ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଦର୍ଶନ ପାଇଁ କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ଓ ନାଗରିକ ଉଦ୍ୟୟନ ବିଭାଗ ମନ୍ତ୍ରୀ ଡଃ ମହେଶ ଶର୍ମାଙ୍କ ଓଡିଶା ଆଗମନ

ଉପସ୍ଥିତ ରହିବେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ଓ ନାଗରିକ ଉଦ୍ୟୟନ ବିଭାଗ ମନ୍ତ୍ରୀ ଡଃ ମହେଶ ଶର୍ମା, କେନ୍ଦ୍ରରେ ଓଡିଶାର ଦୁଇ ପ୍ରତିନିଧି ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଆଗାମୀକାଲି ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଦର୍ଶନ ପାଇଁ ବଡଦାଣ୍ଡରେ ଉପସ୍ଥିତ ରହିବେ ବୋଲି ବିଜେପି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଯାତ୍ରାରେ ସାମିଲ ହେବା ପାଇଁ ବିଜେପିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ଅରୁଣ ସିଂ ଓ କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀଯୁକ୍ତ ଶିବ ପ୍ରକାଶ ଆଜି ଭୁବନେଶ୍ୱର ଆସି ପହଂଚିଛନ୍ତି । ଆଗାମୀକାଲି ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ଶ୍ରୀ ପ୍ରଶନ୍ନ ମିଶ୍ରଙ୍କ ସମେତ ରାଜ୍ୟ ନେତୃ ମଣ୍ଡଳୀ ସହ ଜଗନ୍ନାଥ ଦର୍ଶନ କରିବେ ବୋଲି ରାଜ୍ୟ କାର୍ଯ୍ୟଳୟ ସୂତ୍ରରୁ ପ୍ରକାଶ ।

Share in top social networks!