ୟୁବିଏସ୍ଏସ୍ର ଅଢେଇ ହଜାର ସ୍ୱୟଂସେବକଙ୍କ ନଅ ପ୍ରକାର ସେବାକାର୍ଯ୍ୟ

ubssମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବକଳେବର ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବା ବିଭାଗ ଉକ୍ରଳ ବିପନ୍ନ ସହାୟତା ସମିତି(ୟୁବିଏସ୍ଏସ୍) ତରଫରୁ ପୁରୀ ଠାରେ ୯ ପ୍ରକାର ସେବାକାର୍ଯ୍ୟ କରାଯାଉଅଛି । ସଂଘର ସ୍ୱୟଂସେବକମାନେ ମେଡିକାଲ ଛକ,ଅଠର ନଳା, ଅବକାଶ ଛକ, ସଦରଥାନା ଛକ, ତାଳବଣିଆ, କଲେଜ ଛକ, ମାର୍କେଟ ଛକ, ବଳଗଣ୍ଡି ଛକ, ମାଳତି ପାଟପୁର ଛକ, ମୁଣ୍ଡିଆମାରି ଛକ, ବଡଶଙ୍ଖ, ରେଲୱଷ୍ଟେସନ ଆଦି ସ୍ଥାନରେ ୯୦ ହଜାର ଲିଟର ବିଶୁଦ୍ଧ ଜଳ ଓ ୪ କୁଇଣ୍ଟାଲ ଦହି ବଣ୍ଟନ କରିଥିବା ବେଳେ ବଡଶଙ୍ଖ, ରେଲୱେଷ୍ଟେସନ, ସିଂହଦ୍ୱାର ସାମନା, ଗୁଣ୍ଡିଚାବାରି, ଜଗନ୍ନାଥ ବଲ୍ଲଭ ମଠ, ବଳଗଣ୍ଡ ହସ୍ପିଟାଲ ଛକ, ରେଲୱେ ପାକିଂ ପ୍ଲେସ, ହେଲିପ୍ୟାଡ, ଇଣ୍ଡୋରଷ୍ଟାଡିୟମ,ମାଳତିପାଟପୁର ବସଷ୍ଟାଣ୍ଡ, ସମୁଦ୍ରକୂଳ ପାନ୍ତନିବାସ ସାମନା, ସମୁଦ୍ରକୂଳ ଦୀଗବାରେଣୀ ଛକ,ଲାଇଟ ହାଉସ ଛକ, ଆୟୁବେଦିକ କଲେଜ ଛକ,ସୁଭାଷବୋଷ ଛକ ଆଦି ୧୫ଟି ସ୍ଥାନରେ ପ୍ରଶାସନ ସହିତ ମିଳିତ ସହଯୋଗରେ ପଥିକ ତଥା ଭକ୍ତମାନଙ୍କୁ ରାସ୍ତା ଓ ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି ।

ଗୁଣ୍ଡିଚା ମନ୍ଦିର, ଶ୍ରୀ ଚୈତନ୍ୟ ଗୌଡିୟ ମଠ ଆଦି ସ୍ଥାନରେ ଚାଲିଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ୭୯୪ ଜଣ ରୋଗୀଙ୍କୁ ସଂଘର ସ୍ୱୟଂସେବକ ଓ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଛନ୍ତି । ବଡଦାଣ୍ଡ, ଆୟୁବେଦ କଲେଜ, ଯାତ୍ରୀ ନିବାସ ଛକ,ଛପନ ଛକରେ ଥିବା ୪ଟି ଆମ୍ବୁଲାନ ଦ୍ୱାରା ୨୧୯ ଜଣ ରୋଗୀଙ୍କୁ ସ୍ୱୟଂସେବକମାନେ ଚିକିତ୍ସାକେନ୍ଦ୍ରରେ ପହଁଚାଇଛନ୍ତି । ସରକାରୀ ହସପିଟାଲରେ ୫ଟି ଓ ବଡ ଦାଣ୍ଡରେ ୪ଟି ଷ୍ଟ୍ରେଚର ସାହଯ୍ୟରେ ୩୨୪ରୋଗୀମାନଙ୍କୁ ଡାକ୍ତର ଖାନାରେ ପହଁଚାଇଛନ୍ତି ।

ପୁରୀ ସରକାରୀ ମୁଖ୍ୟ ହସ୍ପିଟାଲରେ ୫୦ ଜଣ ସ୍ୱୟଂସେବକ ୨୫୦ରୁ ଉର୍ଦ୍ଧ ରୋଗୀମାନଙ୍କ ସେବା କରିଛନ୍ତି । ୩ ରଥରେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ସହିତ ସ୍ୱୟଂସେବକମାନେ ମିଶି ସୁରକ୍ଷା ପ୍ରଦାନ କରିଥିବା ବେଳେ ୧୫ଟି ସ୍ଥାନରେ ୨୨୦ ଜଣ ସ୍ୱୟଂସେବକ ପୋଲିସ ସହିତ ମିଶି ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରିଥିଲେ ତଥା ପୁରୀ ମନ୍ଦିର ଚତୁର୍ପାଶ୍ୱ ଏବଂ ବଡଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲଗାତାର ୫ ଦିନ କାଳ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଓ ବଡ ଦାଣ୍ଡକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ ରଖିବା ପାଇଁ ସ୍ୱୟଂସେବକମାନେ ସେବାକାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ-ପ୍ରଚାରକ ପ୍ରମୁଖ ଅଦୈତ୍ତ ଚରଣ ଦତ୍ତ, ପୂର୍ବ କ୍ଷେତ୍ର ପ୍ରଚାରକ ପ୍ରଦିପ ଯୋଶୀ, କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, କ୍ଷେତ୍ର ସେବାପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା,ସହ-ପ୍ରାନ୍ତକାର୍ଯ୍ୟବାହ ସୁଦର୍ଶନ ଦାସ,ତନ୍ମୟ ମହାପାତ୍ର,ଉକ୍ରଳ ବିପନ୍ନ ସହାୟତା ସମିତିର ସମ୍ପାଦକ ମନସୁଖଲାଲ ସେଠିଆ ଓ ସମିତିର ରଥଯାତ୍ରା ତଥା ନବକଳେବରର ସଂଯୋଜକ ଡ. ବିଜୟ କୁମାର ସ୍ୱାଇଁ, ଦୀପକ ରାଉତ, ରୁଦ୍ରନାରାୟଣ ମହାପାତ୍ର, ପୁରୁଷୋତ୍ତମ ଦାସ, ପ୍ରଣବ କୁମାର ନାୟକ ,ଶାନ୍ତୁନ କୁମାର ମାଝି, ସୁରେନ୍ଦ୍ର କୁମାର ପଣ୍ଡା,ଅସୀତ ସାହୁ, ମାନସ କୁମାର ମହାନ୍ତି, ଡ. ପ୍ରବାସ ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସେବା ମାନଙ୍କରେ ୨୫୦୦ ରୁ ଅଧିକ ସ୍ୱୟଂସେବକ, ଡାକ୍ତର ଓ ପାରାମେଡିକ୍ସ ଓଡିଶାର ବିଭିନ୍ନ ଜିଲ୍ଲା ତଥା ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ ଓ ସୀମାନ୍ଧ୍ର ଆଦି ରାଜ୍ୟ ମାନଙ୍କରୁ ଯୋଗଦାନ କରି ଯାତ୍ରୀମାନଙ୍କର ସେବା କରୁଛନ୍ତି ବୋଲି ସମିତିର ରାଜ୍ୟ ମିଡିଆସେଲ କାର୍ଯ୍ୟାଳୟ ସଂପାଦକ ଶ୍ରୀ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ।

ରଥଯାତ୍ରା ଦିନ ପୁରୀରେ ଏହି ସେବାକାର୍ଯ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀ ପ୍ରଦୀପ ପ୍ରଜ୍ୱଳନକରି ଉଦ୍ଘାଟନ କରିଥିଲେ ।

Share in top social networks!
Powered By Indic IME