ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ନିମନ୍ତେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଇଖାନା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଗତକାଲି ସଚିବାଳୟ ସଭା ପ୍ରକୋଷ୍ଠରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ଜିଲ୍ଲାପାଳ ମାନଙ୍କ ସହ ଏକ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥ#ଲେ ।

ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ନୂତନ ପାଇଖାନା ନିର୍ମାଣ ଏବଂ ପୁରୁଣା ପାଇଖାନାର ମରାମତି କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ । ଦୁର୍ଗମ ଅଂଚଳ ଓ ସ୍ଥାନ ଅଭାବ ଥ#ବା ବିଦ୍ୟାଳୟ ମାନଙ୍କରେ ସ୍ଥାୟୀ ପାଇଖାନା ନିର୍ମାଣ ହେବା ପର୍ଯ୍ୟନ୍ତ ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ କାର୍ଯ୍ୟକାରୀ ପାଇଖାନା ବସାଇବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରି ପାଇଖାନା ନିର୍ମାଣ ପାଇଁ ନମୁନା ଡ଼ିଜାଇନ୍ ସବୁ ଜିଲ୍ଲାମାନଙ୍କୁ ପଠାଯାଇଛି ବୋଲି ଭିଡ଼ିଓ କନଫେରେନ୍ସିଂ ରେ ଉପସ୍ଥିତ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ରଂଜନା ଚୋପ୍ରା କହିଥ#ଲେ ।

ପାଇଖାନା ନିର୍ମାଣ କାର୍ଯ୍ୟର ସମନ୍ୱୟ ଓ ତଦାରଖ ପାଇଁ ଜିଲ୍ଲାପାଳମାନେ ଗଣ ଶିକ୍ଷା ବିଭାଗ ଅଧ#କାରୀ ମାନଙ୍କୁ ନିୟୋଜିତ କରିପାରିବେ ବୋଲି ମଧ୍ୟ ଶ୍ରୀମତୀ ଚୋପ୍ରା ସ୍ପଷ୍ଟ କରିଦେଇଥ#ଲେ । ସାଧାରଣ ଉଦ୍ୟୋଗମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ କରିନଥ#ବା ପାଇଖାନା ଗୁଡିକର ନିର୍ମାଣ କାର୍ଯ୍ୟ ଓପେପା ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି
ହୋଇଛି । ଏଥ# ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପନେଇ ନିର୍ଦ୍ଦାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ ପାଇଖାନା ବସାଇବା
ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରାଜ୍ୟର ବିଦ୍ୟାଳୟମାନଙ୍କରେ ସମୁଦାୟ ୪୪୦୦୭ ଟି ପାଇଖାନା ନିର୍ମାଣ ପାଇଁର୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତନ୍ମଧ୍ୟରୁ ୧୩,୦୪୯ ପାଇଖାନା ଓପେପା ଏବଂ ୩୦,୯୫୩ ଟି ପାଇଖାନା ସାଧାରଣ ଉଦ୍ୟୋଗ ମାନେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥ#ଲା । ଏଥ#ପାଇଁ ପ୍ରାୟ ୨୦ ଟି କେନ୍ଦ୍ରୀୟ ସାଧାରଣ ଉଦ୍ୟୋଗ ରାଜି ହୋଇଥ#ଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଓପେପା ମାଧ୍ୟମରେ ୬୪୩୬ ଟିର ନିର୍ମାଣ ସରିଛି ଏବଂ ଅବଶିଷ୍ଟ ୬୬୧୩ ଟିର କାର୍ଯ୍ୟ
ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି କେନ୍ଦ୍ରୀୟ ସାଧାରଣ ଉଦ୍ୟୋଗମାନେ ୫୬୯୦ ଟି ପାଇଖାନାର ନିର୍ମାଣ ଶେଷ କରିଛନ୍ତି । ସାଧାରଣ ଉଦ୍ୟୋଗମାନଙ୍କ ମାଧ୍ୟମରେ ହେବାକୁଥ#ବା ଯେଉଁସବୁ ନିର୍ମାଣ ଆରମ୍ଭ ହୋଇନାହଁ ବା ବିଳମ୍ବ ହୋଇଛି, ସେସବୁ ସ୍ଥାନ ମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱଳ୍ପଖର୍ଚ୍ଚ ଭିତ୍ତିକ କାର୍ଯ୍ୟକାରୀ ପାଇଖାନା ବସାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!