୨୦୧୯ ସୁଦ୍ଧା ୧୧ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେଇ ନିୟୋଜନ ସାମର୍ଥ୍ୟ ସୃଷ୍ଟି କରାଯାଉଛି -ମନ୍ତ୍ରୀ ଶ୍ରୀ ଦାସ ବର୍ମା

ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି ନିମନ୍ତେ ବ୍ୟାପକ
କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତିା ୨୦୧୯ ସୁଦ୍ଧା ୧୧ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେଇ
ନିୟୋଜନ ସାମର୍ଥ୍ୟ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛିା ବିଭିନ୍ନ ବିଭାଗ ପକ୍ଷରୁ
ବାସ୍ତବାଭିମୁଖୀ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇଛି ଓ ଏହାର ସୁଯୋଗ ନେବାକୁ ଖାଦ୍ୟ
ଯୋଗାଣ ଓ ଖାଉଟି କଲ୍ୟାଣ, ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଂଜୟ କୁମାର
ଦାସ ବର୍ମା ଯୁବକଯୁବତୀମାନଙ୍କୁ ପରାମର୍ଶ ଦେଇଛନ୍ତିା

ଆଜି ଜୟଦେବ ଭବନ ଠାରେ ଆୟୋଜିତ ବିଶ୍ୱ ଯୁବ କୌଶଳ ଦିବସ ଏବଂ
ରାଜ୍ୟରେ କୌଶଳ ବିକାଶ ମାଧ୍ୟମରେ “ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା’ର ରାଜ୍ୟସ୍ତରୀୟ
ସମାରୋହକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଦାସ ବର୍ମା କହିଲେ ଯେ ୨୦୦୫-୦୬ରୁ
ଓଡ଼ିଶାରେ ରାଜ୍ୟ ନିଯୁକ୍ତି ମିଶନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛିା ନିଯୁକ୍ତି ଓ
ଆତ୍ମନିଯୁକ୍ତି କ୍ଷେତ୍ରରେ ମିଶନ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛିା ୨୦୧୪-୧୫ରୁ ନିଯୁକ୍ତି
ମିଶନ ତୃତୀୟ ପକ୍ଷ ମୂଲ୍ୟାୟନ ଓ ଏନ୍ସିଭିଟି ସାର୍ଟିଫିକେସନ୍ ଆରମ୍ଭ କରିଛିା ରାଜ୍ୟ
ସରକାର କୌଶଳ ବିକାଶ ଉପରେ ସର୍ବାଧ#କ ଗୁରୁତ୍ୱ ଆରୋପ କରୁଛନ୍ତିା ଏସିଆନ୍
ଡେଭ୍ଲପ୍ମେଣ୍ଟ ବ୍ୟାଙ୍କ ଜରିଆରେ ପ୍ରାୟ ୧୦୧୫ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱର,
ବ୍ରହ୍ମପୁର, ସିମିଳିଗୁଡା, ବଲାଙ୍ଗିର, ଝାରସୁଗୁଡା, ରାଉରକେଲା, ଅନୁଗୋଳ ଓ ବାଲେଶ୍ୱର
ଆଦି ୮ଟି ସ୍ଥାନରେ ଆଡଭାନ୍ସଡ୍ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ହେଉଛିା ୭୨ଟି କୌଶଳ ବିକାଶ
କେନ୍ଦ୍ର ସ୍ଥାପିତ ହେବା ସହ ଅଧାରୁ ପାଠ ଛାଡୁଥ#ବା ପିଲାଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେଉଛିା
ରାଜ୍ୟରେ ତାଲିମ ପ୍ରଦାନକାରୀଙ୍କ ସଂଖ୍ୟା ନିଅଣ୍ଟ ଥ#ବା ଦୃଷ୍ଟିକୋଣରୁ ଏଥ# ପାଇଁ ବିଶେଷ
ବ୍ୟବସ୍ଥା ହେଉଥ#ବା ମନ୍ତ୍ରୀ ଶ୍ରୀ ଦାସ ବର୍ମା ପ୍ରକାଶ କରିଛନ୍ତିା

କେନ୍ଦ୍ର ସରକାର ଚେନ୍ନାଇ-ବିଶାଖାପାଟଣା ଓ ଅମୃତସର-କୋଲକାତା ଶିଳ୍ପ କରିଡର
କରୁଛନ୍ତିା ଏଥ#ରେ ଓଡ଼ିଶାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦାବି
ହୋଇଆସୁଛିା ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ଓ ପ୍ରାକୃତିକ ସମ୍ପଦ ରହିଛିା ରାଜ୍ୟର ସମୃଦ୍ଧି ଓ
ବିକାଶ ପାଇଁ ଏହି ସମ୍ପଦର ଉପଯୋଗ ଏକାନ୍ତ ଆବଶ୍ୟକ ଓ ଏଥ# ନିମନ୍ତେ କୌଶଳ ବିକାଶ
ନିହାତି ଦରକାରା ୨୦୧୨ରେ ରାଜ୍ୟ ସରକାର କୌଶଳ ବିକାଶକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର
ବିଭାଗ ଗଠନ କରିଛନ୍ତି ଓ ରାଜ୍ୟ କୌଶଳ ବିକାଶ ସମିତି ଗଠିତ ହୋଇଛିା ରାଜ୍ୟ
ସରକାରଙ୍କ ବିଭିନ୍ନ ପ୍ରୟାସର ଯଥାଯଥ ଉପଯୋଗ କରି ଯୁବକଯୁବତୀମାନେ ନିଜକୁ
ନିୟୋଜନକ୍ଷମ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ପରାମର୍ଶ ଦେଇଛନ୍ତିା
ସମାରୋହରେ ସମ୍ମାନନୀୟ ଅତିଥ# ରୂପେ ଯୋଗଦେଇ ଉନ୍ନୟନ କମିଶନର ତଥା
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା କହିଲେ ଯେ ଅର୍ଥନୈତିକ
ଅସମାନତା ଦୂର କରିବାକୁ ହେଲେ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେବା ଦରକାରା କୃଷି
ଉପରେ ନିଯୁକ୍ତି ସଂପର୍କିତ ନିର୍ଭରଶୀଳତା ହ୍ରାସ ପାଇବା ଅର୍ଥନୀତି ପାଇଁ ଶୁଭଙ୍କରା ଶିଳ୍ପ ଓ
ବ୍ୟବସାୟ କ୍ଷେତ୍ର ଆବଶ୍ୟକ କରୁଥ#ବା ମାନବ ସମ୍ବଳ ସୃଷ୍ଟି ଦିଗରେ ବିଶେଷ ଉଦ୍ୟମ
କରିବାକୁ ଶ୍ରୀ ବେହେରା ଗୁରୁତ୍ୱ ଆରୋପ କରିଛନ୍ତିା

ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସାହୁ, ବିଭାଗୀୟ ଅତିରିକ୍ତ
ଶାସନ ସଚିବ ପ୍ରଶାନ୍ତ କୁମାର ଦାସ, ସିଟିସିସିର ପରିଚାଳନା ନିର୍ଦ୍ଦେଶକ ଶିବାଶିଷ ମହାନ୍ତି
ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ କୌଶଳ ବିକାଶର ପ୍ରୟୋଜନୀୟତା
ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥ#ଲୋ
ଏହି ଅବସରରେ କୁଶଳୀ ତାଲିମପ୍ରାପ୍ତ ତଥା ସାକ୍ଷାତକାର ଦ୍ୱାରା ବଛାଯାଇଥ#ବା
ଯୁବକଯୁବତୀମାନଙ୍କୁ ନିଯୁକ୍ତିଦାତାଙ୍କ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥ#ଲାା କୁଶଳୀ
ତାଲିମ ତଥା ଉଦ୍ୟୋଗ ବିକାଶ ତାଲିମପ୍ରାପ୍ତ ଯୁବଉଦ୍ୟୋଗୀମାନଙ୍କୁ ପ୍ରେରଣାତ୍ମକ ସମ୍ବର୍ଦ୍ଧନା
ପ୍ରଦାନ କରାଯାଇଥ#ଲାା ଆଇଟିଆଇ ତାଲିମପ୍ରାପ୍ତ ଯୁବକ ଓ ଯୁବତୀମାନଙ୍କୁ ଶିକ୍ଷାନିବେଶ
ତାଲିମ ପାଇଁ ନିଯୁକ୍ତି ପତ୍ର ଓ ନ୍ୟାସନାଲ ଟ୍ରେଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥ#ଲାା
ଶିଳ୍ପାନୁଷ୍ଠାନଗୁଡିକରୁ ଶିକ୍ଷାନବିଶ ତାଲିମପ୍ରାପ୍ତ ଯୁବକ ଓ ଯୁବତୀମାନଙ୍କୁ ନ୍ୟାସନାଲ
ଅପ୍ରେନ୍ଟିସିପ୍ ସାର୍ଟିଫିକେଟ୍ ଓ ମଡୁଲାର ଏମ୍ପ୍ଲଏବୁଲ୍ ସ୍କିଲସ୍(ଏମ୍.ଇ.ଏସ୍) ତାଲିମ
ଜରିଆରେ ତାଲିମପ୍ରାପ୍ତ ଯୁବକ ଓ ଯୁବତୀମାନଙ୍କୁ ଏନ୍ସିଭିଟି ସାର୍ଟିଫିକେଟ୍ ପ୍ରଦାନ
କରାଯାଇଥ#ଲାା

Share in top social networks!