କେନ୍ଦ୍ରମନ୍ତ୍ରୀଙ୍କୁ ଅସଦାଚରଣ କରି ବିଜୁ ଜନତା ଦଳ ହୀନ କୁସôିତ ରାଜନୈତିକ ଅପସଂସ୍କୃତି ଆରମ୍ଭ କରିଛି

ପିପିଲି ଜାତୀୟ ରାଜପଥ ଲୋକାର୍ପଣ ଉସôବ, ବେଗୁନିଆ ଖୋର୍ଦ୍ଧା ରେଳପଥର ଲୋକାର୍ପଣ ଉସôବ ଓ ମାଳତୀପାଟପୁର ଠାରେ ଖୋର୍ଦ୍ଧା-ପୁରୀ ରେଳପଥର ଦୋହରୀକରଣ, ରେଳ ଓଭରବ୍ରୀଜ ଲୋକାର୍ପଣ ଉସôବରେ ବିଜୁ ଜନତା ଦଳର କେତେକ କର୍ମୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ ଓ ଗତକାଲି ଶ୍ରୀ ସୁରେଶ ପ୍ରଭୁ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଯେଉଁଭଳି ଅସଦାଚରଣ ବ୍ୟବହାର କଲେ ତାହାକୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଶ୍ରୀ ପୃଥିରାଜ ହରିଚନ୍ଦନ ଦୃଢ ଭାବେ ନିନ୍ଦା କରିଛନ୍ତି । ଏଭଳି ହୀନ ରାଜନୈତିକ ୍କାର୍ଯ୍ୟକଳାପରୁ ବିରତ ରହିବା ପାଇଁ ବିଜେଡିକୁ ଆହ୍ୱାନ ଜଣାଇଛନ୍ତି ।
ଶ୍ରୀ ହରିଚନ୍ଦନ ଆଜି ବୈଦୁ୍ୟତିକ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଲେ ଯେ ମାଳତୀପାଟପୁରଠାରେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟର ବିକାଶର ସାରଥୀ ହୋଇ ଆସିଥିବା ବେଳେ ବିଜୁ ଜନତା ଦଳର କର୍ମୀ ମାନେ ଯେଉଁ ଭଳି ଅସଭ୍ୟ ଓ ଅସୌøଜନ୍ୟ ବ୍ୟବହାର କରିଥିଲେ ସେହିଭଳି ଘଟଣା ଅତିତରେ ଓଡିଶା ଭଳି ରାଜ୍ୟର ରାଜନୈତିକ ଇତିହାସରେ କେବେ ଦେଖା ଯାଇ ନ ଥିଲା । ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରଚ୍ଚନ୍ନ ନିଦେଁଶ କ୍ରମେ ତାଙ୍କ ଦଳର କର୍ମୀ ମାନେ ଏଭଳି ନୂଆ ରାଜନୈତିକ ଅପସଂସ୍କୃତି ଆରମ୍ଭ କରିଥିବା ସୁସ୍ପଷ୍ଟ । ଏହା ପୂର୍ବରୁ ପିପିଲିଠାରେ ମନ୍ତ୍ରୀ ପ୍ରଦୀପ ମହାରଥି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୂପ ଅଶାଳୀନ ବକ୍ତବ୍ୟ କେନ୍ଦ୍ରମନ୍ତ୍ରୀ ଗଡକାରୀଙ୍କ ଉଦେ୍ଧ୍ୟଶରେ ଦେଇଥିଲେ ।
ନବକଳେବର ଭିତ୍ତିଭୁମିନିର୍ମାଣରେ ଅବହେଳା, ବ୍ରହ୍ୱ ବିଭ୍ରାଟ ପରି ମହାବିଭ୍ରାଟର ନାୟକ ବିଜେଡି ଦଳର ନେତୃ୍ୟବୃନ୍ଦ ନିଜର ଅପାରଗତାକୁ ଘୋଡାଇବା ପାଇଁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶା ପାଇଁ ଅଧିକ ପ୍ରକଳ୍ପ ଓ ବ୍ୟୟ ବରାଦ କରାଇବା ସମ୍ଭବ ହେଉଛି ସେମାନଙ୍କୁ ନିନ୍ଦିତ କରାଇବାର ଏକ ଅପପ୍ରୟାସ ବିଜେଡି ଆରମ୍ଭ କରିଛି । ତାହା ମୋଟେ ସ୍ପୃହଣୀୟ ତଥା ଗ୍ରହଣୀୟ ନୁହେଁ । ବଡ ଦୁର୍ଭାଗ୍ୟର ବିଷୟ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ବଦଳରେ ବିଜେଡିର ନେତା ଓ କର୍ମୀମାନେ ନକାରାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି । କେନ୍ଦ୍ରୀୟ ସହଯୋଗ ପ୍ରତି ବିଜେଡିର ଆଭିମୁଖ୍ୟ ପଶ୍ଚାତଗାମୀ ଅଟେ । ମୁଳତଃ ଆଜି ଏହି ସରକାର ବିଜେଡି ଠିକାଦାର ମାନଙ୍କର ସଙ୍ଗଠନ ପାଲଟିଛି । ରାଜ୍ୟର ବିକାଶ ଆଉ ବିଜେଡିର ଧ୍ୟେୟ ନୁହେଁ । ବିଜେଡି ମନେରଖିବା ଉଚିତ୍ ଆଜି ମଧ୍ୟ ଚିଟ ଫÿଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ସାଂସଦ, ବିଧାୟକ ଓ ନେତାମାନେ ସମ୍ପୃକ୍ତ ଥାଇ ଜେଲରେ ବନ୍ଦୀ ଥିବା ବେଳେ “ଶିରୋ ନାସ୍ତି ଶିରୋପୀଡା” ଭଳି ବ୍ୟପମ ପ୍ରସଙ୍ଗରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋଡାଯିବା ଏକ ନିନ୍ଦନୀୟ ଘଟଣା । ବ୍ୟପମ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ହରିଚନ୍ଦନ ଦୃଢକ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ହରିଚନ୍ଦନ ବିଜୁ ଜନତାଦଳର ନେତୃବୃନ୍ଦକୁ ସତର୍କ କରାଇ କହିଛନ୍ତି ଯେ ଏହିଭଳି ରାଜନୈତିକ କୁସôିତ ଅପସଂସ୍କୃତି ବନ୍ଦ ନହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀଙ୍କ ଗସ୍ତବେଳେ ଭାରତୀୟ ଜନତା ଦଳର କର୍ମୀ ମନେ ମଧ୍ୟ ରାଜ୍ୟବ୍ୟାପି ବିରୋଧ କରିବା ପାଇଁ ବାଧ୍ୟ ହେବେ ।
ଅନ୍ୟପକ୍ଷରେ ସମ୍ବଳପୁର, ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ଦଳର ପତାକାକୁ ବିଜୁ ଜନତାଦଳର କର୍ମୀମାନେ ପୋଡିଥିବା ଘଟଣାରୁ ଜଣାଯାଉଛି ଯେ ଏହା ଦଳର ବିରୋଧ ସୁଚିନ୍ତିତ ଭାବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରାଯାଉଛି । କୌଣସି ଦଳ ହେଉ ନାଁ କାହିଁକି ଏହାର ପତାକା ସବୁବେଳେ ସମ୍ମାନର ପ୍ରତୀକ । ତାକୁ ପୋଡିବା ଏକ କୁସôିତ ରାଜନୈତିକ ଅପସଂସ୍କୃତି ମାତ୍ର । ଏହି ଘଟଣାକୁ ଦୃଢ ନିନ୍ଦାକରି ଆଗାମୀ ଦିନରେ ଏଥିରୁ ଉପୁଜୁଥିବା ଭୟାବହ ପରିସ୍ଥିତିର ସମ୍ମୁଖିନ ହେବାପାଇଁ ବିଜୁ ଜନତା ଦଳର ନେତା ଓ କର୍ମୀ ପ୍ରସ୍ତୁତ ହୋଇ ରହିବା ପାଇଁ ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଏଥିରେ ବିଜେପିର ମୁଖପାତ୍ର ଶ୍ରୀ ସମୀର ମହାନ୍ତି ଏବଂ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!