ଜଳସଂପଦ ବିଭାଗ ଶାସନ ସଚିବ ଶ୍ରୀ ଜେନାଙ୍କ ବନ୍ୟାଞ୍ଚଳ ଗସ୍ତ; ପ୍ରମୁଖ ନଦୀମାନଙ୍କର ଜଳପତ୍ତନ ବିପଦ ସଂକେତରୁ ନିମ୍ନରେ ରହିଛି

ଉତ୍ତର ଓଡ଼ିଶାରେ ପ୍ରବାହିତ ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଆଦି ନଦୀମାନଙ୍କର ଜଳପତ୍ତନ ଆଜି ଅପରାହ୍ନ ସୁଦ୍ଧା କେତେକ ସ୍ଥାନରେ ହ୍ରାସ ପାଇଥ#ବା ବେଳେ
ଅନ୍ୟ ସ୍ଥାନଗୁଡିକରେ ସ୍ଥିର ରହିଥ#ବା ବେଳେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତିା ବ୍ରାହ୍ମଣୀ ନଦୀର ଜଳପତ୍ତନ
ପାନପୋଷଠାରେ ହ୍ରାସ ପାଇ ବିପଦ ସଂକେତ ୧୭୮.୪୨ ମିଟର ତଳେ ୧୭୨.୧୫ ମିଟରରେ, ରେଙ୍ଗାଳି ଠାରେ ସ୍ଥିର ରହି ବିପଦ ସଂକେତ ୮୮ ମିଟର ତଳେ ୭୯.୮୦ ମିଟର ପ୍ରବାହିତ ହେଉଛିା

ତାଳଚେର ଠାରେ ବ୍ରାହ୍ମଣୀ ନଦୀ ସ୍ଥିର ରହି ବିପଦ ସଂକେତ ୬୨.୯୧ ମିଟର ତଳେ ୫୬.୬୦ ମିଟର, ଜେନାପୁରଠାରେ ହ୍ରାସ ପାଇ ବିପଦ ସଂକେତ ୨୩ ମିଟର ତଳେ ୧୯.୧୦ ମିଟର ଏବଂ
ଇନ୍ଦୁପୁରଠାରେ ହ୍ରାସ ପାଇ ବିପଦ ସଂକେତ ୮.୨୩ ମିଟର ସ୍ଥାନରେ ୫.୪୧ ମିଟର ପ୍ରବାହିତ ହେଉଛିା ସେହିପରି ବୈତରଣୀ ନଦୀ ଚମ୍ପୁଆ ଠାରେ ସ୍ଥିର ରହିଛିା ବିପଦ ସଂକେତ ୩୭୬.୪୧ ମିଟର
ତଳେ ୩୭୨.୦୯ ମିଟର ପ୍ରବାହିତ ହେଉଛିା ଏଥ# ସହିତ ସ୍ୱମ୍ପାଟଣା, ଆନନ୍ଦପୁର ଏବଂ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳପତ୍ତନ ହ୍ରାସ ପାଇଛିା ସ୍ୱମ୍ପାଟଣା ଠାରେ ବିପଦ
ସଂକେତ ୩୧୧.୧୦ ମିଟର ତଳେ ୩୦୬.୩୫ ମିଟର, ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ତଳେ ୩୫.୩୪ ମିଟର ଏବଂ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩
ମିଟର ତଳେ ୧୭.୧୯ ମିଟର ପ୍ରବାହିତ ହେଉଛିା ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ଜାମଶୋଳା ଘାଟଠାରେ ସ୍ଥିର ରହି ବିପଦ ସଂକେତ ୪୯.୧୬ ମିଟର ତଳେ ୪୭.୪୪ ମିଟର ଏବଂ
ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟରତଳେ ୮.୭୬ ମିଟରରେ ପ୍ରବାହିତ ହେଉଛିା

ବୁଢାବଳଙ୍ଗ ନଦୀର ଜଳପତ୍ତନ ହ୍ରାସ ପାଇ ଚନ୍ଦନପୁର ଠାରେ ୮୧.୭୦ ମିଟରରେ ଏବଂ ୫ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ଠାରେ ବିପଦ ସଂକେତ ୮.୧୩ ମିଟର ତଳେ ୪.୦୮ ମିଟରରେ ପ୍ରବାହିତ ହେଉଛିା ସେହିପରି ଦକ୍ଷିଣ ଓଡ଼ିଶାର ବଂଶଧାରା ଓ ଋଷିକୂଲ୍ୟା ନଦୀର ଜଳପତ୍ତନ ସ୍ଥିର ରହିବା ସହିତ ବିପଦ ସଂକେତ ନିମ୍ନରେ ପ୍ରବାହିତ ହେଉଛିା ବଂଶଧାରା ଗୁଡାରୀରେ ୧୧୪.୨୬ ମିଟର, ଗୁଣପୁରରେ ବିପଦ ସଂକେତ ୮୪ ମିଟର ତଳେ ୮୩ ମିଟର ଏବଂ କାଶୀନଗର ଠାରେ ବିପଦ ସଂକେତ ୫୪.୬୦ମିଟର ତଳେ ୫୨.୫୪ ମିଟରରେ ପ୍ରବାହିତ ହେଉଛିା ଋଷିକୂଲ୍ୟା ନଦୀ ସୋରଡା ଠାରେ ବିପଦ ସଂକେତ ୮୧,୯୯ ମିଟର ତଳେ ୭୮.୨୦ ମିଟର, ମାଧବରିଡା ଠାରେ ବିପଦ ସଂକେତ ୬୦.୬୫ ମିଟର ତଳେ ୫୮.୩୦ ମିଟର ଏବଂ ପୁରୁଷୋତ୍ତମପୁରଠାରେ ବିପଦ ସଂକେତ ୧୬.୮୪ ମିଟର ତଳେ ୧୨.୩୯ ମିଟରରେ ପ୍ରବାହିତ ହେଉଛିା ଏଥ# ସହିତ ମହାନଦୀର ଜଳପତ୍ତନ ହା୍ରସ ପାଇ ଖଇରମାଳ ଠାରେ ବିପଦ ସଂକେତ ୧୦୯ ମିଟର ସ୍ଥାନରେ ୧୦୧.୫୧ ମିଟର, ନରାଜଠାରେ ବିପଦ ସଂକେତ ୨୬.୪୧ ମିଟରତଳେ ୨୩.୦୭ ମିଟର ଏବଂ ଟିକରପଡା ଠାରେ ୫୭.୫୯ ମିଟରରେ ପ୍ରବାହିତ ହେଉଛିା

ହୀରାକୁଦ ଠାରେ ୨ଟି ଏବଂ ରେଙ୍ଗାଲୀ ଓ ସାଳନ୍ଦୀ ଦେଇ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛିା ପାଣିପାଗ ବିଭାଗ ପକ୍ଷରୁ ମିଳିଥ#ବା ରିପୋର୍ଟ ଅନୁଯାୟୀ ଆଜି ସକାଳ
୮.୩୦ ମିନିଟ୍ ସୁଦ୍ଧା ସୁବର୍ଣ୍ଣରେଖା ଅବବାହିକାରେ ସର୍ବାଧ#କ ୨୦.୫ ମିଲିମିଟର, ବୁଢାବଳଙ୍ଗ ନଦୀର ଅବବାହିକାରେ ୧୦.୮ ମିଲିମିଟର, ବ୍ରାହ୍ମଣୀ ନଦୀର ଉପର ଅବବାହିକାରେ ୪.୧
ମିଲିମିଟର, ମହାନଦୀର ଉପର ଅବବାହିକାରେ ୪.୨ ମିଲିମିଟର, ମହାନଦୀର ନିମ୍ନ ଅବବାହିକାରେ ୦.୫ ମିଲିମିଟର, ବୈତରଣୀ ଅବବାହିକାରେ ୦.୬ ମିଲିମିଟର, ବ୍ରାହ୍ମଣୀ ନଦୀର
ନିମ୍ନ ଅବବାହିକାରେ ୧.୪ ମିଲିମିଟର ବୃଷ୍ଟିପାତ ହୋଇଛିା

Share in top social networks!