ରାଜ୍ୟରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମର ସଫଳତା ଜାତୀୟସ୍ତରରେ ପ୍ରଶଂସିତ

ରାଜ୍ୟରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମକୁ ସର୍ବାଧ#କ ଗୁରୁତ୍ୱ ଦିଆଯାଇଛିା ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଓ ରୂପାୟନ ପାଇଁ ବିଭିନ୍ନ ଉପାୟ ଓ କୌଶଳ ନିର୍ଦ୍ଧାରଣ କରାଯାଇଛି ଯାହାର ପ୍ରଭାବ ବାସ୍ତବ କ୍ଷେତ୍ରରେ ପରିଲକ୍ଷିତ ହୋଇଛିା ଓଡ଼ିଶାର ସଂଗଠିତ
ପ୍ରୟାସ ଓ କାର୍ଯ୍ୟପନ୍ଥାକୁ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛିା ପରଫରମାନ୍ସ ରିଭୁ୍ୟ କମିଟି ବୈଠକରେ ଓଡ଼ିଶାର କାର୍ଯ୍ୟଧାରାକୁ ମଡେଲ ଭାବରେ ଗ୍ରହଣ କରାଯିବା ସହ ଅନେକ ରାଜ୍ୟ ଓଡ଼ିଶାର କାର୍ଯ୍ୟପନ୍ଥାରେ ଆଗ୍ରହ ପ୍ରକାଶ କରିଛନ୍ତିା

ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ଅନେକ ସ୍ଥାନରେ ନିର୍ମାଣ ସାମଗ୍ରୀ ପାଇବାରେ ଅସୁବିଧା ଓ ରାଜମିସ୍ତ୍ରୀମାନଙ୍କ ଅଭାବ ପ୍ରତିବନ୍ଧକ ସୃଷ୍ଟି କରିଛିା ରାଜ୍ୟ ସରକାର ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ ରାଜମିସ୍ତ୍ରୀ ତାଲିମ କାର୍ଯ୍ୟକ୍ରମ କରୁଛନ୍ତିା ତାଲିମ ସମୟରେ କେତେକ ନିଃସହାୟ ହିତାଧ#କାରୀଙ୍କ ଗୃହ ନିର୍ମାଣ କରିବାର ଯୋଜନା କରାଯାଇଛିା ଏହାକୁ ଅନ୍ୟ ରାଜ୍ୟଗୁଡିକ ଅନୁସରଣ କରିବାକୁ ବୈଠକରେ କୁହାଯାଇଛିା

ଅସଂପୂର୍ଣ୍ଣ ଗୃହ ସଂପର୍କରେ ବର୍ଷ, ବ୍ଲକ୍ ଓ ଜିଲ୍ଲାଓ୍ୱାରୀ ତଥ୍ୟ ସଂଗୃହୀତ ହୋଇଛିା ସବୁ ଆକାଉଣ୍ଟକୁ ପିଏଫ୍ଏମ୍ଏସ୍ରେ ପଞ୍ଜୀକୃତ କରାଯିବା ସହ ବ୍ଲକ୍ ଓ ଜିଲ୍ଲାସ୍ତରରେ ଗୋଟିଏ ଆକାଉଣ୍ଟରେ ବିକ୍ଷିପ୍ତ ଭାବରେ ଥ#ବା ପା=ିକୁ ରଖାଯାଇଛିା ହିତାଧ#କାରୀ ଚୟନ, କାର୍ଯ୍ୟାଦେଶ ପ୍ରଦାନଠୁ ଶେଷ କିସ୍ତି ପ୍ରଦାନ ପାଇଁ ସମୟ ଧାର୍ଯ୍ୟ କରାଯାଇଛିା ମୁଖ୍ୟମନ୍ତ୍ରୀଙ୍କ ମାସିକ ସମୀକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସାପ୍ତାହିକ ସମୀକ୍ଷା ଫଳରେ କାର୍ଯ୍ୟାନ୍ୱୟନରେ ପ୍ରଗତି ଆସିଛିା ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଦୈନିକ ସମୀକ୍ଷା କରୁଛନ୍ତିା ଏହା ସହିତ ପା=ିର ସଠିକ୍ ବିନିଯୋଗ ନିମନ୍ତେ ହିତାଧ#କାରୀଙ୍କୁ ପ୍ରଥମ କିସ୍ତି ୩୦ ହଜାରରୁ ୨୦ ହଜାରକୁ କମାଇ ଦିଆଯାଇଥ#ବା ବେଳେ ଶେଷ କିସ୍ତି ରାଶି ୧୦ ହଜାରରୁ ୧୫ ହଜାରକୁ ବଢାଇ ଦିଆଯାଇଛିା

୨୦୧୯ ସୁଦ୍ଧା ରାଜ୍ୟ ସରକାର ପ୍ରତି କଚ୍ଚା ଘରକୁ ପMାଘରରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଓ ଏଥ# ନିମନ୍ତେ ପ୍ରତିବର୍ଷ ଅନ୍ତତଃ ୫ ଲକ୍ଷ ଗୃହ ନିର୍ମାଣ ଶେଷ କରିବାକୁ ବ୍ୟବସ୍ଥା ହୋଇଛିା ସାମାଜିକ, ଅର୍ଥନୈତିକ ତଥା ଜାତିଗତ ଜନଗଣନାର ଚିଠା
ତାଲିକା-୨୦୧୧ରୁ ଜଣାପଡିଛି ଯେ ରାଜ୍ୟର ୮୬,୨୨,୮୨୭ ଗ୍ରାମୀଣ ପରିବାରଙ୍କ ମଧ୍ୟରୁ ୨୩,୪୦,୯୯୦ ପରିବାର କଚ୍ଚାଘରେ ବସବାସ କରନ୍ତିା ୨୦୧୩-୧୪ରୁ ୨୦୧୫-୧୬ ମଧ୍ୟରେ ଇନ୍ଦିରା ଆବାସ ଓ ବିଜୁ ପMାଘର ଯୋଜନାରେ ୬,୬୬,୨୮୦ ଗୃହ ମଞ୍ଜୁର
କରାଯାଇଛି ଓ ଅବଶିଷ୍ଟ ୧୬,୭୪,୭୧୦ ଗୃହ ଆସନ୍ତା ୪ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛିା ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତିବର୍ଷ ଅନ୍ତତଃ ୪ ଲକ୍ଷ ଇନ୍ଦିରା ଆବାସ ଘର ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛିା

୨୦୧୪-୧୫ ଆଥ#ର୍କ ବର୍ଷରେ ୩.୨ ଲକ୍ଷ ଇନ୍ଦିରା ଆବାସ ଓ ୩୦ ହଜାର ବିଜୁ ପMାଘର ନିର୍ମାଣ ହୋଇଛି ଓ ଏଥ#ପାଇଁ ପ୍ରାୟ ୧୩୬୫ କୋଟି ଟଙ୍କା ବ୍ୟୟ କରାଯାଇଛିା ଏବେ ପ୍ରାୟ ୧୫୦୦ ପରିବାର ଦୈନିକ ପMାଘରକୁ ଯାଉଛନ୍ତି ଓ ଦୈନିକ ହାରାହାରି ୨
କୋଟି ଟଙ୍କା ବ୍ୟୟ କରାଯାଉଛିା ଚଳିତ ଆଥ#ର୍କ ବର୍ଷର ପ୍ରଥମ ତିନିମାସରେ ୧.୨୫ ଲକ୍ଷ ଇନ୍ଦିରା ଆବାସ ଓ ୨୫ ହଜାର ବିଜୁ ପMାଘରର ନିର୍ମାଣ ହୋଇଛିା

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ୟାପକ ବହୁମୁଖୀ ହିତାଧ#କାରୀ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛିା ବିଜୁ ପMାଘର ହିତାଧ#କାରୀ ଚୟନରେ ସ୍ୱଚ୍ଛତା ନିମନ୍ତେ ଲଟେରି ମାଧ୍ୟମରେ ଚୟନ କରାଯାଉଛିା ନିର୍ମାଣ ସାମଗ୍ରୀ ଯୋଗାଣର ସୁବ୍ୟବସ୍ଥା ସହ ରାଜମିସ୍ତ୍ରୀ ତାଲିମ କରାଯାଉଛିା ବ୍ଲକ୍ ଅଧ#କାରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ କେତୋଟି ଗୃହ ନିର୍ମାଣର ଦାୟିତ୍ୱ ଦିଆଯିବା ସହ ଯାତାୟତ ଖର୍ଚ୍ଚ ବାବଦକୁ ମାସିକ ୨୦୦ ଟଙ୍କା ଓ ପ୍ରତି ଘର ନିର୍ମାଣ ପରେ ୧୦୦ ଟଙ୍କା ପ୍ରଦାନର ବ୍ୟବସ୍ଥା ହୋଇଛିା

ରାଜ୍ୟର ପ୍ରତି କଚ୍ଚା ଘରକୁ ପMାଘରରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ ଓ ଏହି ଲକ୍ଷ୍ୟ ହାସଲ ନିମନ୍ତେ ସବୁମତେ ଉଦ୍ୟମ କରାଯାଉଛି ବୋଲି ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତିା

Share in top social networks!