ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ରଥଯାତ୍ରାରେ ଉପସ୍ଥିତ ରହିଲେ ୩ କେନ୍ଦ୍ରମନ୍ତ୍ରୀ ଏବଂ ଦଳର ୨ ରାଷ୍ଟ୍ରୀୟ ପଦାଧିକାରୀ

dharmendrapradhan-sharmaପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଓ ପବିତ୍ର ରଥଯାତ୍ର୍ରାକୁ ସୁରୁଖୁରୁରେ ସଂପାଦନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନିର୍ଦେଶାନୁସାରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ଡ.ମହେଶ ଶର୍ମା, ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ, ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂ ଏବଂ ରାଷ୍ଟ୍ରୀୟ ସହ ସଂଗଠନ ସଂପାଦକ ଶିବ ପ୍ରକାଶଜୀଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତା ଆଜି ପୁରୀଠାରେ ଉପସ୍ଥିତ ରହି ସମଗ୍ର ରଥଯାତ୍ରାର ଅନୁଧ୍ୟାନ ଏବଂ ସମୀକ୍ଷା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ପୂର୍ବରୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଗତ ଦୁଇ ଦିନ ହେଲା କେନ୍ଦ୍ରରେ ରାଜ୍ୟରୁ ପ୍ରତିନିଥିତ୍ୱ କରୁଥିବା ଶ୍ରୀ ଓରାମ୍ ଓ ଶ୍ରୀ ପ୍ରଧାନଙ୍କ ସମେତ ଦଳର ଦୁଇ ରାଷ୍ଟୀୟ ପଦାଧିକାରୀ ଶ୍ରୀ ଅରୁଣ ସିଂ ଓ ଶ୍ରୀ ଶିବ ପ୍ରକାଶଜୀ ପୁôରୀ ଠାରେ କ୍ୟାମ୍ପ କରି ସମସ୍ତ କାର୍ଯ୍ୟକୁ ସମ୍ପାଦନା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କର ଓଡିଶା ପ୍ରତି ଥିବା ଆନ୍ତରିକତା ପାଇଁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Share in top social networks!
Powered By Indic IME