ଝାଡ଼ଖଣ୍ଡର କୃଷିମନ୍ତ୍ରୀ ଶ୍ରୀ ରଣଧୀର ସିଂହଙ୍କ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ ସହ ସାକ୍ଷାତ ଆଲୋଚନା

ଝାଡ଼ଖଣ୍ଡ ରାଜ୍ୟର କୃଷିମନ୍ତ୍ରୀ ଶ୍ରୀ ରଣଧୀର ସିଂହ ଆଜି ଓଡ଼ିଶା ଗସ୍ତରେ ଆସି ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ ସହ ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ସାକ୍ଷାତ ଆଲୋଚନା କରିଥ#ଲେ । ଉଭୟଙ୍କ ମଧ୍ୟରେ ଓଡ଼ିଶାରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦର ବିକାଶ ପାଇଁ ନିଆଯାଉଥ#ବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ବ୍ୟାପକ ଆଲୋଚନା ହୋଇଥ#ଲା ।

ଏହି ଅବସରରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷି କ୍ଷେତ୍ରକୁ ଅଗ୍ରାଧ#କାର ଦେଇ ଆସିଛନ୍ତିା କୃଷି କ୍ଷେତ୍ରରେ ନିଆଯାଉଥ#ବା ବିଭିନ୍ନ ପଦକ୍ଷେପ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ ହୋଇଛି ଓ ଅଧ#କ ବ୍ୟୟବରାଦ କରାଯାଇଛି । ଆମ ରାଜ୍ୟ ଦ୍ୱିତୀୟ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ସବୁଠାରୁ ଅଧ#କ ଖାଦ୍ୟଶସ୍ୟ ଉତ୍ପାଦନ ଓ ଉତ୍ପାଦକତା
ହାସଲ କରିପାରିଛି । ଭାରତ ସରକାର ବିଗତ ୪ ବର୍ଷ ମଧ୍ୟରେ ତୃତୀୟଥର ପାଇଁଓଡ଼ିଶାକୁ ସମ୍ମାନଜନକ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ କରିଛନ୍ତିା ରାଜ୍ୟ ସରକାର ଚଳିତ ବର୍ଷ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣୁଛନ୍ତିା

ବିଜୁ କୃଷକ କଲ୍ୟାଣ ଯୋଜନାରେ ଚାଷୀମାନଙ୍କ ନିମିତ୍ତ ସ୍ୱାସ୍ଥ୍ୟବୀମାର ପ୍ରଚଳନ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ପରିବାରର ୫ ଜଣ ସଦସ୍ୟଙ୍କ ପାଇଁ ସର୍ବାଧ#କ ବାର୍ଷିକ ଏକଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କରାଯାଉଛି । ୨୦୧୩-୧୪ରେ ଏହି ଯୋଜନାରେ ୫୨ ଲକ୍ଷ ଚାଷୀ ପରିବାରଙ୍କୁ ସ୍ୱାସ୍ଥ୍ୟବୀମାର ସୁବିଧା ପ୍ରଦାନ କରାଯାଇଛି । ଚଳିତ ବର୍ଷ ୬୦ ଲକ୍ଷ ଚାଷୀ ପରିବାରଙ୍କୁ ସ୍ୱାସ୍ଥ୍ୟବୀମାର ସୁବିଧା
ପ୍ରଦାନ କରିବା ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବା ଏହିଭଳି ଏକ କୃଷକ କଲ୍ୟାଣ ଯୋଜନା ଝାଡ଼ଖଣ୍ଡରେ କାର୍ଯ୍ୟକାରୀ କରିବା ପାଇଁ ଝାଡ଼ଖଣ୍ଡ କୃଷିମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥ#ଲେ । କୃଷିକ୍ଷେତ୍ର ସମ୍ମୁଖୀନ ହେଉଥ#ବା ବିଭିନ୍ନ ସମସ୍ୟା ଯଥା- ବିହନ, ସାର, କୀଟନାଶକ ଇତ୍ୟାଦିର ସଠିକ୍ ସମୟରେ ଉପଲବ୍ଧତା, ଦର ବୃଦ୍ଧି, ବିନିଯୋଗ ତୁଳନାରେ ସ୍ୱଳ୍ପ ଆମଦାନୀ, ଆନୁଷ୍ଠାନିକ ଋଣର ସ୍ୱଳ୍ପ ଉପଲବ୍ଧି, ଫସଲ
କ୍ଷତିକୁ ପ୍ରତିହତ କରିବା ପାଇଁ ସ୍ୱଳ୍ପ ବୀମା ବ୍ୟବସ୍ଥା, ପଣ୍ୟାଗାରରେ ସଂରକ୍ଷଣ, ପ୍ରକି୍ରୟାକରଣ ଓ କୃଷି ଉତ୍ପାଦଗୁଡ଼ିକର ବିପଣନର କୁପରିଚାଳନାକୁ ଓଡ଼ିଶା କିପରି ସମାଧାନ କରୁଛି, ମତ୍ସ୍ୟଚାଷ ଓ ଗୋ-କୁMୁଟ ପାଳନରେ କେଉଁଭଳି ସବ୍ସିଡି ଓ ପ୍ରୋତ୍ସାହନ ଦିଆଯାଉଛି, ଝାଡ଼ଖଣ୍ଡରେ ନଡ଼ିଆଚାଷ ସମ୍ଭବ ହେବ କି, ଓଡ଼ିଶାର ମାଛ ଓ କ୍ଷୀର ଝାଡ଼ଖଣ୍ଡକୁ ପଠାଇବା, ଝାଡ଼ଖଣ୍ଡରେ ମତ୍ସ୍ୟଚାଷ ଉନ୍ନୟନ କ୍ଷେତ୍ରରେ ଓଡ଼ିଶା କିଭଳି ପର୍ଯ୍ୟାପ୍ତ ସହଯୋଗ ଯୋଗାଇ ଦେବ, ସେ ସମ୍ବନ୍ଧରେ ଝାଡ଼ଖଣ୍ଡ କୃଷିମନ୍ତ୍ରୀ ଶ୍ରୀ ରଣଧୀର ସିଂହ ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କ ସହ ଆଲୋଚନା କରିଥ#ଲେ ।
jharkhandd
ଆସନ୍ତା ମାସରେ ଝାଡ଼ଖଣ୍ଡରୁ କୃଷିମନ୍ତ୍ରୀ ଶ୍ରୀ ରଣଧୀର ସିଂହଙ୍କ ନେତୃତ୍ୱରେ ବିଭାଗୀୟ ଅଧ#କାରୀ ଓ ବିଶେଷଜ୍ଞମାନଙ୍କ ଏକ ଦଳ ଓଡ଼ିଶା ଗସ୍ତ କରି ସି.ଆର୍.ଆର୍.ଆଇ., ସିଫା, ଓ.ୟୁ.ଏ.ଟି. ଅଧୀନସ୍ଥ ବିଭିନ୍ନ ଫାର୍ମ, ଓମ୍ଫେଡ୍ ଆଦି ବୁଲି ଦେଖ#ବେ ଓ ଓଡ଼ିଶାର କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ହୋଇଥ#ବାଅଗ୍ରଗତିକୁ ମଡେଲ ରୂପେ ଆପଣେଇବେ ବୋଲି ଝାଡ଼ଖଣ୍ଡ କୃଷିମନ୍ତ୍ରୀ ଶ୍ରୀ ରଣଧୀର
ସିଂହ ସୂଚନା ଦେଇଥ#ଲେ ।

ଏହି ଆଲୋଚନା ସମୟରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜେଶ ବର୍ମା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, କୃଷି ବିଭାଗର କମିଶନର ତଥା ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରମୁଖ ଉପସ୍ଥିତ ରହି ଝାଡ଼ଖଣ୍ଡର କୃଷିମନ୍ତ୍ରୀଙ୍କୁ ବହୁ ତଥ୍ୟ ଯୋଗାଇ ଦେଇଥ#ଲେ ।

Share in top social networks!