବିକାକୁ ସମୃଦ୍ଧ କରିବା, ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଅଣ୍ଡା ଓ କୁକୁଡ଼ାକୁ ଉଚିତ୍ ମୂଲ୍ୟରେ କ୍ରୟ କରି ଖାଉଟୀମାନଙ୍କୁ ଅଣ୍ଡା ଓ କୁକୁଡ଼ା ମାଂସ ଆବଶ୍ୟକୀୟ ଗ୍ରେଡିଂ ଓ
ପ୍ରକି୍ରୟାକରଣ ପରେ ସୁଲଭ ମୂଲ୍ୟରେ ଓପୋଲଫେଡ୍ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦେବା, ନିଜସ୍ୱ ଦାନା ମିଶ୍ରଣ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଥ#ବା ସୁଷମ କୁକୁଡ଼ା ଖାଦ୍ୟ
କୁକୁଡ଼ାଚାଷୀମାନଙ୍କୁ ଯୋଗାଇ ଦେବା ଇତ୍ୟାଦି ଓପୋଲଫେଡ୍ର ମୁଖ୍ୟ ଲକ୍ଷ୍ୟ ଓ କାର୍ଯ୍ୟକ୍ରମା ଓପୋଲଫେଡ୍ର ଅନ୍-ଲାଇନ୍ ବିକି୍ରବଟା ବ୍ୟବସ୍ଥାର ଶୁଭାରମ୍ଭ ଦ୍ୱାରା ଭୁବନେଶ୍ୱର ମହାନଗର
ନିଗମ ଅଞ୍ଚଳର ଖାଉଟୀମାନେ ଉପକୃତ ହେବା ସଙ୍ଗେସଙ୍ଗେ ଓପୋଲଫେଡ୍ର ଅଭିବୃଦ୍ଧି ସାଧ#ତ ହେବ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥ#ଲେ ।

ପରେ ମନ୍ତ୍ରୀ ଶ୍ରୀ ମହାରଥୀ ପାଞ୍ଚଶହ ଟଙ୍କା ଦେଇ ନିଜ ସରକାରୀ ବାସଭବନ ଠିକଣାରେ କୁକୁଡ଼ା ମାଂସ ଓ ଅଣ୍ଡା ମଗାଇଥ#ଲେ ଓ ଉପସ୍ଥିତ ଥ#ବା ସାମ୍ବାଦିକମାନଙ୍କୁ ରାଜ୍ୟର
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ହୋଇଥ#ବା ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେଇଥ#ଲେ ।

Share in top social networks!