ଅଗଷ୍ଟରୁ ରାଉରକେଲାରେ ଗଡିବ ୨୦ଟି ସିଟି ବସ୍

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଗତ ଜୁନ ୧ ତାରିଖରେ ଦେଇଥ#ବା କେତେକ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଏହି ବୈଠକରେ ଆଲୋଚନା କରାଯାଇଥ#ଲାା ସେଗୁଡିକ ମଧ୍ୟରେ ସହରାଞ୍ଚଳରେ ସିମେଣ୍ଟ କଂକ୍ରିଟ୍ ରୋଡ, ରାସ୍ତା ଆଲୋକ ବ୍ୟବସ୍ଥା, ଭେଣ୍ଡିଂ ଜୋନ୍ ଓ ଘୋଡଣୀଯୁକ୍ତ ନର୍ଦ୍ଦମା, ପାନୀୟ ଜଳଯୋଗାଣ, ପୁରୁଣା ପାଇପ ବଦଳ ଓ ସହରାଞ୍ଚଳ ଯୋଜନା ପ୍ରସ୍ତୁତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଅନ୍ତର୍ଭୁକ୍ତା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ବାସଗୃହ ଯୋଜନାର ଆଇନର ଚିଠା ପ୍ରସ୍ତୁତ ହୋଇଥ#ବା ସମୀକ୍ଷାରୁ ଜଣାପଡିଛିା ସେହିପରି ନୂତନ ଅର୍ବାନ କ୍ୟାଡର ସୃଷ୍ଟି ପାଇଁ ଆଇନ ବିଭାଗର ପରାମର୍ଶକୁ ସନ୍ନିହିତ କରିବା ପ୍ରକ୍ରିୟା ଚାଲୁ ରହିଥ#ବା
ଜଣାପଡିଛିା

ବାସଗୃହ ସୁରକ୍ଷା ମିଶନ ଅଧୀନରେ ସମସ୍ତ କଚ୍ଚାଘରକୁ ପMା ଗୃହରେ ପରିଣତ କରିବା ଉପରେ ପ୍ରସ୍ତାବିତ ଚିଠା ପ୍ରସ୍ତୁତି ଅନ୍ତିମ ଚରଣରେ ଥ#ବା ଗୃହରେ ପ୍ରକାଶ କରାଯାଇଥ#ଲାା ମନ୍ତ୍ରୀ ଶ୍ରୀ ସିଂହ ଦେଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ବିଭାଗଗୁଡିକର ସମନ୍ୱୟରେ ସହରାଞ୍ଚଳରେ ଗରିବ ଲୋକଙ୍କୁ ଭତ୍ତା ପ୍ରଦାନ, ଟଙ୍କିକିଆ ଚାଉଳ ବଣ୍ଟନ, ଶିକ୍ଷା, ସ୍ୱାସ୍ଥ୍ୟବୀମା, ବିବାହ ସହାୟତା ଭଳି ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡିକୁ ସୁଦୃଢ ଭାବେ ସଂଚାଳନ କରିବା ପାଇଁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କହିଥ#ଲୋ ନିକଟରେ ଏ ସଂକ୍ରାନ୍ତରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥ#ବା କୁହାଯାଇଛିା ସେହିପରି ଉଠା ଦୋକାନୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଏକ ଆଇନ ପ୍ରଣୟନ ଉପରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛିା ସମସ୍ତ ସହରର ସହର ଉଠା ଦୋକାନୀ କମିଟି ଦ୍ୱାରା ଉଠା ଦୋକାନୀମାନଙ୍କୁ ଚିହ୍ନଟ କରିବା ଏବଂ ସ୍ଥାନ ନିରୂପଣ କରି ସେମାନଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥ#ଲୋ ତା’ଛଡା ଏମାନଙ୍କୁ ସବ୍ସିଡିଯୁକ୍ତ ଋଣ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥ#ଲୋ

ମନ୍ତ୍ରୀ ଶ୍ରୀ ସିଂହ ଦେଓ ପ୍ରସ୍ତାବିତ ଜଗସରା ହାଉସିଂ ପ୍ରକଳ୍ପର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଏହି ଟାଉନ୍ସିପ୍ ନିର୍ମାଣ ହେଲେ ଏହା ରାଜ୍ୟର ସର୍ବାଧୁନିକ ସାଟେଲାଇଟ୍ ଟାଉନ୍ସିପ୍ର ମାନ୍ୟତା ପାଇବା ସହ ଏହା ଭୁବନେଶ୍ୱର ମହାନଗର ଉପରେ ପଡୁଥ#ବା ବୋଝକୁ ସାମାନ୍ୟ ଲାଘବ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଦେଓ ପ୍ରକାଶ କରିଛନ୍ତିା ଏଠାରେ ପ୍ରକାଶଯୋଗ୍ୟ ଯେ, ମହାନଗର ଉପକ= ମଦନପୁର ନିକଟରେ ସରକାର ୬୭ ଏକର ଜମି ଏହି ପ୍ରକଳ୍ପ ପାଇଁ ଚିହ୍ନଟ କରି ପାଚେରୀ ଘେରାଇଛନ୍ତିା ନିକଟରେ ଇନ୍ଫୋସିଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଗୀତା ଇଂଜିନିୟରି କଲେଜ ଭଳି ବହୁ ବୃହତ ଅନୁଷ୍ଠାନ ଗଢି ଉଠୁଥ#ବା ପରିପ୍ରେକ୍ଷୀରେ ଏହି ହାଉସିଂ ପ୍ରକଳ୍ପର ଯଥେଷ୍ଟ ଚାହିଦା ରହିଛିା

ସହର ଯୋଜନା ସ୍କିମ୍ରେ ରିଙ୍ଗରୋଡ ପାଇଁ ସର୍ବମୋଟ ୬୪.୫ କିମି ଜମି ଅଧ#ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛିା ଭୁବନେଶ୍ୱର ରେଳଷ୍ଟେସନ୍ ଅଞ୍ଚଳର ବିକାଶ ନିମନ୍ତେ
ଆଇବିଆଇ କନ୍ସଲଟାନ୍ସି ଅନୁଷ୍ଠାନ ଦ୍ୱାରା ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବାକୁ ବ୍ୟବସ୍ଥା କରାଯାଇଛିା ତା’ଛଡା ୯ଟି ସହରର ବୃହତ ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ୩୧ଟି ସହରର ଜିଆଇଏସ୍ ଆଧାରିତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଚାଲିଛିା ଜହାବାରଲାଲ ନେହେରୁ ସହରାଞ୍ଚଳ ନବୀକରଣ ମିଶନ ଅଧୀନରେ ପୁରୀ ସହରକୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା, ଭୁବନେଶ୍ୱର ଓ ପୁରୀ ସହରରେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ସହ ଭୁବନେଶ୍ୱରଠାରେ ସମନ୍ୱିତ ସେ୍ୱରେଜ୍ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା କରାଯାଇଥ#ଲାା

ସହରାଞ୍ଚଳ ଗମନାଗମନ କ୍ଷେତ୍ରରେ ନୂତନ ଭାବେ ଚାରିଟି ସହରକୁ ସିଟି ବସ ସେବା ଅନ୍ତର୍ଭୁକ୍ତ କରାଯାଇଛିା ସେଗୁଡିକ ହେଲା, କଟକ, ରାଉରକେଲା, କୋରାପୁଟ ଏବଂ
ବାଲେଶ୍ୱର-ଭଦ୍ରକା ସିଟି ବସ ସେବାକୁ ଆହୁରି ଦକ୍ଷ କରିବା ପାଇଁ ୬୦ଟି ନୂତନ ବସ ବିପିଟିଏସ୍ଏଲ୍ ତରଫରୁ କ୍ରୟ କରାଯାଇଛି, ଏଥ#ରେ ୧୨ଟି ଏସି ବସ ସାମିଲା ଅଗଷ୍ଟ ମାସ
ସୁଦ୍ଧା ରାଉରକେଲା ସହରରେ ୨୦ଟି ବସ୍ ଚାଲିବାକୁ ବ୍ୟବସ୍ଥା କରାଯାଇଛିା ସେହିକ୍ରମରେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁରଠାରେ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲୁଥ#ବା ବେଳେ
ରାଉରକେଲା ଠାରେ ବସ୍ ଡିପୋ ତଥା ଟର୍ମିନାଲ ପ୍ରତିଷ୍ଠା କରାଯାଇଛିା ପିପିପି ମୋଡରେ ଭୁବନେଶ୍ୱର ସନ୍ନିକଟ ଆଇଆଇଟି, ନାଇଜର, ଇନ୍ଫୋସିଟି କ୍ୟାମ୍ପସ୍କୁ ପର୍ଯ୍ୟାପ୍ତ
ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛିା ସେଥ#ପାଇଁ ଆବଶ୍ୟକ ଆନୁଷଙ୍ଗିକ ପଦକ୍ଷେପ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଜଳସଂପଦ
ବିଭାଗକୁ ଅନୁରୋଧ କରାଯାଇଛିା ତା’ଛଡା ବିଦୁ୍ୟତ ମିତବ୍ୟୟି ରାସ୍ତା-ଆଲୋକ ବ୍ୟବସ୍ଥାରେ ସାମିଲ ପାଇଁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହର ଟେଣ୍ଡର ପ୍ରକ୍ରିୟା ସେପେଫମ୍ବର ୨୦୧୫ ସୁଦ୍ଧା ସାରିବାକୁ ପଦକ୍ଷେପ ନିଆଯାଉଛିା ନଗର ପରିମଳ ଯୋଜନା ପ୍ରସ୍ତୁତିରେ ୧୦ଟି ସହର ଏହା କରିସାରିଥ#ବା ବେଳେ ୩୨ଟି ସହର ପାଇଁ କନ୍ସଲଟାଣ୍ଟ ଠିକ୍ ହୋଇସାରିଛିା ଏଥ# ସହିତ ୫୭ଟି ପୌରାଞ୍ଚଳକୁ ୮୬ଟି ସେସ୍ପୁଲ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛିା

ସେ୍ୱରେଜ୍ ବ୍ୟବସ୍ଥାରେ ସର୍ବମୋଟ ୮୮.୫ କିମି ସେ୍ୱରେଜ୍ ଲାଇନ୍ ନିର୍ମାଣ ସରିଛିା ପୁରୀ ସହରରେ ୫୩୨ଟି ବାସଗୃହ ସେ୍ୱରେଜ୍ ସଂଯୋଗ ସରିଛିା ଭୁବନେଶ୍ୱର ଏବଂ
କଟକରେ ଗୋଟିଏ ଲେଖାଁଏ ସେ୍ୱରେଜ ଟି୍ରଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ ରହିଛିା ଏଥ# ସହିତ ସ୍ମାର୍ଟ ସିଟି ଯୋଜନାରେ ରାଜ୍ୟର ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛିା ଅମୃତ ଯୋଜନାରେ
ଅଗଷ୍ଟ ୩୧ ତାରିଖ ସୁଦ୍ଧା ଯୋଜନା ପ୍ରସ୍ତୁତି ପାଇଁ ଦିନ ଧାର୍ଯ୍ୟ କରାଯାଇଛିା ସେହିପରି ହୃଦୟ ଯୋଜନାରେ ପୁରୀ ସହରକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀକୁ
ପ୍ରତୀକ୍ଷା କରାଯାଇଥ#ବା ଜଣାପଡିଛିା

Share in top social networks!