ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ଦୃତଗାମୀ ରେଳ ଓ ସହରବାସୀଙ୍କ ତଥା ପର୍ଯଟକଙ୍କ ସୁବିଧା ପାଇଁ ଆଉ ଏକ ନୂଆ ଟିକଟ୍ କାଙଟର ଏବଂ ଏକ ନୂତନ ଟର୍ମିନାଲ ଖୋଲିବା ପାଇଁ ଦାବୀପତ୍ର ଦେଲା ବିଜେପି

sureshpravuଭୁବନେଶ୍ୱରବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ଦୃତଗାମୀ ରେଳ ଚଳାଚଳ, ଦକ୍ଷୀଣ ଭାରତ ଅଭିମୁଖେ ଯାତାୟତ କରିଥିବା ଟ୍ରେନ୍ ପାଇଁ ଲିଙ୍ଗରାଜ ଷ୍ଟେସନଠାରେ ଏକ ଟର୍ମିନାଲ ପ୍ରତିଷ୍ଠା ଏବଂ ମନ୍ଦିର ସଂଲଗ୍ନ ଏକ ସ୍ଥାନରେ ଯାତ୍ରୀ ତଥା ପର୍ଯଟକଙ୍କ ସୁବିଧା ପାଇଁ ଏକ ନୂତନ ରେଳ ଟିକେଟ ସଂରକ୍ଷଣ କାଉଣ୍ଟର ଖୋଲିବା ପାଇଁ ଭୁବନେଶ୍ୱର ଜିଲ୍ଲ୍ା ବିଜେପି ସଭାପତି ଅମୀୟ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଦାବୀ ଜଣାଇଛନ୍ତି ।
ମନ୍ଦିରମାଳିନୀ ସହର ତଥା ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ଯାତାୟତ ହୋଇଥାଏ । ଦିନକୁ ଦିନ ଏହି ସହରର ଜନସଂଖ୍ୟା ବଢିବାରେ ଲାଗିଛି । ସହରର ମୁଖ୍ୟ ଷ୍ଟେସନଟି ମଧ୍ୟ ଦିନକୁ ଦିନ ଯାତ୍ରୀଙ୍କ ଆବଶ୍ୟକତା ପୁରଣ କରିପାରୁନାହିଁ । ତେଣୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଟ୍ରେନ ସବୁ ପ୍ରାୟତଃ ଖୋର୍ଦ୍ଧା କିମ୍ବା ଭୁବନେଶ୍ୱର ଉପକଣ୍ଟରେ ବହୁ ସମୟ ପର୍ଯ୍ୟନ୍ତ ପଡିରହୁଛି ଏବଂ ଯାତ୍ରୀମାନେ ହଇରାଣ ହେଉଛନ୍ତି । ଉପରୋକ୍ତ ଦାବୀ ପୁରଣ ହେଲେ କିଛି ମାତ୍ରାରେ ଏ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି ।
ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଏହି ସମସ୍ତ ଦାବୀ ଉପରେ ଯଥା ଶୀଘ୍ର ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପିର ଉପସଭାପତି ପୃଥିରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ସମୀର ମହାନ୍ତି, ଦିଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବସନ୍ତ ନାୟକ, ପୁରଞ୍ଜନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!