ନବକଳେବର ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ପାଇଁ ୪ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

1907433_10154590373880553_8180045285544437697_nମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ଯାତ୍ରା ଉପଲକ୍ଷେ ପ୍ରସ୍ତୁତ ହୋଇ ରହିଥିବା ଭିତ୍ତିଭୂମିର ବିକାଶ ପାଇଁ ଆଗାମୀ ୯ ଓ ୧୦ ଜୁଲାଇ ଦୁଇ ଦିନ ଧରି ମାନ୍ୟବର ଭୂତଳ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ୍ ଗଡ଼କରୀ, ମାନ୍ୟବର ଦୂରସଂଚାର, ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ ରବିଶଙ୍କର ପ୍ରସାଦ, ମାନ୍ୟବର ଆଦିବାସୀ ବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଉସôବ ଓ ସମୀକ୍ଷା ବୈଠକ ଗୁଡ଼ିକରେ ଯୋଗଦେବେ ।
ଶ୍ରୀଯୁକ୍ତ ଗଡ଼କରୀ ଏକ ଦୁଇ ଦିନିଆ ଓଡିଶା ଗସ୍ତ ଅବସରରରେ ଆସନ୍ତା କାଲି ୯ ତାରିଖ ଦିନ ଅପରାହ୍ନ ୧.୩୦ ରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲାରେ ପହଂଚି ପ୍ରଥମେ ବ୍ରାହ୍ମଣି ନଦୀରେ ଦ୍ୱିତୀୟ ସେତୁ ଓ ବିରମିତ୍ରପୁରରୁ ବାରକୋଟ ନୂଆ ଜାତୀୟ ରାଜପଥ ୧୪୩ ର ଶିଳାନ୍ୟାସ ପାନପୋଷଠାରେ କରିବେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଗଡ଼କରୀଙ୍କ ସହ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ଉପସ୍ଥିତ ରହିବେ । ଶ୍ରୀ ଗଡକରୀ ରାଉରକେଲାରୁ ଭୁବନେଶ୍ୱର ଆସି ପିପିଲି ନିକଟସ୍ଥ ବାଇପାସ୍ଠାରେ ନବ ନିର୍ମିତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୨୦୩ର ଲୋକାର୍ପଣ ଉସôବରେ ଯୋଗଦେବେ । ଏହି ଲୋକାର୍ପଣ ଉସôବରେ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ଓ ଶୀ ପ୍ରଧାନ ଉପସ୍ଥିତ ରହିବେ ।
ଦିତ୍ୱୀୟ ଦିବସରେ ଅର୍ଥାତ୍ ୧୦ ତାରିଖ ପୁର୍ବାହ୍ନ ୯ ଟାରେ ହୋଟେଲ୍ ମେଫେୟାର ଲାଗୁନ, ଭୁବନେଶ୍ୱରରେ ଏକ ସାଂବାଦିକ ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀଯୁକ୍ତ ଗଡ଼କରୀ ପାରାଦୀପ ଅଭିମୂଖେ ଯିବେ ଓ ସେଠାରେ ଆନ୍ତର୍ଦେଶୀୟ ଜଳପଥ ଓ ପାରାଦୀପ ବନ୍ଦର କାର୍ଯ୍ୟ ପ୍ରଗତିର ସମୀକ୍ଷା କରିବେ । ଉକ୍ତ ଗସ୍ତରେ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଭୁବନେଶ୍ୱର ଫେରି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଶ୍ରୀଯୁକ୍ତ ଗଡ଼କରୀ ନାଗପୁର ଫେରିଯିବେ ।
ସେହିପରି କେନ୍ଦ୍ର ଦୂରସଂଚାର, ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ସକାଳ ୯ଟା ରେ ଭୁବନେଶ୍ୱର ବିମାବନ୍ଦରରେ ଅବତରଣ କରି ମେଫେୟାର କନଭେନସନ୍ ଠାରେ ବରମୁଣ୍ଡା ପୋଷ୍ଟ ଅଫିସ ଗୃହର ଶିଳାନ୍ୟାସ ଉସôବରେ ଯୋଗ ଦେବା ପରେ ଦିନ ୧ଟା ସମୟରେ ପୁରୀ ସ୍ଥିତ ହୋଟେଲ ମେଫେୟାରରେ (ଙ୍ଗସ-ଲସ) ୱାଇ-ଫାଇ ସୁବିଧାର ଲୋକାର୍ପଣ ଉସôବରେ ଯୋଗଦେଇ ଅପରାହ୍ନ ୪ଟାରେ ପୋଷ୍ଟାଲ, ଦୂରସଂଚାର ଓ ସୁଚନା ପ୍ରଯୁକ୍ତି ବିଜ୍ଞାନ ବିଭାଗର କର୍ମକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକରେ ଭାଗନେବେ ଓ ସେହି ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
୧୦ ତାରିଖ ଅପରାହ୍ନ ୧ ଟା ସମୟରେ ଭୁବନେଶ୍ୱର ଆର୍ନ୍ତଜାତିକ ବିମାନ ବନ୍ଦରଠାରେ ଆର୍ନ୍ତଜାତିକ ବିମାନ ସେବାର ଉଦ୍ଘାଟନ ଉସôବରେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ ବୋଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Share in top social networks!