ଭାଷା ଆନେ୍ଦାଳନକାରୀଙ୍କ ଦାବି ଆଗରେ ରାଜ୍ୟ ସରକାର ମୁଣ୍ଟ ନୁଆଁଇଲେ; ଭାଷା ଆଇନ ଓ ଅନ୍ୟାନ୍ୟ ଦାବିର କାର୍ଯ୍ୟକାରିତାପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

lawwwଆଠ ଦିନର ଆମରଣ ଅନଶନ ଶେଷରେ ଷାଠିଏ ବର୍ଷର ସରକାରୀ ଉଦାସୀନତାକୁ ଭାଙ୍ଗିବାରେ ସଫଳ ହେଲା । ଷାଠିଏ ବର୍ଷ ତଳେ ଓଡିଆଭାଷାକୁ ସରକାରୀ ସ୍ତରରେ ପ୍ରଚଳନପାଇଁ ଯେଉଁ ଆଇନ ପ୍ରଣୀତ ହୋଇଥିଲା, ତାହା ଦୁର୍ଭାଗ୍ୟ ବଶତଃ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇପାରିନାହିଁ । ଶିକ୍ଷା, ପ୍ରଶାସନ ଓ ନ୍ୟାୟାଳୟରେ ଓଡିଆଭାଷା ବ୍ୟବହୃତ ନ ହେବା ଏକ ବିଡମ୍ବନାର ବିଷୟ ।

ଏହାଦ୍ୱାରା ଓଡିଶାର ସାଧାରଣ ଜନତା ଯେଉଁ ଅସୁବିଧାର ସମ୍ମୁଖିନ ହେଉଥିଲେ, ତାହାକୁ ଅନୁଭବ କରି ଓଡିଆ ଭାଷା ସଂଗ୍ରାମ ସମିତି ଆମରଣ ଅନଶନ କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖରୁ ଆରମ୍ଭ କରିଥିଲା । ଓଡିଶା ସରକାରି ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରି କରିବା ସହିତ ଓଡିଶାର ସମସ୍ତ ସରକାରୀ କାମ, ଡାକ୍ତରି ଚିଠା, ଆଇନ ଅଦାଲତ ବିଚାର, ସରକାରି ୱେବସାଇଟ ଆଦି ଓଡିଆରେ କରିବା, ଓଡିଶାର ସମସ୍ତ ବିଦ୍ୟାଳୟରେ ଓଡିଆଭାଷା ଶିକ୍ଷକ ନିଯୁକ୍ତି ସହିତ ଦ୍ୱାଦଶ ପର୍ଯ୍ୟନ୍ତ ଓଡିଆ ପଢିବା ବାଧ୍ୟତାମୂଳକ କରିବା, ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷା ମାଧ୍ୟମ ଓଡିଆ କରିବା, ଓଡିଶାରେ ସରକାରୀ କାର୍ଯ୍ୟ କରିବାପାଇଁ ସମସ୍ତ ନିଯୁକ୍ତି ପରୀକ୍ଷା ଓଡିଆରେ କରିବା ଓ ଏହି ସବୁ ପରୀକ୍ଷାରେ ଥିବା ବାଧ୍ୟତାମୂଳକ ଇଂରାଜୀପତ୍ର ଉଠାଇଦେବା, ଓଡିଶାରେ ସ୍ଥାପିତ ସମସ୍ତ କମ୍ପାନୀର ଇଂଜିନିୟରିଂ, ମ୍ୟାନେଜମେଣ୍ଟ ଓ ଡିପ୍ଲୋମା କ୍ଷେତ୍ରରେ ନିଯୁକ୍ତିପାଇଁ ୯୫ଭାଗ ସ୍ଥାନ ଓଡିଆପିଲାଙ୍କପାଇଁ ସଂରକ୍ଷିତ ରଖିବା ଆଦି ପାଞ୍ଚ ଦଫା ଦାବୀକÿୁ ନେଇ ଆମରଣ ଅନଶନ ଏବଂ ବିଭିନ୍ନ ପ୍ରକାରର ଆନେ୍ଦାଳନ କରାଯାଇଥିଲା ।

ବିଶିଷ୍ଟ କବି ତଥା ଅଧିବକ୍ତା ଗଜାନନ ମିଶ୍ର ଆଠଦିନ ଆମରଣ ଅନଶନରେ ବସିଥିବାବେଳେ ତାଙ୍କ ସହିତ ରାଜ୍ୟ ବିଧାନସଭାର ପ୍ରାକ୍ତନ ମୁଖ୍ୟ ସଚେତକ ଅଜୟ ଜେନା, ନରେନ୍ଦ୍ର ବେହେରା, ମଧୁମିତା ସାମଲ ଓ ସଂଜୀବ ପରିଡା ଆମରଣ ଅନଶନରେ ବସିଥିଲେ । ଏଥିସହିତ ଏହି ଅନଶନକୁ ସମର୍ଥନ କରି ପ୍ରତିଦିନ ୧୦ଜଣ ଲେଖାଏଁ ଭାଷାପ୍ରେମୀ ପ୍ରତୀକ ଅନଶନରେ ବସିଥିଲେ ।ସଂଗ୍ରାମ ସମିତିର ଆବାହକ ଶଙ୍କର୍ଷଣ ପରିଡା, ଯୁଗ୍ମ ଆବାହକ ଡଃ ସୁବ୍ରତ ପୃଷ୍ଟିଙ୍କ ନେତୃତ୍ୱରେ ଆୟୋଜିତ ଏହି ଆମରଣ ଅନଶନ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଶିକ୍ଷକ ସଂଘ, ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜୀବୀ, ସମାଜସେବୀ, ଅଧିବକ୍ତା, ଭାଷା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକ, ଯୁବକ, ଛାତ୍ର, ଶିକ୍ଷକ, ଶ୍ରମିକ ଓ ମହିଳା ଆଦି ଉପସ୍ଥିତ ରହି ଭାଷା ଆନେ୍ଦାଳନକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରି ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଅନଶନ ସ୍ଥଳରେ ଉପସ୍ଥିତ ଥିଲେ । ଏହି ଆନେ୍ଦାଳନକୁ ସମର୍ଥନ କରି ଓଡିଶା ବାହାରେ ଥିବା ବିଭିନ୍ନ ଓଡିଆ ସଂଗଠନର ପ୍ରତିନିଧିଗଣ ଉପସ୍ଥିତ ରହି ଆନେ୍ଦାଳନରେ ସାମିଲ ହୋଇଥିଲେ । ଏହି ସମୟ ଭିତରେ ଉକ୍ତ ଆନେ୍ଦାଳନକୁ ସମର୍ଥନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତଃସ୍ଫୁର୍ତ୍ତ ଆନେ୍ଦାଳନ ମୁଣ୍ଡ ଟେକିଛି ।

ଏହି ବ୍ୟାପକ ଆନେ୍ଦାଳନ ନିକଟରେ ରାଜ୍ୟ ସରକାର ମୁଣ୍ଡ ନୁଆଇଁଛନ୍ତି । କ୍ରମାଗତ ତିନିଦିନ ଧରି ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟଶାସନ ସଚିବ, ଆଇନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳୀ ଓଡିଆଭାଷା ସଂଗ୍ରାମ ସମିତିର ପ୍ରତିନିଧିମାନଙ୍କ ସହ ବିଚାରବିମର୍ଶ ଜାରିରଖି ସମାଧାନର ସୂତ୍ର ଓ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଆଜି ପୁଣି ଥରେ ଆଇନମନ୍ତ୍ରୀ ଡଃ ଅରୁଣ ସାହୁ, ସ୍ୱାସ୍ଥ୍ୟ, ସୂଚନା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଯୋଗାଣମନ୍ତ୍ରୀ ସଂଜୟଦାସବର୍ମା, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ଏକ ଦଶଜଣିଆ ପ୍ରତିନିଧି ଦଳଭାବରେ ଆବାହକ ଶଙ୍କର୍ଷଣ ପରିଡା, ଯୁଗ୍ମ ଆବାହକ ଡଃ ସୁବ୍ରତ ପୃଷ୍ଟି, ଶ୍ରୀ ହେମନ୍ତ ରଥ, ବରିଷ୍ଠ ସାମ୍ବାଦିକ ସୁଭାଷ ପଟ୍ଟନାୟକ, ପ୍ରଫେସର ନଟବର ଶତପଥୀ, ସମାଜସେବୀ ସୁଦର୍ଶନ ଦାସ, ସମିତି ସଦସ୍ୟ ଦେବପ୍ରସାଦ ପରିଜା, ଉମାକାନ୍ତ ରାଉତ ପ୍ରମୁଖ ସଚିବାଳୟ ଯାଇ ସଂଗ୍ରାମ ସମିତି ପକ୍ଷରୁ ଦାବୀ କରାଯାଇଥିବା ୫ଟି ପ୍ରସ୍ତାବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସଂଗ୍ରାମ ସମିତିର ଦାବୀ ମୁତାବକ ଓଡିଶା ସରକାରୀ ଭାଷା ଅଧିନିୟମ୧୯୫୪ ବିଧିବଦ୍ଧ ଭାବରେ କାର୍ଯ୍ୟକାରି କରିବା ସହିତ ଅନ୍ୟାନ୍ୟ ଦାବୀ ସମୂହ ଗ୍ରହଣ କରି ଏହାର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ ।

ଆଜି ର ନିଷ୍ପତ୍ତି ଅନୁସାରେ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ସଚିବ, ଜଣେ ଭାଷାବିତ, ଓଡିଆଭାଷା ସଂଗ୍ରାମ ସମିତିର ସାତଜଣ ସଦସ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଘୋଷଯାତ୍ରା ପରିପ୍ରେକ୍ଷୀରେ ଭକ୍ତଜନତାଙ୍କ ଆବେଗିକ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ନିଳାଦ୍ରୀବିଜୟ ପରେ ଏହି କମିଟି ବୈଠକ ବସି ଦାବୀଗୁଡିକର କାର୍ଯ୍ୟକାରିତା ବିଷୟରେ ନିର୍ଦ୍ଧିଷ୍ଟ ପଦକ୍ଷେପ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧପତ୍ର ସହିତ ଉପସ୍ଥିତ ରହି ମାନ୍ୟବର ଆଇନମନ୍ତ୍ରୀ ଡଃ ଅରୁଣ ସାହୁ ଶ୍ରୀ ଗଜାନନ ମିଶ୍ରଙ୍କ ଅନଶନ ଭଙ୍ଗ କରିଥିଲେ ।

ଓଡିଆଭାଷା ସଂଗ୍ରାମ ସମିତି ଏହାକୁ ଆନେ୍ଦାଳନର ପ୍ରଥମ ପର୍ଯ୍ୟାୟର ବିଜୟ ବୋଲି ବିବେଚନା କରେ । ଏହି ଆନେ୍ଦାଳନକୁ ଯେଉଁମାନେ ବିଭିନ୍ନ ବାଟରେ ସମର୍ଥନ, ସାହାଯ୍ୟ ଓ ସହଯୋଗ ଜଣାଇଛନ୍ତି, ସମସ୍ତଙ୍କୁ ସଂଗ୍ରାମ ସମିତି ପକ୍ଷରୁଧନ୍ୟବାଦ ଅର୍ପଣ କରିଛନ୍ତି । ଆଠଦିନଧରି ଚାଲିଥିବା ଏହି ଆନେ୍ଦାଳନ ସମ୍ପାଦକ କାହ୍ନୁଚରଣ ବେହୁରା, କୋଷାଧ୍ୟକ୍ଷ ସଚ୍ଚିକାନ୍ତ ପ୍ରଧାନ, କବି ଉମାକାନ୍ତ ରାଉତ, ଦେବପ୍ରସାଦ ପରିଜା, ହେମନ୍ତ ରଥ, ଅର୍ଜୁନ ସାମନ୍ତରାୟ, ଅରୁଣ ସ୍ୱାଇଁ, ପଦ୍ମାକର ଗୁରୁ, ଅପର୍ଣ୍ଣା ନାୟକ, ବନୋଜ ତ୍ରିପାଠୀ, କେଦାରନାଥ ସାହୁ, ମଧୁମିତା ସାମଲ, ପ୍ରୀତିଧାରା ରାଉତ ଆଦି ପରିଚାଳନା କରିଥିଲେ ।

Share in top social networks!