ଏସ୍.ଟି.,ଏସ୍.ସି. ଛାତ୍ରଛାତ୍ରୀଙ୍କ ପାଇଁ ସିଧାସଳଖ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ
ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ସିଧାସଳଖ ପ୍ରାକ୍ ମାଟି୍ରକ୍
ଛାତ୍ରବୃତ୍ତି ପ୍ରଦାନ କରାଯାଉଛିା
ଏହି ଯୋଜନା ଅଧୀନରେ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ଯଥାକ୍ରମେ ୨୨୫୦ ଟଙ୍କା
ଓ ୩୨୦୦ ଟଙ୍କାର ବୃତ୍ତି ଦିଆଯାଉଛିା ଏହି ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୧୦ ହଜାର
ଉଚ୍ଚବିଦ୍ୟାଳୟକୁ ସାମିଲ କରାଯାଇଛିା ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ୨୦୧୪-
୧୫ ବର୍ଷରେ ୧୨୮ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛିା ୧୫୬୦ ଜଣ ଅଧାରୁ ପାଠ
ଛାଡିଥ#ବା ଛାତ୍ରଛାତ୍ରୀଙ୍କୁ ପୁଣି ଫେରାଇ ଅଣାଯାଇଛିା ଏହି ଯୋଜନା ଦ୍ୱାରା ନବମରୁ ଦଶମ ଶ୍ରେଣୀ
ପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତିା
୨୦୧୫-୧୬ ବର୍ଷ ନିମନ୍ତେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଦରଖାସ୍ତ ଦାଖଲ କରିବାର
ଶେଷ ତାରିଖ ଅଗଷ୍ଟ ୩୧, ୨୦୧୫ ରଖାଯାଇଛିା ଛାତ୍ରଛାତ୍ରୀମାନେ www.stscodisha.gov.in
େଓ୍ୱବ୍ସାଇଟ୍ରୁ ପ୍ରାକ୍ ମାଟି୍ରକ୍ ଛାତ୍ରବୃତ୍ତି ଆବେଦନ ଫର୍ମ ପାଇପାରିବୋ ଅଧ#କ ବିବରଣୀ ପାଇଁ
୧୮୦୦୩୪୫୬୭୨୨ ନମ୍ବର କିମ୍ବା www.ogip.in. . ଙ୍କ ସହ ଯୋଗାଯୋଗ କରିପାରିବୋ
ପ୍ରକାଶ ଥାଉ କି, ଡି.ଏଫ୍.ଆଇ.ଡି ଓ କେନ୍ଦ୍ରୀୟ ଅନୁଦାନ ସହଯୋଗରେ ରାଜ୍ୟ ସରକାର
ଏସ୍.ଟି, ଏସ୍.ସି, ଛାତ୍ରଛାତ୍ରୀଙ୍କୁ ଏହି ପ୍ରାକ୍ ମାଟି୍ରକ୍ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତିା

Share in top social networks!