ପୁରୀକୁ ୪ ଟି ନୂତନ ଆମ୍ବୁଲାନ୍ସ ପଠାଗଲା; ପୁରୀ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବାକୁ ପ୍ରଥମିକତା ଦିଆଯାଇଛି – ସ୍ୱାସ୍ଥ୍ୟ ମନ୍ତ୍ରୀ

ambulanceeବିଶ୍ୱପ୍ରସିଦ୍ଧ ନବକଳେବର ରଥଯାତ୍ରାରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବା ପାଇଁ ଆଉ ୪ଟି ନୂତନ ଆମ୍ବୁଲାନ୍ସ ପଠାଗଲା । ଏହି ୪ ଟି ଆମ୍ବୁଲାନ୍ସରୁ ୨ ଟି ଓଡିଶା ମଦନିଗମ ଏବଂ ୨ ଟି ରାଜ୍ୟ ଖଣି ନିଗମ ପ୍ରଦାନ କରିଛନ୍ତି ଏବଂ ସେହି ୪ଟି କୁ ଓଡିଶା ମେଡିକାଲ ନିଗମ ସଂଗ୍ରହ(କ୍ଟ୍ରକ୍ସକ୍ଟମଙ୍କକ୍ସର) କରିଛି ଏବଂ ପରିଚାଳନା କରିବ । ଆଜି ଅପରାହ୍ନରେ ଓଡିଶା ମେଡିକାଲ ନିଗମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପତାକା ଦେଖାଇ ଏହି ୪ ଟି ଆମ୍ବୁଲାନ୍ସକୁ ପୁରୀ ପଠାଇଛନ୍ତି । ନବକଳେବର ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି
ପ୍ରକାଶ ଥାଉକି ପୁରୀ ନବକଳେବର ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଯଦି କୌଣସି ଲୋକ ଅସୁସ୍ଥ ହୋଇ ପଡିବେ ସେମାନଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାୟ ୧୪୧ ଟି ଆମ୍ବୁଲାନ୍ସ ମୁତୟନ କରାଯାଇଛି । ସେଥିରୁ ପୁରୀ ବଡଦାଣ୍ଡରେ କେବଳ ୩୦ ଟି ଆମ୍ବୁଲାନ୍ସ ମୁତୟନ କରାଯାଇଥିବା ବେଳେ ପୁରୀ ପୌରପରିଷଦ ଅଂଚଳରେ ୩୮ ଟି ଆମ୍ବୁଲାନ୍ସ ରହିଛି । ବିଭିନ୍ନ ପୋଲିସ ଆଉଟଫୋଷ୍ଟ ମାନଙ୍କରେ ମଧ୍ୟ ୭ଟି ଆମ୍ବୁଲାନ୍ସ ରହିବ । ଅନ୍ୟାନ୍ୟ ସ୍ଥାନରେ ୯ ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ରଖାଯାଇଛି । ସେଂଟ୍ଜନ ଆମ୍ବୁଲାନ୍ସକୁ ମିଶାଇ ବିଭିନ୍ନ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ୧୯ ଟି ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ହେବ । ଏହା ବ୍ୟତିତ ପୁରୀ ସୀମାବର୍ତୀ ଅଂଚଳରେ ୧୩ ଟି ଆମ୍ବଲାନ୍ସ କାର୍ଯ୍ୟ କରିବ । ଏହି ଆମ୍ବୁଲାନ୍ସ ସେବା ମଧ୍ୟରେ ୧୬ ଟି ୧୦୮ ଆମ୍ବୁଲାନ୍ସ ଓ ୧୮ ଟି ୧୦୨ ଆମ୍ବୁଲାନ୍ସକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଓଡିଶା ମେଡିକାଲ ନିଗମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ନିଗମ ପରିଚାଳନା ନିଦେ୍ର୍ଧଶିକା ରୂପା ମିଶ୍ର , ମଦନିଗମ ଏମ୍.ଡି ଦିଜରାଜ କର ଏବଂ ଖଣି ନିଦେ୍ର୍ଧଶକ ଦୀପକ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!