ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ବୁଦ୍ଧ ଆର୍ଟ ଗ୍ୟାଲେରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ୧୬ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ଠାରେ ବୁଦ୍ଧ ଆର୍ଟ ଗ୍ୟାଲେରୀ ଉଦ୍ଘାଟନ କରିବୋ ଶୈଳଶ୍ରୀବିହାରସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ନିର୍ମିତ ଏହି ଗ୍ୟାଲେରୀ ରାଜ୍ୟର ଚିତ୍ରଶିଳ୍ପୀମାନଙ୍କର କଳା ଓ କୃତିତ୍ୱକୁ ପ୍ରଦର୍ଶନ କରିବାରେ ସହାୟକ ହେବା ଏହି ଗ୍ୟାଲେରୀ ଉଦ୍ଘାଟିତ ହେଲେ ଚିତ୍ରଶିଳ୍ପୀମାନଙ୍କର ବହୁଦିନର ସ୍ୱପ୍ନ ସଫଳ ହେବା ସରକାରୀ ସ୍ତରରେ ପ୍ରଥମଥର ପାଇଁ ଆରମ୍ଭ ହେଉଥ#ବା ଏହି ସମକାଳୀନ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେବ ଦିବଂଗତ, ପ୍ରବୀଣ, ପ୍ରତିଷ୍ଠିତ ଓ ନୂତନ ଶିଳ୍ପୀମାନଙ୍କ ଚିତ୍ରକଳାା ଏହା ବ୍ୟତୀତ ଚିତ୍ରଶିଳ୍ପୀମାନଙ୍କ ପାଇଁ ସଭାସମିତି, କର୍ମଶାଳା ଇତ୍ୟାଦି ଏଠାରେ ଆୟୋଜିତ ହେବା ବାହାର ରାଜ୍ୟର ଚିତ୍ରଶିଳ୍ପୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ସମୟରେ ଚିତ୍ର ପ୍ରଦର୍ଶନୀ କରାଯିବା ଏହି ଆର୍ଟ ଗ୍ୟାଲେରୀର ପରିଚାଳନା ଦାୟିତ୍ୱ ଓଡ଼ିଶା ଲଳିତ କଳା ଏକାଡେମୀ ଉପରେ ନ୍ୟସ୍ତ କରାଯାଇଛିା
ପୂର୍ବାହ୍ନ ୧୦.୨୦ରେ ଅନୁଷ୍ଠିତ ହେବାକୁ ଥ#ବା ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡକଫର ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ସଚିବ ଡ. ଅରବିନ୍ଦ ପାଢୀ ଯୋଗଦେବୋ

Share in top social networks!