ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ ପାଇଁ ଆସନ୍ତା ୨୦ରେ ରେଳମନ୍ତ୍ରାଳୟ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ

ବହୁ ପ୍ରତିକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗିର ବ୍ରଡଗଜ୍ ରେଳପଥର ନିର୍ମାଣ ନିମନ୍ତେ ଓଡ଼ିଶା ସରକାର ରେଳ ମନ୍ତ୍ରାଳୟ ମଧ୍ୟରେ ଚଳିତ ଜୁଲାଇ ୨୦ ତାରିଖରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ ଯାଉଛନ୍ତିା ନୂଆଦିଲ୍ଲୀର ରେଳଭବନଠାରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲେ ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରୋଜେକଫର ଦଶପଲ୍ଲାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ରେଳପଥ ନିର୍ମାଣ
କାର୍ଯ୍ୟ ତ୍ୱରାନ୍ୱିତ ହୋଇ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧାରୋଡଠାରୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିମି କାର୍ଯ୍ୟ ସରିଛିା ବେଗୁନିଆଠାରୁ ଦଶପଲ୍ଲା ୧୧୨ କିମି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଛିା ଅବଶିଷ୍ଟ ଦଶପଲ୍ଲା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଅର୍ଥାତ୍ ୧୧୨ ଠାରୁ ୨୮୯ କିମି ପର୍ଯ୍ୟନ୍ତ ୧୭୭ କିମି ରେଳପଥ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ରେଳପଥ ନିର୍ମାଣ କାର୍ଯ୍ୟ ୬ ବର୍ଷ ମଧ୍ୟରେ ଶେଷ କରିବା ଉପରେ ବୁଝାମଣା ପତ୍ରରେ
ପ୍ରାଥମିକତା ରହିଛିା ରେଳପଥ ନିର୍ମାଣ ପାଇଁ ପ୍ରାୟ ୨୦୦୦ କୋଟି ଟଙ୍କା ଏବଂ ଜମି ଅଧ#ଗ୍ରହଣ ବାବଦରେ ପ୍ରାୟ ୩୫୫ କୋଟି ଟଙ୍କା ଖର୍ଚ୍ଚ ହେବା ରାଜ୍ୟ ସରକାର ସମୁଦାୟ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥାତ ୧୦୦୦ କୋଟି ଟଙ୍କା ସହିତ ମାଗଣା ଜମି ପାଇଁ ୩୫୫ କୋଟି ଟଙ୍କା ଆକଳନ କରାଯାଇଛିା ଅଢେଇ ବର୍ଷ ମଧ୍ୟରେ ଜମି ଅଧ#ଗ୍ରହଣ କାର୍ଯ୍ୟ ଶେଷ କରିବାକୁ ବୁଝାମଣା ପତ୍ରର ସର୍ତ୍ତାବଳୀରେ ଉଲ୍ଲେଖ ରହିଛିା ବଲାଙ୍ଗିରପଟୁ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ଅଛିା

ଏହି ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ବୁଝାମଣା ପତ୍ର ସ୍ୱାକ୍ଷର କରିବା ନିମନ୍ତେ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କରିଆସୁଥ#ଲୋ

Share in top social networks!