କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ

ରାଜ୍ୟରେ ବହୁଦିନ ଧରି ପ୍ରତୀକ୍ଷିତ ଖୋର୍ଦ୍ଧ-ବଲାଙ୍ଗୀର ରେଳ ଲାଇନ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ବେଗୁନିଆ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ତଥା ଧନ୍ୟବାଦ ଦେଇଛନ୍ତି । ଗତ ୪୦ ବର୍ଷଧରି ଅପେକ୍ଷିତ ରହିଥିବା ଏହି ୨୩୩ କି.ମି ଦୀର୍ଘ ଲାଇନ୍ର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ସରିଛି । ଏହି ରେଳପଥର ଉ୍ନ୍ମୋଚନ ପରେ ବର୍ତ୍ତମାନ ୪ଟି ପ୍ୟାସେଞ୍ଜର ଟ୍ରେନ୍ ଯାତାୟାତ କରିବା ଫଳରେ ସ୍ଥାନୀୟ ଲୋକେ ବହୁ ମାତ୍ରାରେ ଉପକୃତ ହୋଇପାରିବେ ।

କେନ୍ଦ୍ର ସରକାର ଆଜି ଓଡିଶା ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସହାୟତା ଅନୁଦାନକୁ ୨୩୩୨ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ଅନୁଦାନ ପରିମାଣ ୮୩୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ଓଡିଶାର ବିକାଶ ପ୍ରତି ଅଙ୍ଗିକାରବଦ୍ଧ ହୋଇ ଏହି ସହାୟତା ରାଶି ବୃଦ୍ଧିକରିଥିବା ଯୋଗୁଁ ରାଜ୍ୟ ବିଜେପି ସଭାପତି ଶ୍ରୀ ସିଂହଦେଓ ,ପ୍ରତାପ ଷଢଙ୍ଗୀ, ମନମୋହନ ସାମଲ , ବରିଷ୍ଠ ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କେନ୍ଦ୍ର ସରକାରଙ୍କୁ ଏଥିପାଇଁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!