ପୁରୀ ସହରରେ ପାନୀୟ ଜଳଯୋଗାଣ, ପରିମଳ ଓ ଜଳ ନିଷ୍କାସନର ବ୍ୟାପକ ବ୍ୟବସ୍ଥା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ରଥଯାତ୍ରା ସମୟରେ ପୁରୀରେ ସମାଗମ ହେବାକୁ ଥ#ବା ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସହିତ ସହରର ପରିମଳ ବ୍ୟବସ୍ଥା, ବର୍ଷାଜଳ ନିଷ୍କାସନ, ବର୍ଜ୍ୟଜଳ ପରିଚାଳନା ଓ ସେ୍ୱରେଜ୍ ବ୍ୟବସ୍ଥା ନେଇ ଗୃହନିର୍ମାଣ
ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛିା

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନବକଳେବର ନିମନ୍ତେ ଗ୍ରହଣ କରାଯାଇଥ#ବା ଉପରୋକ୍ତ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ବିଭାଗୀୟ ଅଧ#କାରୀମାନେ ସଂପୃକ୍ତ ନବକଳେବର ସମୟରେ ଦାୟିତ୍ୱର ସହ ସମସ୍ତ କାର୍ଯ୍ୟ ସଂପାଦନ
କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା କୌଣସି ସ୍ଥାନରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ ତାହାର ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତିା

ମନ୍ତ୍ରୀ ଶ୍ରୀ ସିଂହଦେଓ ପୁରୀଯାଇ ସେଠାରେ ରହିଥ#ବା ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ, ସେ୍ୱରେଜ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ କରିଛନ୍ତିା ସେହିପରି ବିଭାଗୀୟ ଶାସନ ସଚିବ ଶ୍ରୀ ଜି. ମାଥ#ଭାଥନନ୍ ନବକଳେବର କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଯେପରି ନହେବ ତାହା ଦେଖ#ବାକୁ ବିଭାଗୀୟ ଅଧ#କାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତିା

ସମୀକ୍ଷାରୁ ଜଣାଯାଇଛି ଯେ, ପୁରୀରେ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ୬୦ଟି ପ୍ରଡକ୍ସନ୍ େଓ୍ୱଲ୍ କରାଯାଇଥ#ବା ବେଳେ ୨୦୦ଟି ଡିପ୍ ହ୍ୟାଣ୍ଡପମ୍ପ, ୭ଟି ଉନ୍ନୀତ ଷ୍ଟୋରେଜ୍ ରିଜର୍ଭସ, ଗ୍ରାଣ୍ଡ ରୋଡରେ ୨ ଶହଟି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ
କରାଯାଇଛିା ୧୨ ଶହଟି ସୋଲୋ ଟୁ୍ୟବ୍େଓ୍ୱଲ କାମ କରାଯାଉଥ#ବା ବେଳେ ୧୫ଟି ଡିଜିସେଟ୍ ଓ ୨୩୦ଟି ପିଭିସି ଟ୍ୟାପ୍ ବସାଯାଇଛିା ଏହା ସହିତ ୫୦ଟି ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖାଯାଇଛିା

ସେହିପରି ସେ୍ୱରେଜ ବ୍ୟବସ୍ଥା ଲାଗି ସହରର ୩୦ ଭାଗ ଅଞ୍ଚଳ ପାଇଁ ୨୯.୬୨ କିଲୋମିଟର ସେ୍ୱରେଜ ନେଟଓ୍ୱାର୍କ କାର୍ଯ୍ୟକ୍ଷମ କରାଯାଇଛିା ୧୫ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ଗୋଟିଏ ସେ୍ୱରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଓ ୪ଟି ସେ୍ୱରେଜ୍ ପମ୍ପିଂ ଷ୍ଟେସନ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛିା
ବର୍ତ୍ତମାନ ସୁଦ୍ଧା ୩୦୭ ବ୍ୟବସାୟିକ ସଂଯୋଗ ଓ ୨୨୫ ଘରୋଇ ସଂଯୋଗ ଦିଆଯାଇଥ#ବା ବେଳେ ନବକଳେବର ପରେ ୧୨ ହଜାର ଘରକୁ ସେ୍ୱରେଜ୍ ନେଟ୍ଓ୍ୱାର୍କ ସଂଯୋଗ ଦେବାକୁ ସ୍ଥିରକରାଯାଇଛିା

ପରିମଳ କାର୍ଯ୍ୟକ୍ରମ ସ୍ୱରୂପ ନବକଳେବର ଯାତ୍ରୀଙ୍କ ଲାଗି ସହରରେ ବିଭିନ୍ନ ସ୍ଥାନରେ ୨୯୨୫ଟି ପାଇଖାନା ପ୍ରସ୍ତୁତ ରଖାଯାଇଥ#ବା ବେଳେ ଅସ୍ଥାୟୀ ଶିବିରଗୁଡିକର ସଫାସୁତାରା ପାଇଁ ୬୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛିା ସେହିପରି ୬ଟି ପାର୍କିଂ ସ୍ଥଳରେ ୬୦ ସଫେଇ
କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛିା ୬୩ଟି ବଡ ବସ୍ତି ମଧ୍ୟରୁ ୧୦ଟି ବୃହତ ବସ୍ତିକୁ ଖୋଲା ମଳତ୍ୟାଗ ମୁକ୍ତ କରାଯାଇଛିା ବୁଲା ଗାCଗୋରୁଙ୍କୁ ପ୍ରତିଦିନ ହରିହରାନନ୍ଦ ଆଶ୍ରମକୁ ସ୍ଥାନାନ୍ତର କରାଯାଉଛିା

ସମୀକ୍ଷାରୁ ଜଣାଯାଇଛି ଯେ, କଠିନ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମରେ ଗ୍ରାଣ୍ଡରୋଡ ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ର ସଫେଇ ଦାୟିତ୍ୱ ଜୁସ୍କୋକୁ ଦିଆଯାଇଥ#ବା ବେଳେ ସମୁଦ୍ର ବେଳାଭୂମି ଓ ସଂଲଗ୍ନ ରାସ୍ତା ସଫେଇ କାମ ଜାଗୃତି ସଂସ୍ଥା କରୁଛିା ତା’ଛଡା ପୁରୀ ପୌରପରିଷଦ ପକ୍ଷରୁ
ସହର ଭିତରେ ରାସ୍ତା ସଫେଇ ହେଉଛିା ତା’ବ୍ୟତୀତ ୭୩୪ ଜଣଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଛିା

ସେହିପରି ଅଧ#କ ଜଳମଗ୍ନ ହେଉଥ#ବା ୧୪ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଜଳ ନିଷ୍କାସନ ନିମନ୍ତେ ୫ ଏଚ୍.ପି.ର ହେଭି ଡୁ୍ୟଟି ଡିଜେଲ୍ ପମ୍ପ ରଖାଯାଇଛିା ୨୧ ଦିନ ଧରି ଏହି ପମ୍ପସେଟ୍ ୨୪ ଘଣ୍ଟା ପ୍ରସ୍ତୁତ ରହିବା ଏହାଛଡା ହସ୍ପିଟାଲ ଛକରେ ୩ଟି ଅତିରିକ୍ତ ପମ୍ପସେଟ୍
ରଖାଯାଇଛିା ବର୍ଷାଜଳର ନିଷ୍କାସନ ନିମନ୍ତେ ୧୯.୨୯ କିଲୋମିଟର ଡ୍ରେନ୍ ନିର୍ମାଣ ଶେଷ ହୋଇଥ#ବା ବେଳେ ୯୫ ପ୍ରତିଶତ ଡିସିଲଟିଂ କାମ ସରିଛିା

ପ୍ରକାଶ ଥାଉ କି, ନବକଳେବର ସମୟରେ ପାନୀୟ ଜଳଯୋଗାଣ କାର୍ଯ୍ୟ ତଦାରଖ ଲାଗି ୭ ଜଣ ବରିଷ୍ଠ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରଖାଯାଇଛିା ପାନୀୟ ଜଳର ମାନ ପରୀକ୍ଷା କରିବା ପାଇଁ ୨ ଜଣ ଲାବରେଟୋରୀ ଟେକ୍ନିସିଆନ୍ଙ୍କୁ ଦାୟିତ୍ୱ ଦିଆଯାଇଛିା
ଜନସ୍ୱାସ୍ଥ୍ୟ(ଅର୍ବାନ) ମୁଖ୍ୟଯନ୍ତ୍ରୀ ସାମଗ୍ରିକ ଭାବେ ଦାୟିତ୍ୱରେ ଥ#ବାବେଳେ ୨ ଜଣ ଅଧୀକ୍ଷଣ ଯନ୍ତ୍ରୀ, ୪ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ୧୨ ଜଣ ସହକାରୀ ଯନ୍ତ୍ରୀ ଓ ୫ ଜଣ ଉପ-ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ୱତନ୍ତ୍ର ଭାବେ ସେଠାରେ ଅବସ୍ଥାପିତ ହୋଇଛନ୍ତିା

ଅପର ପକ୍ଷରେ ସେ୍ୱରେଜ ଓ ଡ୍ରେନେଜ ବ୍ୟବହାର କାର୍ଯ୍ୟ ତଦାରଖ ଲାଗି ଜଣେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଜଣ ଅଫିସରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛିା

Share in top social networks!