ଆମେରିକୀୟ କମ୍ପାନୀ ସେମଟେକ୍ର ଭୁବନେଶ୍ୱରଠାରେ ନୂତନ ଡିଜାଇନ୍ ସେଣ୍ଟର୍ ଉଦ୍ଘାଟିତ, ଓଡିଶାରେ କର୍ମଚାରୀ ସଂଖ୍ୟା ତିନିଗୁଣା କରିବ କମ୍ପାନୀ

semtech୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏବଂ ୧୯୬୭ ମସିହାରେ ବାଣିଜି୍ୟକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ତଥା ଘଇଝଊଇଛ ଗ୍ଲୋବାଲ ସିଲେକ୍ଟ ମାର୍କେଟରେ ଝଗଞଉ ପ୍ରତୀକ ଅଧିନରେ ସୂଚିତ ହୋଇଥିବା ସେମଟେକ୍ କର୍ପୋରେସନ୍ର ୧୪ଟି ଦେଶରେ ୨୫ରୁ ଉଦ୍ଧ୍ୱର୍ ବ୍ୟବସାୟ ଏବଂ ଆବେଦନ କେନ୍ଦ୍ର ରହିଥିବାବେଳେ ୩୦ଟି ଉଦ୍ଧ୍ୱର୍ ଦେଶରେ ଏହାର ପ୍ରତିନିଧି ଏବଂ ବିତରଣ ସଂସ୍ଥା ରହିଛି ।
କାଲିଫର୍ଣ୍ଣିଆ ମୁଖ୍ୟାଳୟସ୍ଥିତ ସେମଟେକ୍ ଭାରତରେ ଏହାର ବାଣିଜି୍ୟକ କାରବାର ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱର ଫର୍ଚ୍ୟନ୍ ଟାୱାରରେ ଏକ ନୂତନ ଡିଜାଇନ୍ ସେଣ୍ଟର ତଥା କାର୍ଯ୍ୟାଳୟର ଉଦ୍ଘାଟନ କରିଛି ।
ସେମ୍ଟେକ୍ କର୍ପୋରେସନ ସିଷ୍ଟମ ଇନୋଭେସନ ଗ୍ରୁପ୍ର ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ରୋଜର ଲେଭିନସନ୍ କମ୍ପାନୀର ଏହି ନୂତନ ଡିଜାଇନ୍ କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ପ୍ରକାଶ କରିଥିଲେଯେ’ “ସେମଟେକ୍ ଭାରତରେ ଏହାର ବାଣିଜି୍ୟକ କାରବାର ଏବଂ କ୍ଷମତା ବୃଦ୍ଧି ତଥା ସମ୍ପ୍ରସାରଣ କରିବାକୁ ଗୁରୁତ୍ୱ ଦେଉଛି । ଏହି ସମ୍ପ୍ରସାରଣର ଅଂଶସ୍ୱରୂପ କମ୍ପାନୀ ଓଡିଶାରେ ଏହାର ଏକ ନୂତନ ଡିଜାଇନ କେନ୍ଦ୍ରର ଉଦ୍ଘାଟନ କରିଛି । ”
କମ୍ପାନୀର ଭାରତ ତଥା ଓଡିଶାରେ ଏହାର ବାଣିଜି୍ୟକ କାରବାର ଏବଂ ଅନ୍ୟାନ୍ୟ ଲକ୍ଷ୍ୟ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଲେଭିନସନ୍ କହିଥିଲେଯେ କମ୍ପାନୀ ଭାରତର ୧୦୦ ସ୍ମାର୍ଟ ସିଟି ପ୍ରସ୍ତାବିତ ସହର ମାନଙ୍କ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପରେ ବୈଷୟିକ ପାର୍ଟନର ହେବାକୁ ଆଗ୍ରହୀ । କମ୍ପାନୀ ଆଗାମୀ ଦିନରେ ଏଠାରେ ପ୍ରାୟ ୧୦୦ କୋଟି ନିବେଶ କରିବାର ଯୋଜନା ରଖିଛି । ଭାରତର ପୂବବର୍ତ୍ତୀ ରାଜ୍ୟ ତଥା ଓଡିଶାରେ ଉପଲବ୍ଧ ପର୍ଯ୍ୟାପ୍ତ ଦକ୍ଷ ପ୍ରଶିକ୍ଷିତ ମାନବ ସମ୍ବଳ, ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ, ଉତ୍ତମ ଭିତ୍ତିଭୂମି ବ୍ୟବସ୍ଥା ଏବଂ ଏକ ସହଯୋଗ ମନୋବୃତ୍ତି ସମ୍ପନ ସରକାର ଯୋଗୁଁ ସେମ୍ଟେକ୍ ନିମନ୍ତେ ଆବଶ୍ୟକ ଟାଏର୍ ୨ ସହର ମାନଙ୍କ ମଧ୍ୟରେ ଭୁବନେଶ୍ୱରକୁ ଏକ କମ୍ପାନୀ ଏକ ବିଶେଷ ମର୍ଯ୍ୟାଦା ପ୍ରଦାନ କରିଛି । ଭୁବନେଶ୍ୱରରେ ସେମଟେକ୍ ର ଉପସ୍ଥିତି ଏକ ଉନ୍ନତ ଭିଏଲଏସ୍ଆଇ/ ସେମିକଣ୍ଡକ୍ଟ୍ର ଶିଳ୍ପର ପ୍ରଗତିରେ ଏକ ଉତ୍ପ୍ରେରକ ରୂପେ କାର୍ଯ୍ୟ କରିବା ସହିତ ହାଇ ଏଣ୍ଡ ଇଞ୍ଜିନିୟରିଂ କ୍ଷେତ୍ରରେ ଓଡିଶାରେ ଏକ ବିଶେଷ ପରିବେଶ ସୃଷ୍ଟି କରିବ ।
ଏହି ଅବସରରେ ଉପସ୍ଥିତ ଥିବା ସେମ୍ଟେକ୍ କର୍ପୋରେସନର ବରିଷ୍ଠ ନିଦେ୍ର୍ଧଶକ ଶ୍ରୀ ନୀରଜ ମାଥୁର କହିଥିଲେ ଯେ, “ସେମଟେକ୍ ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନାରେ ଭାରତ ହେଉଛି ଏକ ପ୍ରମୁଖ ଅଙ୍ଗ । ଆମର ଏହି ମହତ୍ତ୍ୱପୂର୍ଣ ସମ୍ପ୍ରସାରଣର ଅଂଶ ସ୍ୱରୂପ ଓଡିଶାରେ ଉଦ୍ଘାଟିତ ହୋଇଥିବା ଏହାର ନୂତନ ଡିଜାଇନ୍ କେନ୍ଦ୍ର ତଥା ରାଜ୍ୟରେ ଏବଂ ଭାରତରେ ସେମଟେକ୍ ର ଦ୍ୱିତୀୟ କାର୍ଯ୍ୟାଳୟ, କମ୍ପାନୀର ଭାରତ ଏବଂ ଓଡିଶା ପ୍ରତି ରହିଥିବା ମୂଲ୍ୟବୋଧର ପ୍ରମାଣ । କମ୍ପାନୀ ଓଡିଶାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହାର କର୍ମଚାରୀ ସଂଖ୍ୟାରେ ତିନିଗୁଣା କରିବାର ଲକ୍ଷ୍ୟ ରଖିଛି । ସମସ୍ତ ନିଯୁକ୍ତି ଓଡିଶା ଏବଂ ପୂର୍ବ ଭାରତରୁ ହେବ ବୋଲି ସ୍ଥିର କରାଯାଇଛି ।”

ବିଗତ ୨ବର୍ଷ ଧରି ଆମର ଭୁବନେଶ୍ୱର ଇଞ୍ଜିନିୟରିଂ ଟିମ୍ ରେ ଅତ୍ୟାଧୁନିକ ସେମିକଣ୍ଡକ୍ଟର ବିକାଶ ସୁବିଧା ଯୋଗ କରିଛୁ ଏବଂ ଏକ ଆଇଟି ଗ୍ରୁପ୍ ର ମଧ୍ୟ ପ୍ରବର୍ତ୍ତନ କରିଛୁ । ଇଲେକ୍ଟୋ୍ରନିକ୍ସ କ୍ଷେତ୍ରରେ ନୂତନ ଉଦ୍ଭାବନ କରି କମ୍ପାନୀର ଭୁବନେଶ୍ୱର କେନ୍ଦ୍ର ଏକ ସର୍ବୋକୃଷ୍ଟ କେନ୍ଦ୍ରର ମାନ୍ୟତା ଲାଭ କରିଛି ବୋଲି ଶ୍ରୀ ମାଥୁର ପ୍ରକାଶ କରିଥିଲେ ।
କମ୍ପାନୀର ନୂତନ କାର୍ଯ୍ୟାଳୟ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ସେମଟେକ୍ ର ନିଦେ୍ର୍ଧଶକ ତଥା ଓଡିଶା ମୁଖ୍ୟ ଶ୍ରୀ ସତ୍ୟଜିତ ମହାପାତ୍ର କମ୍ପାନୀର ଓଡିଶା ସମ୍ବନ୍ଧିତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ କି,“ଫର୍ଚ୍ୟୂନ୍ ଟାୱାର ଥିବା ଏହି ବିଶ୍ୱସ୍ତରୀୟ ବ୍ୟବସ୍ଥା ନୂତନ କାର୍ଯ୍ୟକ୍ଷମ କ୍ଷମତାକୁ ଏକ ନୂତନ ଦିଶା ପ୍ରଦାନ କରିବା ସହିତ ନୂତନ ପ୍ରତିଭାମାନଙ୍କୁ ଆକର୍ଷିତ କରିବ ଯାହାକି ଭୁବନେଶ୍ୱରରେ ଉତ୍ତମ କର୍ମକ୍ଷେତ୍ରର ସୁଯୋଗ ଏବଂ ବିସ୍ତାରରେ ସହାୟକ ହେବ । ବର୍ତ୍ତମାନ ଭୁବନେଶ୍ୱରର ଆର୍ ଆଣ୍ଡ ଡି ଟିମ୍ ବ୍ଳିଡିଂ ଏଜ୍ ଭିଏଲ୍ଏସ୍ଆଇ ଡିଜାଇନ୍, ଏମବେଡେଡ୍ ସିଷ୍ଟମ୍ ଡିଜାଇନ୍, ଏସ୍ଏପି ଡେଭଲ୍ପ୍ମେଣ୍ଟ ଏବଂ ଗ୍ଳୋବାଲ୍ ଆଇଟି ସପୋର୍ଟ ରେ ସାମିଲ୍ ଅଛି ।”
ଅନ୍ୟମାନଙ୍କ ମଧ୍ୟରେ ସିଜିଏମ୍ (ପି ଏଣ୍ଡ ଏ), ଇଡ୍କୋ ସଂଗ୍ରାମ ମହାପାତ୍ର ଏବଂ ବିଶିଷ୍ଟ ଉଦ୍ୟେଗପତି ଶ୍ରୀ ଦୁଲାଲ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ସେମଟେକ୍ କର୍ପୋରେସନର ଏହା ହେଉଛି ଭାରତରେ ଏବଂ ଓଡିଶାରେ ଦ୍ୱିତୀୟ କାର୍ଯ୍ୟାଳୟ । ହାଇଏଣ୍ଡ ଗ୍ରାହକମାନଙ୍କ ନିମନ୍ତେ ଆନାଲୋଗ୍ ଏବଂ ମିକ୍ସଡ୍ ସିଗ୍ନାଲ ସେମିକଣ୍ଡକ୍ଟର ପ୍ଲାଟ୍ଟଫର୍ମ ମାନୁଫାକ୍ଚୁରିଂ ସହିତ କମ୍ପ୍ୟୁଟିଂ, ଯୋଗାଯୋଗ ଏବଂ ଇଣ୍ଡଷ୍ଟ୍ରିଆର ଆପ୍ଲିକେସନ କ୍ଷେତ୍ରରେ ସେମଟେକ୍ ହେଉଛି ଏକ ଅଗ୍ରଣୀ ନିର୍ମାତା । ଏହି କ୍ଷେତ୍ରରେ ସେମଟେକ୍ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବାର ଲକ୍ଷ୍ୟ ରଖିଛି ।

Share in top social networks!