ନିରାଶ୍ରୟ ମହିଳାଙ୍କ ପାଇଁ ପ୍ରକଳ୍ପ ‘ରାହା’

rahhaaaସମ୍ପ୍ରତି ଗ୍ରାମରୁ ସହର ପର୍ଯ୍ୟନ୍ତ ବେକାରୀ ସମସ୍ୟା ବଢି ·ଲିଛି । କାମଧନ୍ଦା ଅନ୍ୱେଷଣରେ ଅନେକ ରାଜ୍ୟ ଛାଡ଼ି ପଡ଼ୋଶୀ ରାଜ୍ୟକୁ ·ଲିଯାଇଥାନ୍ତି ତ ଆଉ କେହି
ଦାଦନ ଶ୍ରମିକ ହୋଇ ଖଟିବାକୁ ବାଧ୍ୟ ହୋଇଥାନ୍ତି । ଜୀଇଁ ରହିବା ପାଇଁ ଅନେକ ଏଠି ସଂଘର୍ଷ ମଧ୍ୟ କରିଥାନ୍ତି । ଅନେକ ନିରାଶ୍ରୟ ମହିଳା ଦାରିଦ୍ର୍ୟ ସୀମାରେଖା ତଳେ ଜୀଇଁ ରହିଛନ୍ତି ।

ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍, ସ୍ୱାବଲମ୍ବୀ କରିବା ଏବଂ ବଞ୍ଚôବାର ରାସ୍ତା ଦେଖାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନ’ ପକ୍ଷରୁ ଏକ ନୂତନ ପ୍ରୟାସ ପ୍ରକଳ୍ପ “ରାହା” ଖୋର୍ଦ୍ଧା ଜିଲ୍ଲା ସାମନ୍ତରାପୁର ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି । ଗ୍ରାମର ୧୦ଜଣ ମହିଳା ଉକ୍ତ ପ୍ରକଳ୍ପରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ତାଳପତ୍ର ଏବଂ ଆଦିବାସୀ ଚିତ୍ରକଳାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶିଳ୍ପୀ ଶ୍ରୀକାନ୍ତ ବେହେରା ଏବଂ ଅନସ୍ୱୟା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳାମାନେ ପ୍ରଶିକ୍ଷଣ ନେଉଛନ୍ତି ।

ରାଧାକାନ୍ତ ଦେବ ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ପ୍ରକଳ୍ପ “ରାହା”କୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, କ୍ଲବର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ସ୍ୱପ୍ନା ଲେଙ୍କା, ଦୀନବନ୍ଧୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଆଗାମୀ ଦିନରେ ଉକ୍ତ ପ୍ରକଳ୍ପ ମାଧ୍ୟମରେ ଭିନ୍ନ ଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ଓ ବସ୍ତିମାନଙ୍କରେ ଖୁବ୍ଶୀଘ୍ର କରାଯିବା ସହ ହାତବାନ୍ଧି ବସିଥିବା ମହିଳାମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଧୀରେନ୍ଦ୍ର କର କହିଛନ୍ତି

Share in top social networks!