ଉକ୍ରଳ ବିପନ୍ନ ସହାୟତା ସମିତିର ନବକଳେବର ଓ ରଥଯାତ୍ରା ସମୟରେ ସେବାକାର୍ଯ୍ୟ

ubssରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବା ବିଭାଗ,ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ନବକଳେବର ଓ ରଥଯାତ୍ରା ସମୟରେ ପୁରୀରେ ଚଳିତ ବର୍ଷ ୯ ଧରଣର ସେବା ଯୋଗାଇ ଦିଆଯାଇଥିଲା । ଏହି ସେବା ମଧ୍ୟରୁ ୨ଟି ସ୍ଥାନ ଯଥା- ଗୁଣ୍ଡିଚା ମନ୍ଦିର ନିକଟରେ ତା.୧୭.୦୭.୨୦୧୫ ରିଖ ଠାରୁ ୨୬.୦୭.୨୦୧୫ ପର୍ଯ୍ୟନ୍ତ ପ୍ରାୟ ୧୨୫୫ ଜଣ ଓ ଚୈତନ୍ୟ ଗୌଡୀୟ ମଠ ନିକଟରେ ତା.୨୬.୦୭.୨୦୧୫ ଠାରୁ ୨୮.୦୭.୨୦୧୫ ପର୍ଯ୍ୟନ୍ତ ପ୍ରାୟ ୧୬୬୧ ଜଣଙ୍କୁ ୧୨୫ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା । ଏଥିରେ ୨୬ ଜଣ ଡାକ୍ତର ଓ ୧୨ ଜଣ ପାରାମେଡିକ୍ସ ରୋଗୀମାନଙ୍କୁ ଚିକିତ୍ସା କରି ନିଶୁଳ୍କ ଔଷଧ ବିତରଣ କରିଥିଲେ ।

୪ଟି ଆମ୍ବୁଲାନ୍ସରେ ୧୨୦ ସ୍ୱୟଂସେବକ ମାନଙ୍କ ଦ୍ୱାରା ତା.୧୮.୦୭.୨୦୧୫ରେ ୭୨ ଜଣ ପିଡୀତ ତଥା ତା.୨୬.୦୭.୨୦୧୫ରେ ୨୧ ଜଣ ପିଡୀତଙ୍କୁ ଓ ୪ ଟି ଷ୍ଟ୍ରେଚର ସାହଯ୍ୟରେ ୧୨୫ ଜଣ ସ୍ୱୟଂସେବକଙ୍କ ଦ୍ୱାରା ୩୬ ଜଣ ରୋଗୀମାନଙ୍କୁ ଡାକ୍ତର ଖାନାରେ ପହଂଚାଇବା ଏବଂ ସମସ୍ତ ପିଡୀତଙ୍କୁ ଡାକ୍ତର ଖାନାରେ ସେବା ଓ ସହାୟତା ପ୍ରଦାନ କରିବା ତୀର୍ଥଯାତ୍ରୀ ମାନଙ୍କୁ ୧୨ଟି ନିର୍ଦ୍ଧାରିତ ସ୍ଥାନରେ ୨୪୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ରାସ୍ତା ବତାଇବା ତଥା ଯାତ୍ରୀ ଭିଡ ପ୍ରତିହତ କରିବା, ୧୨ଟି ସ୍ଥାନରେ ୨୫୦ ସ୍ୱୟଂସେବକ ମାନଙ୍କ ଦ୍ୱାରା ଯାତ୍ରୀମାନଙ୍କୁ ପାଣି ପାଉଚ୍ ବିନା ବିଶୁଦ୍ଧ ଜଳ ବଂଟନ ଓ ଏଥିରେ ମହିଳା ମାନଙ୍କର ବିଶେଷ ଭୁମିକା ରହିଥିଲା ।

୧୦୫ ସ୍ୱୟଂସେବକ ମାନଙ୍କ ଦ୍ୱାରା ସୁଚନା କେନ୍ଦ୍ର ପରିଚାଳନା କରାଯାଇଥିଲା । ୧୨ ଟି ସ୍ଥାନରେ ପଥିକ ତଥା ଭକ୍ତମାନଙ୍କୁ ରାସ୍ତା ଓ ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ, ୩ ରଥରେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ସହିତ ମିଶି ୬୦୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିଲା । ପୁରୀ ମନ୍ଦିର ଚତୁର୍ପାଶ୍ୱ ଏବଂ ବଡଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୧୨୦ ଜଣ ସ୍ୱୟଂସେବକ ମାନଙ୍କ ଦ୍ୱାରା ୫ ଦିନ ସ୍ୱଚ୍ଛତା, ପରିମଳ ଓ ପଲିଥିନ ମୁକ୍ତ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଡାକ୍ତର ଖାନାରେ ରୋଗୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସ୍ୱୟଂସେବକ ମାନଙ୍କର ନିଶ୍ୱାର୍ଥ ସେବା ପାଇଁ ପୁରୀ ସଦର ଚିକିତ୍ସାଳୟର ଡାକ୍ତର ଓ ନର୍ସ ମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ବିଶେଷ ଭାବରେ ପୁରୀ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡକୁ ସଂପୂର୍ଣ୍ଣ ଅଳିଆ ଆବର୍ଜନା ପରିସ୍କାର କରିବା ଭଳି ସେବାକାମ ପାଇଁ ଉକ୍ରଳ ବିପନ୍ନ ସହାୟତା ସମିତିର ମୁଖ୍ୟ ଭୁମିକା ଥିଲା । ପ୍ରାୟ ୨୨୦୦ ସ୍ୱୟଂସେବକ ସାରା ଓଡିଶା ତଥା ପଡୋଶୀ ରାଜ୍ୟ ଛତିଶଗଡ, ବଙ୍ଗଳା, ଆନ୍ଧ୍ର ଓ ମାହାରଷ୍ଟ୍ରର ନାଗପୁରରୁ ଆସି ଏହି ସେବାରେ ସହଯୋଗ କରିଥିଲେ ବୋଲି ପରିଷଦର ରାଜ୍ୟ ମିଡିଆସେଲ ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

Share in top social networks!