ଓଡ଼ିଶା ଇଲେକ୍ସନ ୱାଚ ସ୧ିଳନୀ ପଞ୍ଚାୟତିରାଜ ନିର୍ବାଚନରେ ସଂସ୍କାର ଦ୍ୱାରା ସ୍ୱଚ୍ଛତା ଆସିବ

pecucତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷା କରିବା ଅନେକ ସମୟରେ ସମ୍ଭବ ହେଉନି । ତଥାପି ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆସିଲେ ଭଲ ଲୋକ ରାଜନୀତିକୁ ଆସିବେ ଏବଂ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ବୋଲି ବହୁ ରାଜନେତା, ପ୍ରଶାସକ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି ।

ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ସେଣ୍ଟର ଫର ୱାଲ୍ଡ ସଲିଡ଼ାରିଟି ଓ ଏଡ଼ିଆର ମିଳିତ ସହଯୋଗରେ ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚନ ସଂସ୍କାର ଏବଂ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ଏକ ରାଜ୍ୟସ୍ତରୀୟ ସ୧ିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମବୀ ଅରୁଣ ସାହୁ କହିଥିଲେ ଯେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଭୌଗୋଳିକ ପରିସୀମା, ଜନସଂଖ୍ୟା ମତଦାତା ଏବଂ ନିର୍ବାଚନ ଲଢ଼ୁଥିବା

ପ୍ରାର୍ଥୀଙ୍କ ଭିତରେ କେଉଁଠିନା କେଉଁଠି ଫାଙ୍କ ରହିଛି । ଏଥିପାଇଁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବା ସମ୍ଭବ ହେଉନି । ଏହାର ଟିକିନିଖି ଆଲୋଚନା ହେବା ଦରକାର । ନିର୍ବାଚନରେ ସଂସ୍କାର ଆସିଲେ ଭଲ ମଣିଷ ରାଜନୀତିକୁ ଆସିବେ ଏବଂ ଭଲ ନେତୃତ୍ୱ ମିଳିବ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଇଲେକ୍ସନ ୱାଚର କୋର ଟିମ ସଦସ୍ୟ ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ବକ୍ତାଭାବେ ଯୋଗେ ଦଇ ଅବସରପ୍ରାପ୍ତ ଆଇଏଏସ ତଥା ପ୍ରାକ୍ତନ ରାଜ୍ୟ ନର୍ବାଚନ କମିଶନର ସଞ୍ଜୀବ ହୋତା କହିଥିଲେ ଯେ ପଞ୍ଚାୟତିରାଜ ନିର୍ବାଚନ ଆଇନରେ ନିର୍ବାଚନ ଖର୍ଚ୍ଚ ପାଇଁ କିଛି ବ୍ୟବସ୍ଥା ନାହିଁ ।

ନିର୍ବାଚନ କମିଶନର ଚାହିଁଲେ ଏଥିରେ ନିୟମ ଆଣିପାରିବେ । ତେବେ ଭୋଟର ତାଲିକା ସ୍ୱଚ୍ଛ ନହେଲେ ନିର୍ବାଚନର ମୂଳ ଭିତ୍ତି ବିଗିଡ଼ିଯିବ । ତେବେ ସାମାଜିକ ଅଡ଼ିଟ ଦ୍ୱାରା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆସିବା ସହଜ ହେବ । ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟର ସ୍ୱତବ ସଚିବ ଅଶୋକ ଦାସ ଭୋଟର ତାଲିକା ତ୍ରୁଟିମୁକ୍ତ କରିବା ପାଇଁ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବତନ ପୁଲିସ ମହାନିର୍ଦେଶକ ଅମିୟଭୂଷଣ ତ୍ରିପାଠୀ କହିଥିଲେ ଯେ ନିର୍ବାଚନ ବ୍ୟବସ୍ଥାରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ପୂର୍ବତନ ମବୀ ପଞ୍ଚାନନ କାନୁନ୍‍ଗୋ ଏବଂ ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ସମିତି ସଭ୍ୟ ବ୍ୟବସ୍ଥା ପ୍ରତ୍ୟାହାର କରିବା ଉପର ମତ ରଖିଥିବାବେଳେ ଗଣେଶ୍ୱର ବେହେରା ପଞ୍ଚାୟତ ନିର୍ବାଚନରେ ସଂସ୍କାର ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଜେପି ନେତା ସଜ୍ଜନ ଶର୍ମା ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଫେସର ସୂର୍ଯ ୍ୟନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ନରେନ୍ଦ୍ର ସ୍ୱାଇଁ, ସିପିଆଇର ନାରାୟଣ ରେଡ୍ଡି, ସିପିଆଇ(ଏମ)ର ସନ୍ତୋଷ ଦାସ ପ୍ରମୁଖ ଯୋଗଦେଇଥିଲେ ।

ଅପରାହ୍ନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପଞ୍ଚାୟତିରାଜ ବିଭାଗ ନିର୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ କହିଥିଲେ ଯେ ୨୦୧୫­ ୧୬ ଆର୍ଥିକ ବର୍ଷରୁ ଚତୁର୍ଦ୍ଧଶ ଅର୍ଥ କମିଶନ ଏବଂ ଚତୁର୍ଥ ରାଜ୍ୟ କମିଶନ ଦ୍ୱାରା ଅଧିକ ପାଣ୍ଠି ପଞ୍ଚାୟତକୁ ସିଧାସଳଖ ଆସିବ । ଏହା କିପରି ସ୍ୱଚ୍ଛ ଉପାୟରେ ବିନିଯୋଗ ହେବ ସେଥିପାଇଁ ସରକାରୀ ସ୍ତରରେ ଜନସଚେତନତା ସୃଷ୍ଟି କରାଯିବାକୁ ନକ୍ସା ପ୍ରସ୍ତୁତ ହୋଇଛି । ଓଡ଼ିଶା ଇଲେକ୍ସନ ୱାଚ ସଂଯୋଜକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ନ୍ୟାସନାଲ ଇଲେକ୍ସନ ୱାଚ
ତଥା ଆସୋସିଏସନ ଫର ଡ଼େମୋକ୍ରାଟିକ ରିପର୍ମସର ଅତୁଲ ଆଗ୍ନିକ, ଅବସରପ୍ରାପ୍ତ ପ୍ରଶାସକ କରୁଣାକର ପ…ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଚୁଡ଼ାମଣି ସେଠ, ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା କବିତାମଂଜରୀ ପରିଡ଼ା, ସିଡ଼ବ୍ଲୁଏସର ଉପନିର୍ଦେଶିକା ଚନ୍ଦନା ଦାସ, ଦୂରଦର୍ଶନର ପୂର୍ବତନ ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଯୋଗଦେଇଥିଲେ ।

ଏହି ଅବସରରେ ୨୦୧୪ ନିର୍ବାଚନରେ ସାଂସଦ ଓ ବିଧାୟକଙ୍କ ନିର୍ବାଚନ ଖର୍ଚ୍ଚ, ଫୌଜଦାରୀ ମାମଲା ଉପରେ ପ୍ରସ୍ତୁତ ରିପୋର୍ଟ ଏବଂ ୨୦୧୨ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ଜିଲା ପରିଷଦ ସଦସ୍ୟମାନଙ୍କର ସତ୍ୟପାଠକୁ ନେଇ ବିଶ୍ଳେଷଣ କରାଯାଇଥିବା ଏକ ରିପୋର୍ଟ ଉନ୍ମୋଚନ କରାଯାଇଥିଲା । ଇଲେକ୍ସନ ୱାଚର କୋର ଟିମ ସଦସ୍ୟ କ୍ଷମାକର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Share in top social networks!