ଜାତୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନାରେ ୫୦%ରୁ ଊ–ର୍ ଅର୍ଥ ବିନିଯୋଗ

ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ଜାତୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନାରେ ୨୦୧୫-୧୬ ଆଥ#ର୍କ ବର୍ଷର ପ୍ରଥମ ତିନିମାସରେ ମୋଟ ବ୍ୟୟବରାଦର ଶତକଡା ୫୦ରୁ ଊ–ର୍ ଅର୍ଥ ଏଯାବତ୍ ବିନିଯୋଗ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡିଛିା ସେହିପରି ନାବାର୍ଡ ଆଥ#ର୍କ ସହାୟତାରେ କାର୍ଯ୍ୟକାରୀ ହେଉଥ#ବା ଗ୍ରାମୀଣ ଭିତ୍ତିଭୂମି ବିକାଶ ଯୋଜନାଗୁଡିକ ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉଛିା ଏହି ଯୋଜନାରେ ଜୁନ ୩୦ ତାରିଖ ସୁଦ୍ଧା ୩୧%ରୁ ଅଧ#କ ଅର୍ଥ ଖର୍ଚ୍ଚ କରାଯାଇଛିା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଭୟ ଯୋଜନା ଓ ଅଣଯୋଜନା ବାବଦରେ କରାଯାଇଥ#ବା ବ୍ୟୟବରାଦରୁ ପ୍ରଥମ ତିନିମାସରେ ମୋଟ ପ୍ରଥମ ତିନିମାସରେ ୨୧%ରୁ ଊ–ର୍ ଖର୍ଚ୍ଚ କରାଯାଇଛିା

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଖର୍ଚ୍ଚ ହେବାକୁ ଥ#ବା ୨୫୦ କୋଟି ଟଙ୍କାର ପ୍ରକଳ୍ପ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚ#ଛିା ନିର୍ମାଣାଧୀନ ସେତୁ ଓ ରାସ୍ତା କାର୍ଯ୍ୟରେ ହାରାହାରି ୧୯%, ରାସ୍ତା ମରାମତି ଓ ଉନ୍ନତିକରଣ ନିମନ୍ତେ ୨୦% କେବିକେ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ଓ ସେତୁ ପାଇଁ ୨୪% ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୧% ଅର୍ଥ ପ୍ରଥମ ତିନିମାସରେ
ବିନିଯୋଗ କରାଯାଇଛିା ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ମଧ୍ୟ ହାରାହାରି ୨୨% ଅର୍ଥ ବିନିଯୋଗ କରାଯାଇ ପ୍ରଥମ ତିନିମାସରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛିା ଅଣଯୋଜନାରେ ମରାମତି କାର୍ଯ୍ୟ ତଥା କର୍ମଚାରୀଙ୍କ ଦରମା ଇତ୍ୟାଦ ଖର୍ଚ୍ଚ ବହନ କରାଯାଇଥାଏା

ତ୍ରୟୋଦଶ ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ୧୧୮କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ଥ#ଲେ ମଧ୍ୟ ଚତୁର୍ଦ୍ଦଶ ଅର୍ଥ
କମିଶନଙ୍କ ଅନୁଦାନ ତା ୦୧/୦୪/୨୦୧୫ରୁ ବନ୍ଦ ହୋଇଯିବା ଦୃଷ୍ଟିରୁ ଏହି ଅର୍ଥ ବିନିଯୋଗ ନିମନ୍ତେ ଅର୍ଥ ବିଭାଗ କଟକଣା ଜାରି କରିଛିା ଏହି ପରିପ୍ରେକ୍ଷୀରେ ତ୍ରୟୋଦଶ ଅର୍ଥ କମିଶନଙ୍କ ଅର୍ଥ ଖର୍ଚ୍ଚ କରିବାର କୌଣସି ସୁଯୋଗ ନାହିଁ ବୋଲି ବିଭାଗ ତରଫରୁ ପ୍ରକାଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥ#ବା ସମସ୍ତ ଯୋଜନାଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ
କରାଯିବାର ପ୍ରୟାସ ଜାରି ରହିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ପ୍ରକାଶ କରିଛନ୍ତିା

Share in top social networks!