ସାଂସ୍କୃତିକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଓ ଆଇସିସିଆର୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ଭୁବନେଶ୍ୱର

ସାଂସ୍କୃତିକ ବିକାଶ ସାଙ୍ଗକୁ ବିବିଧ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ଓ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଇଣ୍ଡିଆନ୍ କାଉନ୍ସିଲ୍ ଫର କଲଚରାଲ ରିଲେସନ୍ସ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛିା ଆଜି ଅପରାହ୍ନରେ ସଚିବାଳୟରେ ଇଣ୍ଡିଆନ୍ କାଉନ୍ସିଲ୍ ଫର କଲଚରାଲ ରିଲେସନ୍ସ(ଆଇସିସିଆର୍)ର ଉପମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ବିଭାଗ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତିା

ସାଂସ୍କୃତିକ ଦଳ ବିନିମୟ, ପ୍ରଦର୍ଶନୀ, ସାହିତି୍ୟକ କାର୍ଯ୍ୟକ୍ରମ, ଶିଳ୍ପୀ ରହଣି ଇତ୍ୟାଦିରେ ଅଭିବୃଦ୍ଧି ଘଟାଇବା ସହିତ ରାଜ୍ୟରେ ଆନ୍ତର୍ଜାତିକ ସାଂସ୍କୃତିକ ଦଳର ପ୍ରଦର୍ଶନ ନିମନ୍ତେ ପରିବହନ, ପାରିଶ୍ରମିକ ପ୍ରଦାନ ବାବଦରେ ଏହି ରାଜିନାମାରେ ବ୍ୟବସ୍ଥା ରହିଛିା ଅପର
ପକ୍ଷରେ ଏପରି କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ ବୋଲି କୁହାଯାଇଛିା ଉଭୟଙ୍କ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଏକ ସମୟରେ ବ୍ୟାନର ଓ ଲୋଗୋ ରଖାଯିବା ସହିତ ନିମନ୍ତ୍ରଣ ପତ୍ର ଏବଂ ପ୍ରଚାର ସାମଗ୍ରୀରେ ଆଇସିସିଆର୍ ଓ ରାଜ୍ୟ
ସରକାରଙ୍କ ସଂସ୍କୃତି ବିଭାଗର ନାମ ଉଲ୍ଲେଖ ରହିବା ସମ୍ବଳକୁ ଦୃଷ୍ଟିରେ ରଖ# ପାରସ୍ପରିକ ପରାମର୍ଶ ଭିତ୍ତିରେ ଓଡ଼ିଶାର ସାଂସ୍କୃତିକ ଦଳ ବିଦେଶ ଯାଇପାରିବୋ ମୋଟାମୋଟି ଭାବରେ ଓଡ଼ିଶାର ସାଂସ୍କୃତିକ ବିଭବ, ଲୋକସଂସ୍କୃତି ଏବଂ ଲୁପ୍ତପ୍ରାୟ କଳାର ପ୍ରସାର ଓ ପ୍ରୋତ୍ସାହନ
ଉଦ୍ଦେଶ୍ୟରେ ଉଭୟ ଆଇସିସିଆର୍ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମିଳିତ ପ୍ରୟାସ ଜାରି ରଖ#ବୋ ଏହି ରାଜିନାମାର ଅବଧ# ଦୁଇ ବର୍ଷ ରହିଥ#ଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ନବିକରଣ କରାଯାଇ ପାରିବା ଆଜି ଅପରାହ୍ନରେ ରାଜିନାମା ସ୍ୱାକ୍ଷର ସମୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଅନିଲ କୁମାର ସାମଲ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ମହାନ୍ତି, ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ଆଇସିସିଆର୍ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଆର୍. ଚାଟାର୍ଜୀ ଓ ସଂସ୍କୃତି ଉପନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!