ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ଦଶପଲ୍ଲା-ବଲାଙ୍ଗୀରଭାଗର ନିର୍ମାଣ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ଦଶପଲ୍ଲା-ବଲାଙ୍ଗୀର ଭାଗର ନିର୍ମାଣ ପାଇଁ ଆଜି ନୂଆଦିଲ୍ଲୀସ୍ଥିତ ରେଳବାଇ ବୋର୍ଡର କମିଟି ପ୍ରକୋଷ୍ଠରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ବିଧାନସଭା ରେଳକମିଟିର ଅଧ୍ୟକ୍ଷ ତଥା ବିଧାନସଭାର ବାଚସ୍ପତି ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ ରସ୍ତୋଗୀ ଓ ରେଳ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ନିର୍ମାଣ) ଶ୍ରୀ ବେଦ ପ୍ରକାଶ ଦୁଦେଜା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥ#ଲୋ

ଏହି ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବୋ ଏହି ଜମିର ମୂଲ୍ୟ ପ୍ରାୟ ୩୫୫ କୋଟି ଟଙ୍କା ହେବା ଦୁଇ ବର୍ଷ ମଧ୍ୟରେ ଜମି ଅଧ#ଗ୍ରହଣ କାର୍ଯ୍ୟ ସମାପ୍ତ ହେବା ପ୍ରକଳ୍ପର ଦଶପଲ୍ଲା-ବଲାଙ୍ଗିର ଭାଗ (୧୧୨କିମିରୁ ୨୮୯କିମି) ନିର୍ମାଣ ପାଇଁ ସମୁଦାୟ ୨୦୦୦ କୋଟି ଟଙ୍କା ବ୍ୟୟ ହେବା ଏଥ#ରୁ ରାଜ୍ୟ ସରକାର ୫୦% (୧୦୦୦ କୋଟି ଟଙ୍କା) ଖର୍ଚ୍ଚ ଭରଣା କରିବୋ ଏହି ରେଳ ପ୍ରକଳ୍ପ ଆଗାମୀ ୬ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବା

ସୂଚନାଯୋଗ୍ୟ ଯେ, ଓଡ଼ିଶାର ବୃହତ୍ତମ ରେଳପ୍ରକଳ୍ପ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ସୁଦୀର୍ଘ କାଳ ଧରି ନିର୍ମାଣାଧୀନ ରହିଛିା ନିକଟରେ ଖୋର୍ଦ୍ଧାରୋଡ ଠାରୁ ବେଗୁନିଆ ପର୍ଯ୍ୟନ୍ତ (୩୨ କିମି) ରେଳପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ କରୁଛିା ଖୋର୍ଦ୍ଧାରୋଡ-ଦଶପଲ୍ଲା ଭାଗର ଅବଶିଷ୍ଟ ଅଂଶ (୮୦କିମି) ରେଳ ମନ୍ତ୍ରାଳୟ ନିଜ ଖର୍ଚ୍ଚରୁ ନିର୍ମାଣ କରିବା ଏହି ରେଳପଥ ନିର୍ମାଣ ସମୟୋଚିତ ଭାବେ
ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥ#ଲାା

ଉପକୂଳ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବାରେ ଏହି ରେଳ ପ୍ରକଳ୍ପର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥ#ବାରୁ ବୁଝାମଣା ପତ୍ର ସା୍ୱକ୍ଷରିତ ହେବା ଯୋଗୁଁ ଶୀଘ୍ର ପ୍ରକଳ୍ପ ନିର୍ମାଣ 11752547_478923972288771_9077250108585019025_nସମ୍ଭବ ହେବ ଓ ରାଜ୍ୟବାସୀ ଉପକୃତ ହେବେ ସହ ସେମାନଙ୍କର ଦୀର୍ଘଦିନର ଦାବି
ପୂରଣ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତିା

Share in top social networks!