ନ୍ୟାଗାଲ୍ୟାଣ୍ଡର ଏନଏସିଏନ ଚୁକ୍ତି ସ୍ୱାକ୍ଷର ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଳିଷ୍ଠ ପଦକ୍ଷେପ : କନକ ବର୍ଦ୍ଧନ ସିଂହଦେଓ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟାଗାଲ୍ୟାଣ୍ଡ ଗସ୍ତ ଅବସରରେ ଏ÷୍ୟତିହାସିକ ରାଜ୍ୟ ନ୍ୟାଗାଲ୍ୟାଣ୍ଡର ଦୀର୍ଘ ଦିନର ପ୍ରତୀକ୍ଷିତ ଏନଏସିଏନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଯାହାଫଳରେ ନ୍ୟାଗାଲ୍ୟାଣ୍ଡବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଦେଶ ସ୍ୱାଧୀନତା ସମୟରୁ ନ୍ୟାଗାଲ୍ୟାଣ୍ଡରେ ବିଦ୍ରୋହ ଚାଲି ଆସୁଥିଲା ଏହାଦ୍ୱାରା ନର୍ଥ ଇଷ୍ଟ୍ ରାଜ୍ୟମାନଙ୍କ ମଧ୍ୟରେ ଶାନ୍ତି ବ୍ୟାହତ ହେଉଥିଲା । ଏହି ଚୁକ୍ତି ଫଳରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାନ୍ତି ପ୍ରତି ନିଜର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି, ଓ ଦେଶରେ ଶାନ୍ତି ଓ ସୋ÷ହାର୍ଦ୍ଧ୍ୟ ପ୍ରତିଷ୍ଠାରେ ଦିଗରେ ଏହା ଏକ ମାଇଲ ଖୁଣ୍ଟ ସଦୃଶ୍ୟ ହେବ ବୋଲି ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି । ଏଥିପାଇଁ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!