ରାଜ୍ୟ ସରକାରଙ୍କ କୌଶଳ ତାଲିମ କାର୍ଯ୍ୟକ୍ରମ; ୧୦୫ ଜଣ ନିଯୁକ୍ତି ପାଇ ଦିଲ୍ଲୀ ଗଲେ

ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ ୧୦୫ ଜଣ ଯୁବକ
ଯୁବତୀ ଦିଲ୍ଲୀସ୍ଥିତ ରିଲାକ୍ସୋ ଫୁଟ୍େଓ୍ୱରରେ ନିଯୁକ୍ତି ପାଇଛନ୍ତି । ସେମାନେ ଆଜି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ରେ ନୂଆଦିଲ୍ଲୀ
ଯାଇଛନ୍ତି । ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହିତ
ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।
ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ଼. ସାହୁ କହିଲେ ଯେ ବର୍ତ୍ତମାନ ନିଯୁକ୍ତିର
ବ୍ୟାପକ ସୁବିଧା ସୁଯୋଗ ରହିଛି । ଏଥ#ପାଇଁ ଉପଯୋଗୀ ତାଲିମ ଏକାନ୍ତ ଆବଶ୍ୟକ । ଚଳିତ ବର୍ଷ ୮୪,୭୮୦
ଯୁବକଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ସହ ଅନ୍ତତଃ ୬୩,୫୮୫ ଜଣଙ୍କୁ ନିଶ୍ଚିତ ନିଯୁକ୍ତି ସୁବିଧା ସୃଷ୍ଟି କରିବାର
ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତାଲିମ ପରବର୍ତ୍ତୀ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି । ତାଲିମ ଦେବା
ପାଇଁ ୬୩ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହ ଚୁକ୍ତି କରାଯାଇଛି ଓ ୧୧୧ଟି କେନ୍ଦ୍ରରେ ତାଲିମ କାର୍ଯ୍ୟକ୍ରମ ଚାଲିଛି ।
ତାଲିମ ପରେ ତାଲିମପ୍ରାପ୍ତ ଯୁବକଯୁବତୀମାନଙ୍କର ନିଯୁକ୍ତିର ୩ ମାସ ପରେ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରାପ୍ୟ
ପ୍ରଦାନର ବ୍ୟବସ୍ଥା ହୋଇଛି । ପ୍ରତି ବ୍ୟକ୍ତି ପିଛା ତାଲିମ ବାବଦକୁ ସରକାର ପ୍ରାୟ ୩୭ ହଜାର ଟଙ୍କା ବ୍ୟୟ କରୁଛନ୍ତି ।
ଅଧ#କରୁ ଅଧ#କ ଯୁବକଯୁବତୀ ଏହି ତାଲିମ ସୁବିଧା ନେବାକୁ ମନ୍ତ୍ରୀ ଡ଼. ସାହୁ ଅନୁରୋଧ କରିଛନ୍ତି ।
ଆଜି ବ୍ଲାକ୍ ପାନ୍ଥେର ଖ୍ୱାଇସ୍ ଲେଦର ଟ୍ରେନର୍ସ ଦ୍ୱାରା ତାଲିମପ୍ରାପ୍ତ ୧୦୫ ଜଣ ଛାତ୍ରଛାତ୍ରୀ ରିଲାକ୍ସୋ ଫୁଟ୍େଓ୍ୱରେ
ନିଯୁକ୍ତି ପାଇ ଦିଲ୍ଲୀ ଯାଇଛନ୍ତି । ଏଥ#ରେ ଦୁଇଜଣ ଭିନ୍ନକ୍ଷମ ଥ#ବା ସହ ୬୨ ଜଣ ଯୁବକ ଓ ୪୩ ଜଣ ଯୁବତୀ ଅଛନ୍ତି ।
ରାଜ୍ୟ ସରକାର କୌଶଳ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ରାଜ୍ୟ ତଥା
ଦେଶରେ କୁଶଳୀ ବ୍ୟକ୍ତିମାନଙ୍କ ଅଭାବ ରହିଛି । ନିଯୁକ୍ତି ସାମର୍ଥ୍ୟର ଉପଯୋଗ କରିବାକୁ ରାଜ୍ୟ ସରକାର ବ୍ୟାପକ
କାର୍ଯ୍ୟକ୍ରମ କରୁଛନ୍ତି । ଏହାର ସୁବିଧା ନେଇ ନିଜକୁ ଆତ୍ମନିର୍ଭରଶୀଳ କରିବାକୁ ମନ୍ତ୍ରୀ ଡ଼.ସାହୁ ଆହ୍ୱାନ ଦେଇଛନ୍ତି ।

Share in top social networks!