ନବକଳେବର ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ରୁଟସ୍ ଅଫ୍ ଓଡ଼ିଶା ଫାଉଣ୍ଡେସନ ତରଫରୁ ଥଣ୍ଡାପାନୀୟ ସେବା

ROOFDRINK4ପବିତ୍ର ନବକଳେବର ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱର ପୁରୀ ରାସ୍ତାର ଧଉଳି ଛକ ନିକଟରେ ପଥପ୍ରାନ୍ତ ଥଣ୍ଡା ପାନୀୟ ସେବା ରୁଟସ୍ ଅଫ୍ ଓଡ଼ିଶା ଫାଉଣ୍ଡେସନ ଓ ଧଉଳି ·ରୁକଳା ମହାବିଦ୍ୟାଳୟ ତରଫରୁ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ପାଇଁ ମାଗଣାରେ ଥଣ୍ଡା ପାଣି ଓ ଦହି ସର୍ବତ ଅହରାତ୍ର ବିତରଣ ସେବା ଯୋଗାଇ ଦିଆଯାଇଥିଲା ।

ଧଉଳି ·ରୁକଳା ମହାବିଦ୍ୟାଳୟରଏନ୍.ଏସ୍.ଏସ୍. କର୍ମୀମାନେ ନିଜର ସକ୍ରିୟ ସେବା ଅର୍ପଣ କରି ପଥ·ରୀ ଭକ୍ତ, ବାଇକ୍ ଆରୋହୀ ଓ ଅନ୍ୟଭକ୍ତମାନଙ୍କୁ ଥଣ୍ଡାପାନୀୟ ବଣ୍ଟନ କରିଥିଲେ । ଭକ୍ତ ସେବା ଅବସରରେ ରୁଟସ୍ ଅଫ୍ ଓଡ଼ିଶା ଫାଉଣ୍ଡେସନର କର୍ମକର୍ତ୍ତା ଗୋପୀମୋହନ ପଟ୍ଟନାୟକ, ମାନସ ରଞ୍ଜନ ମିଶ୍ର, ସ୍ୱପ୍ନା ମଞ୍ଜରୀ ଲେଙ୍କା, ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ, ଶ୍ରୀପତି ଆ·ର୍ଯ୍ୟ, ବଦ୍ରିନାରାୟଣ ଆ·ର୍ଯ୍ୟ, ଧଉଳି ·ରୁକଳା ମହାବିଦ୍ୟାଳୟର କର୍ମକର୍ତ୍ତା ଡ. ହୃଷିକେଶ ମିଶ୍ର, ମିହିରକାନ୍ତ ପ୍ରହରାଜ, ଚନ୍ଦନ ସାମଲ, ଅଧ୍ୟକ୍ଷ ପଞ୍ଚାନନ ସାମଲ ଓ ସ୍ଥାନୀୟ ସରପଞ୍ଚ ରବି ମହାରଣା ସାମିଲ୍ ହୋଇ ଶିବିର ପରି·ଳନା କରିବା ସହ ଭକ୍ତମାନଙ୍କୁ ଥଣ୍ଡାପାନୀୟ ବାଣ୍ଟିଥିଲେ ।

Share in top social networks!