ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ&ତ୍ୱରାନ୍ୱିତ କରିବା ଉପରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥ#ବା ବୃହତ ଶିଳ୍ପର ସମସ୍ୟାର ସମାଧାନ ସଂପର୍କରେ ନିଆଯାଉଥ#ବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ ଶିଳ୍ପମନ୍ତ୍ରୀଙ୍କ
ଅଧ୍ୟକ୍ଷତାରେ ସଚିବାଳୟସ୍ଥ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥ#ଲାା ରାଜ୍ୟରେ ବୃହତଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦେଖାଯାଉଥ#ବା ମୁଖ୍ୟତଃ ଜମି ଅଧ#ଗ୍ରହଣ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ
ଅନୁମତି ପ୍ରାପ୍ତି, କଞ୍ଚାମାଲ ଉପଲବ୍ଧ କରାଇବା, ଜଳଯୋଗାଣ ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇ ସଂପୃକ୍ତ ବିଭାଗୀୟ ଅଧ#କାରୀମାନଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବା
ପାଇଁ ଶିଳ୍ପମନ୍ତ୍ରୀ ପରାମର୍ଶ ଦେଇଥ#ଲୋ

ଜଗତସିଂହପୁର ଜିଲ୍ଲାରେ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଦ୍ୱାରା ପ୍ରସ୍ତାବିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତିଙ୍କ
ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ କରି ପ୍ରକଳ୍ପ ଧାରାର ରୂପରେଖ ସଂପର୍କରେ ଆଲୋଚନା ହୋଇଥ#ଲାା ଏଥ# ସହିତ ଉପୁଜୁଥ#ବା ସ୍ଥାନୀୟ ସମସ୍ୟାଗୁଡିକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ
ଆଲୋଚନା କରି ସମାଧାନ କରିବାର ଅଗ୍ରଗତି ସଂପର୍କରେ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥ#ଲାା ପ୍ରକାଶ ଥାଉକି ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟ୍ଟନାୟକ ସମୀକ୍ଷା କରିବା ସହିତ ତାଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ଓ ପଦାଧ#କାରୀଙ୍କ ବୈଠକ ବସି ଶିଳ୍ପାୟନ ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ନିୟମିତ ଅବଗତ କରାଯାଉଛିା

ଏହି ବୈଠକରେ ଇସ୍ପାତ ଓ ଖଣି, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ
ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର୍.କେ. ଶର୍ମା, ଓଡ଼ିଶା ଖଣି ନିଗମର ପରିଚାଳନା
ନିର୍ଦ୍ଦେଶକ ଶ୍ରୀ ଏସ୍.ଏନ୍ ଗିରୀଶ, ପୂର୍ତ୍ତ ସଚିବ ଶ୍ରୀ ନଳିନୀ କାନ୍ତ ପ୍ରଧାନଙ୍କ ସମେତ ଗୃହ, ରାଜସ୍ୱ, ଜଙ୍ଗଲ, ଜଳସଂପଦ, ଇଡ୍କୋ, ଶକ୍ତି ଆଦି ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ
ଯୋଗଦେଇଥ#ଲୋ

Share in top social networks!