ଓଡ଼ିଶା ସରକାରଙ୍କ ପ୍ଲେସମେଣ୍ଟ ସେଲ୍ରୁ ୧୦ଜଣ ଡିପ୍ଲୋମା ଇଞ୍ଜିନିୟର ଓ ୨୧ଜଣ ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କୁ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ

tatakpoଟାଟା ଷ୍ଟିଲ, ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିଦେ୍ର୍ଧଶଳାୟ (ଡିଟିଇଟି) ପ୍ଲେସମେଣ୍ଟ ସେଲ୍ର ୧୦ଜଣ ଡିପ୍ଲୋମା ଇଞ୍ଜିନିୟର ଓ ୨୧ଜଣ ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କୁ ଯାଜପୁର ଜିଲ୍ଲ୍ାର କଳିଙ୍ଗନଗର ପ୍ରକଳ୍ପରେ ନିଯୁକ୍ତି ପାଇଁ ଚୟନ କରିଛି । ପ୍ରତିଭାବାନ ଓ ଦକ୍ଷ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ସହିତ ସେମାନଙ୍କୁ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । । ଓଡ଼ିଶାର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ଟାଟା ଷ୍ଟିଲ ଚୟନ ପ୍ରକ୍ରିୟା ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇଥିବା ଏହି ଛାତ୍ରଛାତ୍ରୀ ଅଗଷ୍ଟ ୩, ୨୦୧୫ରେ କଳିଙ୍ଗନଗର ପ୍ରକଳ୍ପରେ ଯୋଗଦାନ କରିବେ ।

ଓଡ଼ିଶା ସରକାରଙ୍କ ରୋଜଗାର, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସ ବର୍ମା ରାଜ୍ୟସ୍ତରୀୟ ଦକ୍ଷ ଭାରତ କାର୍ଯ୍ୟକ୍ରମ ଅବସରରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶାର ଉନ୍ନୟନ କମିଶନର ଶ୍ରୀ ଉପେନ୍ଦ୍ର ନାଥ ବେହେରା, ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିଦେ୍ର୍ଧଶଳାୟର ନିଦେ୍ର୍ଧଶକ ଶ୍ରୀ ବିଷ୍ଣୁ ସାହୁ, ଓ ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ, ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀ ପାର୍ଥସାରଥୀ ମିଶ୍ର ପ୍ରମୁଖ ଉପସ୍ଥିିତ ଥିଲେ ।

ଟାଟା ଷ୍ଟିଲ, ପ୍ରଥମ ଘରୋଇ କମ୍ପାନୀ ଭାବେ ଡିଟିଇଟିର କେନ୍ଦ୍ରୀୟ ପ୍ଲେସମେଣ୍ଟ ସେଲ ସହଯୋଗରେ ଗତ ବର୍ଷ ୪୦ଜଣ ଡିପ୍ଲୋମା ଇଞ୍ଜିନିୟରଙ୍କୁ କଳିଙ୍ଗନଗର ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ କରିଛି ।

ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ ଅବସରରେ ଡିଟିଇଟି ପ୍ଲେସମେଣ୍ଟ ସେଲ୍ରୁ କର୍ମଚାରୀ ଚୟନ କରିଥିବାରୁ ଶ୍ରୀ ବର୍ମା ଟାଟା ଷ୍ଟିଲକୁୂ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ରାଜ୍ୟର ଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମିଶ୍ର ଏହି ଅବସରରେ କହିଥିଲେ ।

Share in top social networks!