ଓଡିଆଭାଷା ପ୍ରତି ରାଜ୍ୟ ସରକାରଙ୍କ ହତାଦରର ଆଉ ଏକ ନମୁନା; ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର ରାଜି ନୁହନ୍ତି

ଦୀର୍ଘ ତିନି ଦଶକ ପରେ ଓଡିଶାରେ ଦେଖା ଦେଇଥିବା ଭାଷା ଆନେ୍ଦାଳନ ଭୟଙ୍କର ରୂପ ନେବା ପୂର୍ବରୁ
ଓଡିଶା ସରକାର ଚତୁରତାର ସହିତ ଏହାକୁ ଶିତଖ କରିବାରେ ସମର୍ଥ ହୋଇପାରିଲେ । ମାତ୍ର ଓଡିଆଭାଷାପାଇଁ ସରକାରଙ୍କ ଯେ ଆଦୌ
ଆନ୍ତରିକତା ନାହିଁ, ତାହା କେତୋଟି କାର୍ଯ୍ୟରୁ ବେଶ ଜଣାପଡେ । ଦେଶରେ ଅନ୍ୟ ରାଜ୍ୟଭଳି ଭାଷାଭି•ିକ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନପାଇଁ ଗତ ନିର୍ବାଚନ ଇସ୍ତାହାରରେ ବିଜେଡି ସରକାର ଘୋଷଣା କରିଥିଲେ ।

ଏହି ଘୋଷଣାର ମୂଳ କାରଣ ଥିଲା ଓଡିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବାରେ ରାଜ୍ୟ ସରକାରଙ୍କ ଅବହେଳାକୁ ଘୋଡାଇବା । ଓଡିଆଭାଷା ପ୍ରତି ସରକାରଙ୍କ ବାରମ୍ବାର ଉଦାସୀନତା ଜନମତକୁ ପ୍ରଭାବିତ କରିପାରେ ବୋଲି ଅନୁଭବ କରି ଏହାକୁ ନିଜ ଦଳର ଘୋଷଣାପତ୍ରର କ୍ରମାଙ୍କ୧୪ରେ ଓଡିଆ ସ୍ୱାଭିମାନ ଓ ଓଡିଆଭାଷାର ବିକାଶପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦିଆଗଲା । ସରକାର ଏଥିପାଇଁ ଆଗ୍ରହୀ ଅଛନ୍ତି ବୋଲି ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଦୀର୍ଘ ୪ବର୍ଷ ଧରି ଜନମତ ତିଆରି କରିଥିବା ଅନୁଷ୍ଠାନକୁ ନିର୍ଦ୍ଧିଷ୍ଟ ପ୍ରସ୍ତାବ ପ୍ରଦାନପାଇଁ ଉଚ୍ଚଶିକ୍ଷା ବିଭାଗରୁ ଚିଠି ଦିଆଗଲା । ମାତ୍ର ପ୍ରତିଶ୍ରୁତିର ବର୍ଷେ ଅତିବାହିତ ହେବାପରେ ମଧ୍ୟ ଏପର୍ଯ୍ୟନ୍ତ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର କୌଣସି କାର୍ଯ୍ୟ ଆରମ୍ଭ କରିନାହାଁନ୍ତି ।

ଇତିମଧ୍ୟରେ ଓଡିଆ ସ୍ୱାଭିମାନ କଥା କହୁଥିବା ରାଜ୍ୟସରକାର କୋଶଳ ଆନେ୍ଦାଳନକୁ ପରୋକ୍ଷ ସମର୍ଥନ ଜଣାଉଥିବାବେଳେ ନିଜର ତୁଷ୍ଟିକରଣ ନୀତି ଯୋଗୁଁ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର ବିଲ ଗୃହୀତ କରାଇ ନେଲେଣି । ଏହା ପୂର୍ବରୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟଙ୍କୁ ସନ୍ତୁଷ୍ଟ କରିବାପାଇଁ ଜାଭିୟର ବିଶ୍ୱବିଦ୍ୟାଳୟ ବିଲ ଗୃହୀତ କରାଇଥିଲେ । ଏବେ ପୁଣି ବେଦାନ୍ତ ସମେତ ଆଉ ଚାରିଟି ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର ବିଲ ଆଣିବାକୁ ପ୍ରସ୍ତୁତ ହେଲେଣି । ଏହା ଭିତରେ ଶାସ୍ତ୍ରୀମାନ୍ୟତା ପାଇବାପରେ ଗବେଷଣାପାଇଁ କେନ୍ଦ୍ରରୁ ମିଳିବାକୁ ଥିବା୧୦୦କୋଟି ଟଙ୍କା ଆଣିବାପାଇଁ ସରକାର କୌଣସି ଉଦ୍ୟମ କରୁ ନ ଥିବାରୁ ଏହା ମଧ୍ୟ ଅନ୍ୟ ଯୋଜନା ଭଳି ହାତଛଡା ହେବାକୁ ବସିଛି ।

ତାମିଲ ପରେ ଓଡିଆଭାଷାକୁ ନେଇ ଏକ କେନ୍ଦ୍ରିୟ ସଂସ୍ଥା ଗଠନ କରିବାରେ ରାଜି ହୋଇଥିବା କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କାର୍ଯ୍ୟାଳୟ
ଖୋଲିବାପାଇଁ ଘର ଓ ସଂସ୍ଥା ତିଆରିପାଇଁ ଜମି ଯୋଗାଇ ନ ଦେବାରୁ କେନ୍ଦି୍ରୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା ବାଟ ବନ୍ଦ ହେବାକୁ ବସିଛି ।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଏହି ସଂସ୍ଥା ଖୋଲିବାକୁ ଥିବାବେଳେ ନିଜ ପାରିବା ପଣିଆ ଦେଖାଇ ରାଜ୍ୟ ସଂସ୍କୃତିମନ୍ତ୍ରୀ ଏହାକୁ ଅଯଥାରେ ନିଜ
ବିଭାଗକୁ ନେଇ କେବଳ କେତୋଟି ବୈଠକ ମଧ୍ୟରେ ଏହି ସଂସ୍ଥା ନିର୍ମାଣକୁ ସୀମିତ ରଖିଛନ୍ତି । ଫଳରେ ଭାଷାର ଉନ୍ନତି, ପ୍ରଚାର ଓ
ଗବେଷଣାପାଇଁ ଗତ ଦୁଇବର୍ଷ ଧରି ୫ କୋଟି ଟଙ୍କା ଲେଖାଏଁ ପାଇବା ଓ ଓଡିଆଭାଷାରେ ଗବେଷଣାରତ ଦୁଇଜଣ ଭାଷା ଗବେଷକଙ୍କୁ
ଆନ୍ତର୍ଜାତୀୟ ପୁରସ୍କାର ମିଳିବା ବାଟ ବନ୍ଦ ହୋଇଯାଇଛି । ରାଜ୍ୟ ସରକାରଙ୍କ ଏହିସବୁ କାର୍ଯ୍ୟ ସୂଚୀତ କରେ ଯେ କେନ୍ଦ୍ର ଅର୍ଥରେ ଓଡିଆଭାଷା,
ସଂସ୍କୃତିର ଗବେଷଣା କାର୍ଯ୍ୟକୁ ଆଗକୁ ନେବାପାଇଁ ଆଗ୍ରହୀ ନୁହଁନ୍ତି । ତେଣୁ ଓଡିଆଜାତିର ସ୍ୱାର୍ଥ ଉଦେ୍ଧଶ୍ୟରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ସରକାର ନେଇଥିବା ସଙ୍କଳ୍ପ ଯେ କେଉଁ ସ୍ଥିତିରେ ରହିଛି, ତାହା ସହଜେ ଅନୁମେୟ । ନିଜ ଦଳର ତକ୍ରାଳୀନ ବିଧାୟିକା ଏକ ବେସରକାରି ବିଲ “ଓଡିଆ ବିଶ୍ୱବିଦ୍ୟାଳୟ ବିଲ-୨୦୧୧” ଉପସ୍ଥାପନ କରିାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେବା ସପକ୍ଷରେ ନାହାନ୍ତି । ଏହା ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରିବାରେ ଅସମର୍ଥ ଥିବାରୁ ତଥା ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାପାଇଁ ଭାରତର ପ୍ରଥମ ଗବେଷଣାଭି•ିକ ଭାଷା ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଦିଗ ପ୍ରତି ଧ୍ୟାନ ରଖିଥିବା ସଂପୃକ୍ତ ଅନୁଷ୍ଠାନ ଏପରି ଏକ ଶିକ୍ଷାନୁଷ୍ଠାନ ମିଳିତ ଭାଗିଦାରି ଭି•ିରେ ସ୍ଥାପନପାଇଁ ରାଜ୍ୟସରକାରଙ୍କୁ ଇତିମଧ୍ୟରେ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏ ବିଷୟରେ ସରକାର ନିଜର
ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି । ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ଲକ୍ଷ୍ୟ ହେଉଛି ରାଜ୍ୟର ଭାଷାକୁ ଶିକ୍ଷାର ମାଧ୍ୟମ କରିବା । ପାରମ୍ପରିକ ବିଷୟ ସହିତ ନୂଆ ତଥା ବିଜ୍ଞାନି କାରିଗରୀ କୋ÷ଶଳ ଏବଂ ବୈଷୟିକ ଶିକ୍ଷା ସମେତ କୃଷି ପଶୁପାଳନ ମସô୍ୟ ଅରଣ୍ୟ ସମ୍ପଦ, ସମୁଦ୍ରବିଦ୍ୟାର ଅତ୍ୟାଧୁନିକ ଜ୍ଞାନ ଆଦି ଜନସାଧାରଣଙ୍କ ଭାଷାରେ ଶିକ୍ଷା ଦିଆ ଯାଇପାରିଲେ ସେମାନେ ଚାକିରି ମାନସିକତାରୁ ଦୂରେଇ ଆତ୍ମନିର୍ଭରଶୀଳ ହେବା ଫଳରେ ନିଜର ଆର୍ଥୀକ ଅଭିବୃଦ୍ଧି ଘଟାଇ ପାରିବେ । ଯଦ୍ୱାରା ଶିକ୍ଷାର ମୋ÷ଳିକ ଲକ୍ଷ୍ୟ ପୂରଣ ହେବା ସହିତ ଓଡ଼ିଶାର ମେଧା ଓଡ଼ିଶାର ବିକାଶପାଇଁ ବିନିଯୋଗ ହୋଇପାରିବ ।

ସରକାର ମଧ୍ୟ ଅଯଥା ସମାଲୋଚନାରୁ ମୁକ୍ତ ହୋଇ ସମାଜ ଗଠନରେ ନୂଆନୂଆ ଚିନ୍ତନକୁ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇପାରିବ । କିନ୍ତୁ ସରକାର ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବନଶୀଳତାକୁ ପ୍ରାଧ୍ୟାନ୍ୟ ଦେଉ ନ ଥିବାରୁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାରେ ଅନିଶ୍ଚିତତା ଦେଖାଦେଇଛି । ଅପରପକ୍ଷେ ଓଡିଶା ସରକାରୀ କାର୍ଯ୍ୟାଳୟ ଭାଷା ଆଇନ-୧୯୫୪ କାର୍ଯ୍ୟକାରିପାଇଁ ଦାବି ଦୃଢ ହେଉଥିବାରୁ ଏହାକୁ ଶିଥିଳ କରିବାପାଇଁ କୋଶଳୀ/ ସମ୍ବଲପୁରୀ ଓ ହୋଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲପାଇଁ ମୁଖ୍ୟମନ୍ତ୍ରୀ ମିଛ ଚିଠି ଲେଖିବାରେ ଲାଗିଛନ୍ତି । ଓଡିଆଭାଷା ପ୍ରତି ରାଜ୍ୟ ସରକାରଙ୍କ ଏଭଳି ହୀନ ଭାବନା ବିରୁଦ୍ଧରେ ସ୍ୱର ଉ•ଳନ କରିବା ଏବେ
ଆବଶ୍ୟକ ହୋଇପଡିଛି ।

Share in top social networks!