ନବକଳେବର ରଥଯାତ୍ରା ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗର ବ୍ୟାପକ ପ୍ରସ୍ତୁତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଏବଂ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଭକ୍ତ /
ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକର ବହୁଳ ପ୍ରଚାର ଓ
ପ୍ରସାର ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତିଶ୍ରୃତିବଦ୍ଧ । ଏଥ#ପାଇଁ ବିଭାଗ ତରଫରୁ ମଲ୍ଟିମିଡ଼ିଆ ପ୍ରଚାର ଓ
ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ସ୍ଥାନରେ ୧୫ଟି ଅସ୍ଥାୟୀ
ସୂଚନା କେନ୍ଦ୍ର ନିର୍ମାଣ କରାଯାଇଛି । ଏଗୁଡ଼ିକ ହେଲା ସିଂହଦ୍ୱାର, ଗୁଣ୍ଡିଚା ଘର, ବଳଗଣ୍ଡି, ବଡ଼ଶଙ୍ଖ, ରେଳଷ୍ଟେସନ,
ଦିଗବାରେଣୀ ଖୁଣ୍ଟି, ପାନ୍ଥ ଭବନ, ବତୀଘର, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଜଗନ୍ନାଥ ବଲ୍ଲଭ ମଠ, ସୁବାଷ
ବୋଷ ଛକ, ଗଦାଧର ହାଇସ୍କୁଲ, ତାଳବଣିଆ, ଇନଡ଼ୋର ଷ୍ଟାଡ଼ିୟମ୍ ଏବଂ ମାଳତୀପାଟପୁର । ଏହି ସୂଚନା କେନ୍ଦ୍ରଗୁଡ଼ିକ
ଅହରାତ୍ର ଖୋଲା ରହିବା ସହିତ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସୂଚନା ପ୍ରଦାନରେ ସହାୟକ ହେବ । ବିଶେଷ କରି
ହଜିବା ଏବଂ ଖୋଜିବା ସମ୍ପର୍କିତ ତଥ୍ୟ ତୁରନ୍ତ ଘୋଷଣା କରାଯିବ ।
ବିଭାଗ ତରଫରୁ ପ୍ରକାଶିତ ନବକଳେବର ବିଶେଷାଙ୍କ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ଏବଂ ବିଗତ
ନବକଳେବରମାନଙ୍କରେ ପ୍ରକାଶିତ ତଥ୍ୟ ଭିତ୍ତିକ ସନ୍ଧର୍ଭଗୁଡ଼ିକର ସଙ୍କଳିତ ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା
ରିଭୁ୍ୟ, ଜଣାଣ ପୁସ୍ତିକା ଇତ୍ୟାଦି ଏହି ସୂଚନା କେନ୍ଦ୍ରଗୁଡ଼ିକରେ ବିକ୍ରୟ କରାଯିବ ।
ଏତଦ୍ବ୍ୟତୀତ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭାଗ ପକ୍ଷରୁ ସୂଚନା ପୁସ୍ତିକା (ଇଂରାଜୀ, ଓଡ଼ିଆ),
ଗମନାଗମନ, ଟ୍ରାଫିକ୍, ପାର୍କିଂ, ରହଣୀ, ସ୍ୱାସ୍ଥ୍ୟସେବା, ସୁରକ୍ଷା ଇତ୍ୟାଦି ଜରୁରୀ ତଥ୍ୟ ସମ୍ବଳିତ ପୁସ୍ତିକା-”ମାର୍ଗଦର୍ଶିକା’,
ନବକଳେବର ଭିତ୍ତିଭୂମି ଉନ୍ନୟନ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ବଳିତ ପୁସ୍ତିକା, ନିଃଶୁକ୍ଳ ରହଣି ଏବଂ ଯାନ ରଖିବା ସମ୍ପର୍କିତ
ତଥ୍ୟ, କ’ଣ କରିବା ଉଚିତ ଓ ନକରିବା ଉଚିତ ସମ୍ପର୍କିତ ପ୍ରଚାର ପତ୍ର ଇତ୍ୟାଦି ପ୍ରକାଶ କରାଯାଇଛି ଏବଂ ଏଗୁଡ଼ିକ
ମଧ୍ୟ ସୂଚନା କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ନିଃଶୁକ୍ଳ ରହଣି ଏବଂ ଯାନ ରଖିବା ସମ୍ପର୍କିତ ତଥ୍ୟ ଖବରକାଗଜମାନଙ୍କରେ
ମଧ୍ୟ ଜନସାଧାରଣଙ୍କ ହିତରେ ବିଜ୍ଞାପନ ଆକାରରେ ପ୍ରକାଶ କରାଯାଇଛି ।
ଯାତ୍ରୀମାନଙ୍କର ଅବଗତି ନିମନ୍ତେ କଟକଠାରୁ ପୁରୀ ରାସ୍ତା କଡ଼ର ବିଭିନ୍ନ ସ୍ଥାନରେ ଏବଂ ପୁରୀ ସହରର ବିଭିନ୍ନ
ସ୍ଥାନରେ ସରକାରଙ୍କ ଦ୍ୱାରା ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଭିତ୍ତିଭୂମିର ବିକାଶ ସମ୍ପର୍କିତ ହୋଡ଼ିଙ୍ଗସ୍ମାନ ସ୍ଥାପନ
କରାଯାଇଛି ।
ରଥଯାତ୍ରା ଉପରେ ଆଧାରିତ ଏବଂ ଭିତ୍ତିଭୂମି ବିକାଶ ସମ୍ପର୍କିତ ୨୦ ମିନିଟ ଏକ ବୃତ୍ତଚିତ୍ର ନିର୍ମାଣ କରାଯାଇ
ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମ ଜରିଆରେ ପ୍ରସାରିତ ହେଉଛି । ଏତଦ୍ବ୍ୟତୀତ ସରକାରଙ୍କ ବିଭିନ୍ନ ଜନହିତକର
କାର୍ଯ୍ୟକ୍ରମର ସୂଚନା ଦେବା ନିମନ୍ତେ ଛୋଟ ଛୋଟ ବିଜ୍ଞାପନ ପ୍ରସ୍ତୁତ କରାଯାଇ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମ ଏବଂ
ଆକାଶବାଣୀ ମାଧ୍ୟମରେ ପ୍ରସାରଣ କରାଯାଉଛି । ଶକ୍ତି ବିଭାଗ ତରଫରୁ ସ୍ଥାପନ କରାଯାଇଥ#ବା ଏଲ.ଇ.ଡ଼ି. ଟିଭି
ମାଧ୍ୟମରେ ରଥଯାତ୍ରାର ବିବରଣୀ, ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥ#ବା ବିଭିନ୍ନ
କାର୍ଯ୍ୟକ୍ରମର ପ୍ରଚାର ଏବଂ ପ୍ରସାର କରାଯିବାର ବ୍ୟବସ୍ଥା କରାଯାଇଛି ।
ପୁରୀ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ “ଗ୍ରାମଶ୍ରୀ ମେଳା’ରେ ବିଭାଗ ପକ୍ଷରୁ ନବକଳେବର
ଉପରେ ଆଧାରିତ ଏକ ବିଶେଷ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର
ନିକଟସ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତ୍ୟହ ପାଲା, ଦାସକାଠିଆ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ
କରାଯିବାର ବ୍ୟବସ୍ଥା କରାଯାଇଛି ।

Share in top social networks!