ସୂଚନା କମିଶନ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବୀ

ରାଜ୍ୟ ସରକାରଙ୍କ ଦ୍ୱାରା ସୂଚନା କମିଶନ ପଦବୀରେ ନିଯୁକ୍ତି ସମ୍ପର୍କୀତି ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବା, ସୂଚନା କମିଶନ ନିଯୁକ୍ତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବା ଏବଂ ଜନସ୍ୱାର୍ଥ ବିରୋଧୀ ଓଡ଼ିଶା ସୂଚନା ଅଧିକାର ନିୟମାବଳୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବୀ କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଲୋୟର ପିଏମ୍ଜି ଠାରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଅଭିଯାନର ଆବାହକ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ୪ଜଣିଆ ପ୍ରତିନିଧି ଦଳ ସର୍ବଶ୍ରୀ ଦେବେଶ ଦାସ, ଆଇନ୍ଜୀବୀ ସୁଧୀର ମହାନ୍ତି ଏବଂ ସୂଚନାଧିକାର କର୍ମୀ ଶ୍ରୀ ସଞ୍ଜୟ ପଣ୍ଡା ରାଜ୍ୟପାଳଙ୍କୁ ଭେଟି କମିଶନ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଥିଲେ । ରାଜ୍ୟପାଳ ଏହା ଉପରେ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ମେ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ୱରେ ଗଠିତ ଚୟନ କମିଟି ସୂଚନା କମିଶନ ପଦବୀ ପାଇଁ ୨ଜଣ ଅନାମଧ୍ୟେୟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥିଲେ । ଏହା ପରେ ସୂଚନା ଅଧିକାର କର୍ମୀମାନଙ୍କ ତରଫରୁ ସୂଚନା କମିଶନ ପଦବୀ ପାଇଁ ଦରଖାସ୍ତ କରିଥିବା ଆବେଦନକାରୀଙ୍କ ନାମ, ପଦବୀ ଚୟନର ମାନଦଣ୍ଡ ଏବଂ ଚୟନ କମିଟିର ବିବରଣୀ ସମ୍ପର୍କୀତ ତଥ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜନ ସୂଚନା ଅଧିକାରୀଙ୍କୁ ମଗା ଯାଇଥିଲା । କିନ୍ତୁ ଦୀର୍ଘ ୨ମାସ ବତିଯାଇଥିଲେ ମଧ୍ୟ ଉକ୍ତ ବିଭାଗ ଏପର୍ଯ୍ୟନ୍ତ କୌଣସି ତଥ୍ୟ ପ୍ରଦାନ କରିନାହିଁ । ୨୦୧୩ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ରିଟ୍ ପିଟିସନ ସଂଖ୍ୟା ୨୧୦/୨୦୧୨ ଏବଂ ରିଭୁ୍ୟ ପିଟିସନ ସଂଖ୍ୟା ୨୩୦୯/୨୦୧୨ର ଶୁଣାଣୀ କରି ସୂଚନା କମିଶନ ନିଯୁକ୍ତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବା ସହ କମିଶନଙ୍କ ଚୟନ ଏବଂ ନିଯୁକ୍ତି ସମ୍ପର୍କୀତ ତଥ୍ୟ ସୂଚନା ଅଧିକାର ଆଇନ୍ ଅନୁଯାୟୀ ସମସ୍ତ ନାଗିରକମାନଙ୍କୁ ପ୍ରଦାନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ସୂଚନା ଅଧିକାର ଆଇନ୍ର ଧାରା ୪(୧) (ସି) ଅନୁଯାୟୀ, ରାଜ୍ୟ ସରକାର କୌଣସିି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଗ୍ରହଣ କରିବା ପୂର୍ବରୁ ଏହାର ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବେ ।
କିନ୍ତୁ ରାଜ୍ୟ ସରକାର ସୂଚନା ଆଇନ୍ ସମସ୍ତ ବ୍ୟବସ୍ଥା ଏବଂ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମାକୁ ବେଖାତିର କରି ରାଜ୍ୟ ସରକାର ଅତ୍ୟନ୍ତ ମନୋମୁଖୀ ଭାବେ ଜାଲିଆତି କରି ଅଯୋଗ୍ୟ ଏବଂ ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ନିଯୁକ୍ତି କରିଛନ୍ତି । ଯେଉଁଥିପାଇଁ ସେମାନଙ୍କ ନିଯୁକ୍ତି ସମ୍ପର୍କୀତି ତଥ୍ୟ ଦେବାକୁ ରାଜ୍ୟ ସରକାର ଭୟ କରୁଛନ୍ତି ବୋଲି ଶ୍ରୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ୧୫ଦିନ ମଧ୍ୟରେ ତଥ୍ୟ ନ ମିଳେ, ତେବେ ସୂଚନା କମିଶନ କାର୍ଯ୍ୟାଳୟ ବନ୍ଦ କରିଦିଆଯିବ ବୋଲି ସୂଚନାଧିକାର କର୍ମୀମାନେ ଚେତାବନୀ ଦେଇଛନ୍ତି ।
ଆଜି ଏହି ଧାରଣାରେ ସର୍ବଶ୍ରୀ ବିଶ୍ୱଜିତ୍ ମହାନ୍ତି, ଅଶୋକ ମଲ୍ଲିକ, ପ୍ରତାପ ସାହୁ, ଶଙ୍କର ପାଣିଗ୍ରାହୀ, କୁଞ୍ଜ ବିହାରୀ ପାତ୍ର, ଦିବାକର ନାୟକ, ସଚ୍ଚିକାନ୍ତ ପ୍ରଧାନ, ମେନକା କିନ୍ନର ପ୍ରମୁଖ ନେତୃତ୍ୱ ନେଇଥିଲେ ।

Share in top social networks!