ହାଭେଲ୍ସ ସର୍କିଟ୍ ସୁରକ୍ଷା ଉପକରଣ ମାଧ୍ୟମରେ ଆର୍ଥିକ ବର୍ଷ ୨୦୧୭ ଶେଷ ସୁଦ୍ଧା ଓଡ଼ିଶାରୁ ୧୫ କୋଟି ଟଙ୍କାର ଆୟର ଲକ୍ଷ୍ୟ

pic-1ହାଭେଲ୍ସ ଇଣ୍ଡିଆ ଲିମିଟେଡ୍ ଯାହା ୧.୪ ବିଲିୟନ୍ ଡଲାରର ଏକ ପ୍ରମୁଖ ଫାଷ୍ଟ ମୁଭିଂ ଇଲେକ୍ଟି୍ରକାଲ୍ ଗୁଡ୍ସ (ଏଫ୍ଏମ୍ଇଜି) କମ୍ପାନୀ ଏବଂ ଏକ ପ୍ରମୁଖ ଶକ୍ତି ବିତରଣ ସାମଗ୍ରୀ ନିର୍ମାତା ଯାହାର ବିଶ୍ୱବ୍ୟାପୀ ଉପସ୍ଥିତି ରହିଛି, ଆଜି ୟୁରୋ-୨ ସିରିଜ୍ ଅନ୍ତର୍ଗତ ଏମ୍ସିବି ଓ ଆରସିସିବିର ଶୁଭାରମ୍ଭ ଓଡ଼ିଶା ବଜାରରେ କରିଛି । ଏହି ଶୁଭାରମ୍ଭ ସହିତ କମ୍ପାନୀ ପ୍ରଥମ ଥର କରି ଭାରତରେ ପ୍ରସ୍ତୁତ ଏମ୍ସିବି/ଆରସିସିବି ଉପôାଦନ କରିଛି । ଏହା କେବଳ ଓଭରଲୋଡ୍, ସର୍ଟସର୍କିଟ୍ ଓ ବିଦୁ୍ୟତ୍ ଆଘାତରୁ ସୁରକ୍ଷା ପ୍ରଦାନ କରିବ ନାହିଁ ବରଂ ଏହା ବ୍ୟବହାର କରିବା ସହଜ ତଥା ନିରାପଦ ।
ଭାରତର ଟାୟାର୧ ରୁ ଟାୟାର ୩ ସହରମାନଙ୍କରେ ଗ୍ରାହକମାନେ ଧୀରେ ଧୀରେ ନିରାପଦ ବୈଦୁ୍ୟତିକ ଉପôାଦ ସମ୍ବନ୍ଧରେ ସଚେତନ ହେଉଛନ୍ତି । ସେମାନେ ସେମାନଙ୍କର ବୈଦୁତିକ ଓ ଇଲେକ୍ଟ୍ରୋନିକ୍ ଉପକରଣକୁ ସୁରକ୍ଷିତ ରଖିବା ପାଇଁ ବ୍ରାଣ୍ଡେଡ୍ ଓ ଉନ୍ନତମାନର ଏମ୍ସିବି ଇତ୍ୟାଦିର ବ୍ୟବହାର କରିବାକୁ ଚାହୁଁଛନ୍ତି । ଏହି ନୂତନ ଯୁଗର ଗ୍ରାହକମାନଙ୍କର ନିରାପଦ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହାଭେଲ୍ସ ୟୁରୋ-୨କୁ ସିରିଜ୍କୁ ବିକଶିତ କରାଯାଇଛି ।
ଆନ୍ତର୍ଜାତିକ ମାନ ସହିତ ୟୁରୋ-୨ ସିରିଜ୍ରେ ରହିଛି :
- ବାଇ-ଷ୍ଟେବଲ୍ ମାଉଣ୍ଟିଂ କ୍ଲିପ୍ ପାଇଁ ଏକ ସ୍ୱତନ୍ତ୍ର ଡିଜାଇନ୍
- ଇଲେକ୍ଟି୍ରସିଆନଙ୍କ ଦ୍ୱାରା ତ୍ରୁଟିକୁ ଦୂର କରିବା ପାଇଁ ସେଫ୍ଟି ଟର୍ମିନାଲ୍
- ଉଚ୍ଚ ଆକାରର ତାରର ଟର୍ମିନେସନ ହୋଇପାରିବ ସେଥିପାଇଁ ବଡ଼ ଟର୍ମିନାଲ୍
- ଉତ୍ତମ ବାୟୁ ପ୍ରବାହ ନିମନ୍ତେ ନୂଆ ବାହାର ଡିଜାଇନ୍ ।
ଏହି ନୂତନ ଏମ୍ସିବିର ଶୁଭାରମ୍ଭ ଅବସରରେ ଶ୍ରୀ ୱାଇ.କେ. ଗୁପ୍ତା, ଆସୋସିଏଟ୍ ଡାଇରେକ୍ଟର, ହାଭେଲ୍ସ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ ହାଭେଲ୍ସ ପାଇଁ ଓଡ଼ିଶାରେ ଅନେକ ସୁଯୋଗ ରହିଛି । ଏହି ୟୁରୋ-୨ ସିରିଜ୍ର ଶୁଭାରମ୍ଭ ଦ୍ୱାରା ରାଜ୍ୟରେ ଆମର ମାର୍କେଟ୍ ସେୟାରର ବୃଦ୍ଧି ହୋଇପାରିବ । ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ଆମେ ଆମର ବ୍ୟବସାୟରେ ୨୦% ବୃଦ୍ଧିର ଲକ୍ଷ୍ୟ ରଖିଛୁ ।
ଏହି ଅବସରରେ ଶ୍ରୀ ଏ.ଭି. ଜଗ୍ଦିସ୍, ଭାଇସ୍ ପ୍ରେସିଡେଣ୍ଟ, ହାଭେଲ୍ସ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ ଆମେ ସର୍ବଦା ନୂତନତା ଉପରେ ଗୁରୁତ୍ୱ ପ୍ରଦାନ କରିଆସିଛୁ ଓ ଆମର ନିଜସ୍ୱ ଗବେଷଣା ଓ ବିକାଶ ବଳରେ ଆମେ ଉଚ୍ଚ ମାନର ୟୁରୋ-୨ ସିରିଜ୍ର ଶୁଭାରମ୍ଭ କରିପାରିଛୁ । ଆମେ ଭବିଷ୍ୟତରେ ଆମର ଗ୍ରାହକମାନଙ୍କ ପାଇଁ ନୂତନ ଉପôାଦ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛୁ ।

Share in top social networks!