ରାଜ୍ୟ ବିଜେପିର ବେଲବାହାଲି ଗ୍ରାମ ପରିଦର୍ଶନ, ପୋଲିସ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ସହ ଗ୍ରାମବାସୀଙ୍କୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇବାକୁ ବିଜେପି ପ୍ରତିଶୃତିବଦ୍ଧ

kvsinghdeoଗିରଫ ହୋଇଥିବା ନିରିହ ଗ୍ରାମବାସୀଙ୍କ ଯଥାଶିଘ୍ର ଜେଲ୍ରୁ ନିସତଃର୍ ମୁକ୍ତି, ସମସ୍ତ ଗ୍ରାମରୁ ପୋଲିସ ଛାଉଣି ହଟାଇବା, ଜାଣିଶୁଣି କାଟିଦିଆଯାଇଥିବା ସମସ୍ତ ଗ୍ରାମକୁ ଅବିଳମ୍ବେ ବିଦ୍ୟୁତ ସରବରାହ ଯୋଗାଣ, ଗ୍ରାମବାସୀଙ୍କ ପ୍ରତି ଜିଲ୍ଲ୍ା ପ୍ରଶାସନର ମନମୁଖୀ ଏବଂ ଅମାନବୀୟ ବ୍ୟବହାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ରାଜ୍ୟ ବିଜେପି । ସରକାର ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ଆବଶ୍ୟକ ହେଲେ ଗ୍ରାମବାସୀଙ୍କ ସ୍ୱାର୍ଥ ଦୃଷ୍ଠିରୁ ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନେ୍ଦାଳନ କରିବା ସହ ପଦଯାତ୍ରା କରିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମତ ରଖିଛନ୍ତି ।
ଓଡିଶା ରାଜ୍ୟ ବିଜେପି ପକ୍ଷରୁ ଏକ ୧୨ ଜଣିଆ ସର୍ଜମିନ୍ ତଦନ୍ତକାରୀ ଦଳ କେନ୍ଦୁଝର ଜିଲ୍ଲ୍ା ଅନ୍ତର୍ଗତ ବେଲବାହାଲି ଗ୍ରାମ ପରିଦର୍ଶନ କରି କୁଶେଇ ନଦୀ ଉପରେ ପ୍ରସ୍ତାବିତ ସେତୁ ନିର୍ମାଣ ବିରୁଦ୍ଧରେ ଶାନ୍ତିପୁର୍ଣ ଭାବେ ପ୍ରତିବାଦ କରୁଥିବା ନିରୀହ ଗ୍ରାମବାସୀଙ୍କ ଉପରେ ପୋଲିସ୍ର ଲାଟିଚାର୍ଜ, ଲୁହ ବାଷ୍ପ ପ୍ରୟୋଗ, ଅତ୍ୟାଚାର ଓ ମିଥ୍ୟା ମୋକଦ୍ଧମାରେ ଅଭିଯୁକ୍ତ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଘଟଣାର ପ୍ରତ୍ୟକ୍ଷ ବିବରଣୀ ସଂଗ୍ରହ କରିଛନ୍ତି । ଏହାଦ୍ୱାରା ପ୍ରାୟ ୨୫୦୦୦ରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହେବେ ବୋଲି ଅନୁସନ୍ଧାନ ବେଳେ ଏକତ୍ରିତ ହୋଇଥିବା ପ୍ରାୟ ୩୦୦୦ ଗ୍ରାମବାସୀ ତଦନ୍ତକାରୀ ଦଳକୁ କହିଥିଲେ । ଶାନ୍ତିପୁର୍ଣ ଭାବେ ଚାଲିଥିବା ପ୍ରତିବାଦ ସମୟରେ ଗ୍ରାମବାସୀଙ୍କ ପ୍ରତି ପୋଲିସର ଅକଥନୀୟ ଅତ୍ୟାଚାରର ବିସ୍ତୃତ ବିବରଣି ରଖିଥିଲେ । ଆହତ ଗ୍ରାମବାସୀଙ୍କୁ କୈାଣସି ପ୍ରାଥମିକ ଚିକିତ୍ସା ନଦେଇ କଟକ ଯିବାପାଇଁ ପ୍ରଶାସନ ବାଧ୍ୟ କରୁଥିଲେ । ବିନା ମହିଳା ପୋଲିସରେ ଗ୍ରାମର ମହିଳା ମାନଙ୍କୁ ରାତି ଅଧିଆ ଗିରଫ କରିବା ସହିତ କେତେଜଣଙ୍କୁ ଶୌøଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ମଧ୍ୟ ଗିରଫ କରିଛନ୍ତି । ୬୩ ଜଣ ମହିଳା ଏବଂ ୫୦ରୁ ଅଧିକ ପୁରୁଷଙ୍କୁ ଗିରଫ କରି କେନ୍ଦୁଝର କାରାବାସରେ ରଖିଛନ୍ତି । ଗିରଫ ସମୟରେ ଆବାଳବୃଦ୍ଧବନିତାଙ୍କୁ ପୋଲିସ ଅତି ଅମାନବୀୟ ଭାବେ ମାଡ ମାରିଥିବାର ଘଟଣାକୁ ଶ୍ରୀ ସିଂହଦେଓ ତୀବ୍ର ସମାଲୋଚନା କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ଢାଞ୍ଚାକୁ ଗ୍ରାମବାସୀ ସମର୍ଥନ କରୁଥିବା ବେଳେ ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଅନୁମୋଦନ କରିଛି । କିନ୍ତୁ ବର୍ତମାନ୍ ରାଜ୍ୟ ସରକାର ନିର୍ଦ୍ଧାରିତ ଢାଞ୍ଚାକୁ ନିଜ ସ୍ୱାର୍ଥ ପାଇଁ ବଦଳାଇ ଲୋକଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ବୋଲି ଶ୍ରୀ ସିଂହଦେଓ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସିଂହଦେଓଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ବରିଷ୍ଠ ନେତା ମନମୋହନ ସାମଲ, ସମୀର ଦେ, ସୁରମା ପାଢୀ, ନୟନ ମହାନ୍ତି, ମୋହନ ମାଝୀ, ବିନୋଦ ଦାଶ୍, ଡ.ଯତୀନ୍ ମହାନ୍ତି, ନିୟତି ଗିରି, ପ୍ରଭାତି ପରିଡା, ସୀମନ୍ତିନି ଜେନା, ମହେଶ୍ୱର ସାହୁ, ଅନନ୍ତ ନାୟକ, ଲେଖାଶ୍ରୀ ସାମନ୍ତସିଂହାର୍, ଠାକୁର ରଣଜିତ୍ ଦାଶ୍, ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ଜ୍ଞାନରଞ୍ଜନ ସାମନ୍ତସିଂହାର, ଯଂଗ୍ୟପ୍ରସାଦ ସାହୁ, ସନ୍ତୋଷ ଜେନା, ସୁମତି ଜେନା, ଟିକିନା ମହାନ୍ତି, ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME