ଖୁବ୍ ଶୀଘ୍ର ଧଉଳିରେ ଶବ୍ଦ-ଆଲୋକ ବ୍ୟବସ୍ଥା; କବୀର ବେଦୀ, ଓମ୍ ପୁରୀ ଓ ବିଜୟ ମହାନ୍ତିଙ୍କ ସ୍ୱରରେ କଳିଙ୍ଗ ଗାଥା

dhauliiiଇତିହାସ ପ୍ରସିଦ୍ଧ ଧଉଳିରେ ଶବ୍ଦ-ଆଲୋକ ବିନୋଦନ ବ୍ୟବସ୍ଥା (ଲାଇଟ୍ ଆଣ୍ଡ ସାଉଣ୍ଡ) ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବା ସୋମବାର ବ୍ୟତୀତ ପ୍ରତି ସନ୍ଧ୍ୟାରେ ୩୫ ମିନିଟ ଅବଧ#ର ଦୁଇଟି ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛିା ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଓ ହୃଦୟ ପରିବର୍ତ୍ତନର କଥା-କାହାଣୀ ମଧ୍ୟ ପ୍ରସିଦ୍ଧ ଅଭିନେତା କବୀର ବେଦୀ, ଓମ୍ ପୁରୀ ଓ ବିଜୟ ମହାନ୍ତିଙ୍କ କ=ସ୍ୱରରେ ଧଉଳିକୁ ପ୍ରତିଧ୍ୱନିତ କରିବା

ଧଉଳିରେ ଶବ୍ଦ-ଆଲୋକ ବ୍ୟବସ୍ଥାର ପରିଚାଳନା ଓ ତଦାରଖ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ବୈଠକରେ ପୌରୋହତ୍ୟ କରି
ଏହି ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି କହିଥ#ଲୋ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଜୀକୃତ ସଂଗଠନ “ଧଉଳି ଉନ୍ନୟନ କମିଟି’ ହାତରେ ଏହାର ପରିଚାଳନା ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛିା ପ୍ରଦର୍ଶନ ଫି ଭାବରେ ସର୍ବସାଧାରଣଙ୍କ ଠାରୁ ୨୫ଟଙ୍କା
ଓ ଛାତ୍ରଛାତ୍ରୀମାନଙ୍କ ଠାରୁ ୧୦ ଟଙ୍କା ଆଦାୟ କରାଯିବା

ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ଆକର୍ଷଣୀୟ ବ୍ୟବସ୍ଥା ପ୍ରତି ପର୍ଯ୍ୟଟକମାନଙ୍କୁ ଅଧ#କ ଆଗ୍ରହୀ କରିବା ନିମନ୍ତେ ପ୍ରଚାର-ପ୍ରସାର ସାମଗ୍ରୀ ପ୍ରସ୍ତୁତି ଓ ହୋଟେଲ କର୍ତ୍ତୃପକ୍ଷ ତଥା ଟୁର ଅପରେଟରମାନଙ୍କୁ ବହୁ ସଂଖ୍ୟକ ପର୍ଯ୍ୟଟକ-ଦର୍ଶକ
ପହୁଞ୍ଚାଇବାରେ ସମନ୍ୱୟ ରକ୍ଷା କରିବାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ନେବ ବୋଲି କହିଥ#ଲୋ

ଧଉଳିରେ ଏହି ଆକର୍ଷଣୀୟ ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୪.୬କୋଟି ଟଙ୍କା ବ୍ୟୟ କରିଛନ୍ତିା ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଅଧ#କୃତ ସଂସ୍ଥା ଟ୍ରାଏ କଲର ଇଣ୍ଡିଆ ସ୍କାଉସ୍ପିଲ୍ ଲିଃ ଏହି କାର୍ଯ୍ୟ ସଂପନ୍ନ କରିଛିା ଏଥ#ରେ ଥ୍ରୀ-ଡି ମ୍ୟାପିଂ,
ଅତ୍ୟାଧୁନିକ ଶ୍ରାବ୍ୟ ବନ୍ଦୋବସ୍ତ, ଆଲୋକସମ୍ପାତ ସମେତ ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ କ=ସ୍ୱର ପରିବେଷଣର ବ୍ୟବସ୍ଥା କରାଯାଇଛିା

ଆଜିର ବୈଠକରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଅନୀଲ କୁମାର ସାମଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅବନୀ କାନ୍ତ ପଟ୍ଟନାୟକ, ଉପଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ, ପର୍ଯ୍ୟଟନ ଅଧ#କାରୀ ଶ୍ରୀ ଶଶାଙ୍କ ରଥଙ୍କ ସମେତ ପୁଲିସ ବିଭାଗ, ଭାରତୀୟ ପର୍ଯ୍ୟଟନ ନିଗମ, ଓଡ଼ିଶା ପର୍ଯ୍ୟଟନ ନିଗମ, ଟ୍ରାଏ କଲର ଇଣ୍ଡିଆ ସ୍କାଉସ୍ପିଲ୍ ଲିଃର ପଦସ୍ଥ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!