ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବୁଲାନ୍ସ ଓ ସେବା ଶିବିର; ଶହସ୍ର୍ରାଧିକ କଂଗ୍ରେସ ସେବାଦଳ କର୍ମୀ ସେବାକାର୍ଯ୍ୟରେ ନିୟୋଜିତ ।

pccନବକଳେବର ରଥା ଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପଥ ପାଶ୍ୱର୍ ସେବା ଶିବିର ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ମାର୍ଗ ଦର୍ଶନରେ ଏହି ସ୍ୱାସ୍ଥ୍ୟ ସେବା ଓ ଶିବିର କାର୍ଯ୍ୟକ୍ରମରେ ହଜାରୁ ଉର୍ଦ୍ଧ କଂଗ୍ରେସ ସେବାଦଳ କର୍ମୀ ଓ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇଛନ୍ତି ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବୁଲାନ୍ସ ସେବାକୁ ଏଆଇସିସି ସଂପାଦକ ଶ୍ରୀ ଶୁଭଙ୍କର ସରକାର ଓ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଶୁକ୍ରବାର ରାତିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଆମ୍ବୁଲାନ୍ସ ଗୁଡ଼ିକରେ ଫାଷ୍ଟଏଡ଼ ସହ ପାରା ମେଡିକାଲ କର୍ମ•ରୀମାନେ ନିୟୋଜିତ ହୋଇଛନ୍ତି । ଦଳ ପକ୍ଷରୁ ଭୁବନେଶ୍ୱରରୁ ପୁରୀ ମଧ୍ୟବର୍ତ୍ତି ଅଞ୍ଚଳରେ ରାସ୍ତା ପାଶ୍ୱର୍ରେ ୫ ଟି ସ୍ଥାନରେ ସେବା ଶିବିର ପ୍ରତିଷ୍ଠା କରାଯାଇଛି । ଏହି ସେବା ଶିବିରରେ ଯାତ୍ରୀଙ୍କ ବିଶ୍ରାମ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା କରାଯାଇଛି । ମହିଳା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ଏହି ଶିବିର ମାନଙ୍କରେ ରହିଛି । ସେବା ଶିବିର ଲାଗିଥିବା ସ୍ଥାନ ଗୁଡ଼ିକ ହେଲା, ଉତ୍ତରା ଛକ, ଦାଣ୍ଡମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର ଓ ବାଲିଘାଇ । ପୁରୀ ସହର ମଧ୍ୟରେ ଦଳ ପକ୍ଷରୁ ମଧ୍ୟ ସେବା ଶିବିର ଆୟୋଜନ କରାଯାଇଥିବା ବେଳେ ସେଠାରେ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ସେବା ସହ କଂଗ୍ରେସ କର୍ମୀମାନେ ନିୟୋଜିତଥିଲେ । ରଥ ଯାତ୍ରାକୁ ଆସିଥିବା ଯାତ୍ରୀମାନଙ୍କ ଉପରେ ଶୀତଳ ଜଳ ସିଞ୍ଚନ ପାଇଁ ଦଳ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Share in top social networks!