ପ୍ରଦେଶ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଘୋଷଣା

HARICHANDANଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତାମାନଙ୍କ ନାମ ତାଲିକା ଆଜି ପ୍ରକାଶ ପାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ସୁପାରିଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି ଆଜି ଏହି ତାଲିକାକୁ ଅନୁମୋଦନ କରିଛନ୍ତି ।

ଏହି ତାଲିକାରେ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ପ୍ରତିନିଧିତ୍ୱ ରହିଥିବା ବେଳେ ଆଞ୍ଚଳିକ ବୈଷମ୍ୟ ଦୁର କରିବା ପାଇଁ ଚେଷ୍ଟା କରାଯାଇଛି । ଏହି ତାଲିକାରେ ପଶ୍ଚିମ ଓଡ଼ିଶାରେ ୪୪ ଜଣ ପ୍ରତିନିଧିତ୍ୱ କରୁଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୨୨ ଜଣ ଅଛନ୍ତି । ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ତାଲିକାରେ ୮୦ ପ୍ରତିଶତ ନୂଆ ମୁହଁ ସ୍ଥାନ ପାଇଛନ୍ତି ।

ଏହି କମିଟିରେ ୭୭ ଜଣ ୪୦ ବର୍ଷରୁ କମ ବୟସ୍କ ସଦସ୍ୟ ଅଛନ୍ତି । ସବୁ ବର୍ଗର ପ୍ରତିନିଧିତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଦିବାସୀ ବର୍ଗରୁ ୧୧ ଜଣ ଥିବା ବେଳେ ଦଳିତ ୧୪ , ସଂଖ୍ୟାଲଘୁ ୧୨ ଏବଂ ଅନ୍ୟ ପଛୁଆବର୍ଗ ୩୮ ଜଣଙ୍କୁ କମିଟିରେ ସୁଯୋଗ ଦିଆଯାଇଛି । ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ସାଂସଦ ଓ ୧୬ ଜଣ ବିଧାୟକ ବିଭିନ୍ନ ପଦବିରେ ଅବସ୍ଥାପିତ କରାଯାଇଛି । ସେହିଭଳି ୪୨ ଜଣ ପୂର୍ବତନ ବିଧାୟକଙ୍କୁ କର୍ମକର୍ତ୍ତା ତଥା କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି । କିଛି ପୂର୍ବତନ ସାଂସଦଙ୍କୁ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ କମିଟିରେ ରହିଛନ୍ତି ।

Share in top social networks!