ବିଜେଡି ସାଂସଦ ତଥା ଯାଜପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା କଳ୍ପତରୁ ଦାସଙ୍କ ବିୟୋଗରେ ବିଜେପିର ଶୋକ

ରାଜ୍ୟ ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କ ବିୟୋଗରେ ବିଜେପି ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛିି ତାଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ କୁମାର ମିଶ୍ର ଗଭୀର ଶୋକ ପ୍ରକାଶ କରିବା ସହିତ ଏ ଭଳି ଦୁଃଖଦ ମୂହୁର୍ତ୍ତରେ ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Share in top social networks!