ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା; ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ

ରାଜ୍ୟରେ ଦେଖା ଦେଇଥ#ବା ପିଆଜ ସଂକଟ ସ୍ଥିତିର ସମୀକ୍ଷା କରି ଖାଉଟିମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖ# ବିହିତ ପଦକ୍ଷେପ ନେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
ସଂଜୟ କୁମାର ଦାସ ବର୍ମା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା ଆଜି ମନ୍ତ୍ରୀ ଶ୍ରୀ ଦାସବର୍ମା ସାଂପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତିା ଅସମୟ ବର୍ଷା କାରଣରୁ ଉତ୍ସ ବଜାରରେ ଫସଲ ହାନି ଘଟିଛିା ଫଳରେ ଚାହିଦା ମୁତାବକ ପିଆଜ ମଣ୍ଡିକୁ ଆସିପାରି ନଥ#ବା

କାରଣରୁ ମୂଲ୍ୟବୃଦ୍ଧି ଘଟିଛିା ଏହାର ପ୍ରଭାବ ରାଜ୍ୟରେ ପଡିଛିା ଅସାଧୁ ବ୍ୟବସାୟୀମାନେ ଯେଭଳି ଏହି ପରିସ୍ଥିତିର ଦୁରୁପଯୋଗ କରି ନପାରନ୍ତି ସେଥ#ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖ#ବାକୁ
ଜିଲ୍ଲାପାଳମାନଙ୍କୁ କୁହାଯାଇଛିା ପିଆଜ ବ୍ୟବସାୟୀମାନଙ୍କ ବୈଠକ ଡକାଇ ଉତ୍ସ ବଜାରର ଦର, ପାଇକାରୀ ଦର ଓ ଖୁଚୁରା ଦର ତନଖ# କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛିା ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବା ସହ ବଜାର ଗୁଇନ୍ଦାକୁ ସକ୍ରିୟ କରି ଅସାଧୁ ବ୍ୟବସାୟୀମାନେ ଯେଭଳି ଅନୁଚିତ ଲାଭ ନକରନ୍ତି ସେଥ#ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛିା
ଆବଶ୍ୟକ ପଡିଲେ ଓଡ଼ିଶା ଡିକ୍ଲାରେସନ୍ ଅଫ୍ ଷ୍ଟକ୍ ଆଣ୍ଡ ପ୍ରାଇସ୍ ଅଫ୍ ଏସେନ୍ସିଆଲ କମୋଡିଟିଜ୍ ଅର୍ଡର, ୧୯୭୩ ଓ ଓଡ଼ିଶା ପଟାଟୋ ଆଣ୍ଡ ଓନିଅନ୍(ଷ୍ଟୋରେଜ୍ କଣ୍ଟ୍ରୋଲ୍) ଅର୍ଡର,
୨୦୧୫ର ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛିା ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଓ ଜୟପୁର ଆଦି ବ୍ୟବସାୟ କେନ୍ଦ୍ରରେ ପିଆଜ ପହଞ୍ଚ#ବା ପରର ଦର ସଂପର୍କରେ ସୂଚନା ଦେବାକୁ ନାଫେଡ୍କୁ କୁହାଯାଇଛିା

ଏହା ସହିତ ପିଆଜର ପାଇକାରୀ ମୂଲ୍ୟ ସଂପର୍କରେ ଗଣମାଧ୍ୟମ ଜରିଆରେ ଖାଉଟିମାନଙ୍କୁ ସୂଚନା ଦେବାକୁ ବ୍ୟବସ୍ଥା କରାଯାଉଛିା ଏହି ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!