ବୌଦ୍ଧିକ ଦେବାଳିଆ ହୋଇଯାଇଛି ବିଜେଡ଼ି; ଜନସାଧାରଣଙ୍କୁ ଭୂଅାଁ ବୁଲାଇ ନବୀନ ଚଲାଇଛନ୍ତି ଶାସନ : ବିଜେପି

ବିଜେଡ଼ି ଏବେ ବୌଦ୍ଧିକ ଦେବାଳିଆ ହୋଇଯାଇଛି । ନିଜେ ଯାହା, ଅନ୍ୟମାନଙ୍କୁ ତାହା ବୋଲି ମନେକରୁଛି । ବେଦାନ୍ତ ପାଇଁ କିଏ ଜମି ଦଲାଲି କରୁଥିଲା ତାହା ରାଜ୍ୟବାସୀ ଜାଣିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ଶାଗମାଛ ଦରରେ ବେଦାନ୍ତକୁ ଟେକି ଦିଆଯାଇଛି । ସେତେବେଳେ ମୁଖ୍ୟ ସଚିବ ଥିବା ବିଜୟ ପଟ୍ଟନାୟକ ଏବେ ବେଦାନ୍ତ ବିଶ୍ୱବିଦ୍ୟାଳୟର ସଭାପତି ହେବା ଘଟଣାରୁ ରାଜ୍ୟ ସରକାର କିଭଳି ବେଦାନ୍ତ ପାଇଁ ଜମି ଦଲାଲି କରୁଥିଲେ ତାହା ସ୍ପଷ୍ଟ ହୋଇଯାଇଛି । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଟିପ୍ପଣୀ ଦେବା ପୂର୍ବରୁ ପ୍ରଥମେ ବିଜେଡ଼ି ନିଜ ମୁହଁ ନିଜେ ଦର୍ପଣରେ ଦେଖିବା ଦରକାର ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କର ତାଳୁରୁ ତଳିପା ଯାଏଁ କିଭଳି ଜମି ଦୁର୍ନୀତିର କଳାଦାଗ ଲାଗିଛି ତାହା ଆଉ କାହାରିକୁ ଅଛପା ହୋଇନାହିଁ ।
ଶ୍ରୀ ମହାନ୍ତି କହିଛନ୍ତିଯେ, କେବଳ ଜନତାଙ୍କୁ ଭୂଅାଁ ବୁଲାଇ ନବୀନ ଶାସନ କରୁଛନ୍ତି । ପସ୍କୋ ପାଇଁ କେନ୍ଦ୍ରକୁ ବିଜେଡ଼ି ଟାର୍ଗେଟ୍ କରୁଥିବାବେଳେ ମିତ୍ତଲ ଓ ଜିନ୍ଦଲ ପ୍ରକଳ୍ପ ବନ୍ଦ ପାଇଁ କିଏ ଦାୟୀ ତାହାର ଉତ୍ତର ବିଜେଡ଼ି ପାଖରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏନଡ଼ିଏ ସରକାର ସବୁବେଳେ ରାଜ୍ୟର ବିକାଶ ପାଇଁ ଚିନ୍ତା କରି ଆସୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଅମଳରେ ଓଡ଼ିଶାର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ କେନ୍ଦ୍ରର ମୋଦି ସରକାର ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ପ୍ରତିପାଦନ କରିସାରିଛନ୍ତି । ହେଲେ ରାଜନୀତି ପାଇଁ ନୀତି ଆୟୋଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର କିଛି ଦେଉନାହିଁ ବୋଲି ଚିକôାର କରିବାର ଅଧିକାର ନବୀନ, ତାଙ୍କ ଦଳ ବା ସରକାରର କୌଣସି ନେତାଙ୍କର ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ବିଜେଡ଼ିର ଆଚରଣ ଓ ଉଚ୍ଚାରଣରୁ ଦଳ ଏବେ ବୌଦ୍ଧିକ ଦେବାଳିଆ ସ୍ଥିତି ଦେଇ ଗତି କରୁଛି ବୋଲି କହିଲେ କିଛି ଭୁଲ୍ ହେବନାହିଁ ବୋଲି ଶ୍ରୀ ମହାନ୍ତି କଡ଼ା ସମାଲୋଚନା କରିଛନ୍ତି ।

Share in top social networks!